Advertisment

ମନ୍ତ୍ରୀଙ୍କୁ ଘାରିଲା କୱାଲି ନିଶା, ଉଡ଼ାଇଲେ ପୁଳା ପୁଳା ଟଙ୍କା

ନିଜ ଦୁଃଖସୁଖ ବୁଝିବାକୁ ବିପଦ ସମୟରେ ପାଖରେ ଛିଡ଼ା ହେବାକୁ ଲୋକେ ବାଛିଥାନ୍ତି ନେତା। ମାତ୍ର ନେତା ଲୋକଙ୍କ ଭଲମନ୍ଦ ବୁଝିବା ପରିବର୍ତ୍ତେ ନିଜ ମନୋରଞ୍ଜନରେ ବୁଡ଼ି ରହୁଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Kawali Programme

Kawali Programme

ନିଜ ଦୁଃଖସୁଖ ବୁଝିବାକୁ ବିପଦ ସମୟରେ ପାଖରେ ଛିଡ଼ା ହେବାକୁ ଲୋକେ ବାଛିଥାନ୍ତି ନେତା। ମାତ୍ର ନେତା ଲୋକଙ୍କ ଭଲମନ୍ଦ ବୁଝିବା ପରିବର୍ତ୍ତେ ନିଜ ମନୋରଞ୍ଜନରେ ବୁଡ଼ି ରହୁଛନ୍ତି। ଆଉ ଉଡ଼ାଉଛନ୍ତି ପୁଳା ପୁଳା ଟଙ୍କା ।

Advertisment

ଏପରି କିଛି ଦୃଶ୍ୟ ସୁନ୍ଦରଗଡ ସହରର ଏକ ହୋଟେଲରେ ଆୟୋଜିତ ଏକ କୱାଲି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ଆଉ ଜଣେ କୱାଲି ଗାୟକଙ୍କ କୱାଲିରେ ମନ୍ତ୍ରମୁଗ୍ଧ ହୋଇ ତାଙ୍କ ଉପରେ ଟଙ୍କା ବର୍ଷା କରି ଚାଲିଲେ ବିଜେଡି ସରକାରରେ ମନ୍ତ୍ରୀ ଥିବା ମନ୍ତ୍ରୀ ସାରଦା ନାଏକ ।

ସୁନ୍ଦରଗଡ ସହରର ଏକ ହୋଟେଲରେ କୱାଲି ଗାୟକ ରାଇସ ଅନିସ ଶାବରୀ କାର୍ଯ୍ୟକ୍ରମ ପରିବେଶିତ କରୁଥିଲେ। ଏହି ସମୟରେ ସେଠାରେ ମନ୍ତ୍ରୀ ଉପସ୍ଥିତ ଥିବା ବେଳେ ଭିଡ଼ ବି ଖଚାଖଚ ଭିଡ଼ ଥିଲା।

Advertisment
Ministerମନ୍ତ୍ରୀ ଶାରଦା ନାୟକ କୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡ଼ାଉଛନ୍ତି।

ରାଇସ ଅନିସ ଗୋଟିଏ ପରେ ଗୋଟିଏ କୱାଲି ପରିବେଷଣ କରୁଥିବାବେଳେ ତାଙ୍କ ଉପରକୁ ମନ୍ତ୍ରୀ ଉଡ଼ାଉଥିଲେ ପୁଳା ପୁଳା ଟଙ୍କା। ମନ୍ତ୍ରୀଙ୍କ ସହ ଅନ୍ୟ ଦେଖଣାହାରୀ ବି ଏଥିରେସ ସାମିଲ ହୋଇଥିଲେ। କିଏ ୫୦୦ ଟଙ୍କିଆ ତ ଆଉ କିଏ ୧୦୦, ୨୦୦ ତ ପୁଣି କିଏ ୧୦ ଟଙ୍କିଆ, ୨୦ ଟଙ୍କିଆ ଉଡାଉଥିଲେ। ଯାହାର ଚିତ୍ର ବେଶ୍ ଭାଇରାଲ୍ ହେବାରେ ଲାଗିଛି।

ସ୍ଥାନୀୟ ମୁସଲିମ ୟୁଥ୍ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଭଳି କିଛି ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ଏନେଇ ମନ୍ତ୍ରୀ ସାରଦାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ମନ୍ତ୍ରୀ ଜଣେ ଲୋକ ପ୍ରତିନିଧୀ ହୋଇଥିବା ବେଳେ ଏପରି ଟଙ୍କା ଉଡ଼ାଇବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି।

Sundargarh