Advertisment

୨ ବର୍ଷ ପରେ ବସିଲା ବୈଠକ; ‘ଶୁଆ-ପଞ୍ଜୁରୀ’ ଉପାଖ୍ୟାନ ଶୁଣାଇଲେ ମନ୍ତ୍ରୀ

... ଶୁଆ ତା’ ଡେଣାର ତାକତ ଭୁଲି ଯାଇଥିଲା। ଠିକ୍‌ ସେମିତି ଆଜି ସରପଞ୍ଚ ଓ ସମିତି ସଭ୍ୟଙ୍କ ପରି ଲୋକ ପ୍ରତିନିଧିମାନେ ପ୍ରଶ୍ନ ପଚାରିବାର ତାକତ ଭୁଲି ଯାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Minister

Minister

Advertisment

ପ୍ରାୟ ୨ ବର୍ଷ ପରେ ବସିଥିଲା ପଞ୍ଚାୟତ ସମିତି ବୈଠକ। ଆଉ ବୈଠକରେ ଯୋଗଦେଇ ପଞ୍ଚାୟତ ଜନ ପ୍ରତିନିଧିଙ୍କୁ ‘ଶୁଆ-ପଞ୍ଜୁରୀ’ର ଉପାଖ୍ୟାନ୍‌ ଶୁଣାଇଲେ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଖାଲି ଉପାଖ୍ୟାନ ଶୁଣାଇଲେନି, ନାଁ ନନେଇ ବିଜେଡି ବିରୋଧରେ ବହେ ବର୍ଷିଲେ। ୨୦୨୨ ମେ ମାସରେ ଶେଷ ଥର ପାଇଁ ବସିଥିଲା ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି ବୈଠକ।

Advertisment

ଆଜି ବସିଥିଲା ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି ବୈଠକ। ବୈଠକରେ ବ୍ଲକର ସବୁ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ସ୍ଥାନୀୟ ବିଧାୟକ ତଥା ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇଥିଲେ। ଦୀର୍ଘ ୨ ବର୍ଷ ୩ ମାସ ପରେ ପଞ୍ଚାୟତ ସମିତି ବୈଠକ ବସୁଥିବାରୁ ମନ୍ତ୍ରୀ ଶ୍ରୀ ଜେନା ଉଦ୍‌ବେଗ ପ୍ରକାଶ କରିଥିଲେ। ଆଉ ସେ କହିଥିଲେ, କେଉଁ କାରଣରୁ ଓ କେଉଁ ଅଦୃଶ୍ୟ ଶକ୍ତିର ଚାପରେ ବୈଠକ ବନ୍ଦ ହୋଇଥିଲା? ଆଉ ବୈଠକ କାହିଁକି ହୋଇପାରୁନଥିଲା? ଏଥିସହ ବିଜେଡିର ନାଁ ନନେଇ ବିଷୋଦଗାର କରିଥିଲେ ଶ୍ରୀ ଜେନା।

ବୈଠକରେ ଯୋଗଦେଇଥିବା ନିର୍ବାଚିତ ପ୍ରତିନିଧିଙ୍କୁ ଆଜି ମନ୍ତ୍ରୀ ଶୁଆ-ପଞ୍ଜୁରୀ ଉପାଖ୍ୟାନ ଶୁଣାଇଥିଲେ। ମନ୍ତ୍ରୀ କହିଥିଲେ, ଗୋଟିଏ ଶୁଆ ପଞ୍ଜୁରୀ ଭିତରେ ରହିଥିଲା। ଯେତେବେଳେ ସେ ପଞ୍ଜୁରୀ ଭିତରକୁ ବାହାରି ଉଡ଼ିବାକୁ ଚେଷ୍ଟା କରୁଥିଲା, ସେତେବେଳେ ତାକୁ ବାହ୍ୟ ଶତ୍ରୁମାନେ ଆକ୍ରମଣ କରୁଥିଲେ। ଆଉ ସେ ବାହ୍ୟ ଶତ୍ରୁଙ୍କ ଆକ୍ରମଣରେ ଆହତ ହୋଇ ପୁଣି ଥରେ ପଞ୍ଜୁରୀ ଭିତରକୁ ଚାଲି ଯାଉଥିଲା। କିନ୍ତୁ ପ୍ରକୃତରେ ଶୁଆ ଡେଣାର ତାକତ ଥିଲା, ସିଏ ଚାହିଁଥିଲେ ଉଡି ଯାଇ ପାରିଥାଆନ୍ତା। ହେଲେ ଶୁଆ ତାହା କରିପାରିଲା ନାହିଁ। କାରଣ ଶୁଆ ତା’ ଡେଣାର ତାକତ ଭୁଲି ଯାଇଥିଲା। ଠିକ୍‌ ସେମିତି ଆଜି ସରପଞ୍ଚ ଓ ସମିତି ସଭ୍ୟଙ୍କ ପରି ଲୋକ ପ୍ରତିନିଧିମାନେ ପ୍ରଶ୍ନ ପଚାରିବାର ତାକତ ଭୁଲି ଯାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ମନ୍ତ୍ରୀ ଆଜି ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସେମାନଙ୍କ ଅଞ୍ଚଳରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ଦାୟିତ୍ୱରେ ଥିବା ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ପରିଚିତ କରାଇଥିଲେ। ସମସ୍ତ ବିଭାଗୀୟ ଅଧିକାରୀମାନେ ନିର୍ବାଚିତ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ କରିବେ ବୋଲି ମନ୍ତ୍ରୀ କହିଥିଲେ।

Advertisment

ରିପୋର୍ଟ-ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

BjD Bjp Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe