Advertisment

ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି? ଜବାବ ଦେଲେ ଟୁକୁନି ସାହୁ

‘ଆସନ୍ତା ବିଧାନସଭା ଅଧିବେଶନରେ ମୁଁ ଏବାବଦରେ ସବୁ ତଥ୍ୟ ରଖିବି। ସେତେବେଳେ ଏମାନଙ୍କର ସବୁ ମିଥ୍ୟା ପ୍ରଚାର ଧରାପଡିଯିବ ଓ ମୁଖା ଖୋଲିଯିବ। ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏପରି ମିଥ୍ୟା ପ୍ରଚାର କରୁଛନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା ଦରକାର।’

ଅଦ୍ୟତନ ହୋଇଛି
undefined

Tukuni Sahu

Advertisment

5-T ସଚିବ ଭି.କେ ପାଣ୍ଡିଆନ ହେଲିକପ୍ଟରରେ ସମଗ୍ର ଓଡ଼ିଶା ବୁଲୁଛନ୍ତି। ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି? ଏହାକୁ ନେଇ ବିରୋଧରେ ଶାସକ ବିଜେଡିକୁ ଘନଘନ ଆକ୍ରମଣ କରୁଛନ୍ତି। ଆଜି ଏହାର ଜବାବ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ।

Advertisment

ଟ୍ୱିଟ୍‌ କରି ଶ୍ରୀମତୀ ସାହୁ ଲେଖିଛନ୍ତି, କୁଚକ୍ରୀ ଗୋଷ୍ଠୀଙ୍କର ମୁଣ୍ଡ ଖରାପ ହୋଇଗଲାଣି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯେଉଁଭଳି ଭାବେ ଲୋକଙ୍କ ସମସ୍ୟା ବୁଝୁଛି ଓ ସମାଧାନ କରୁଛି ସେମାନଙ୍କର ମୁଣ୍ଡ କାମ କରୁନି। ସେଥିପାଇଁ ଇଆଡୁ ସିଆଡୁ ବୟାନ ଦେଉଛନ୍ତି। ଏମାନେ ଚାହୁଁନଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ, ସେଥିପାଇଁ ବିଭ୍ରାନ୍ତିକର ବକ୍ତବ୍ୟ ଦେଇଚାଲିଛନ୍ତି। କିଏ କହୁଛି ହେଲିକପ୍ଟର ଗସ୍ତ ବାବଦକୁ ୩୦୦ କୋଟି ଖର୍ଚ୍ଚ ହୋଇଛି ତ ଆଉ କିଏ କହୁଛି ୫୦୦ କୋଟି। ସେମାନଙ୍କ ନିଜ କଥାରେ ତାଳମେଳ ରହୁନାହିଁ। ପ୍ରକୃତରେ ଗତ ୫ ବର୍ଷରେ ହେଲିକପଟରରେ ଗସ୍ତ ବାବଦକୁ ପ୍ରାୟ ୫୦ କୋଟି ଖର୍ଚ୍ଚ ହୋଇଛି। ଅର୍ଥାତ୍ ବର୍ଷକୁ ହାରାହାରି ୧୦ରୁ ୧୨ କୋଟି ଟଙ୍କା ବ୍ୟୟ ହୋଇଛି ବୋଲି ମନ୍ତ୍ରୀ ଲେଖିଛନ୍ତି।

ଶ୍ରୀମତୀ ସାହୁ ଆହୁରି ଲେଖିଛନ୍ତି, ଆସନ୍ତା ବିଧାନସଭା ଅଧିବେଶନରେ ମୁଁ ଏବାବଦରେ ସବୁ ତଥ୍ୟ ରଖିବି। ସେତେବେଳେ ଏମାନଙ୍କର ସବୁ ମିଥ୍ୟା ପ୍ରଚାର ଧରାପଡିଯିବ ଓ ମୁଖା ଖୋଲିଯିବ। ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏପରି ମିଥ୍ୟା ପ୍ରଚାର କରୁଛନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା ଦରକାର। ଏମାନଙ୍କ ପାଖରେ ଯଦି ସାମାନ୍ୟ ଲଜ୍ଜା ଥିବ, ତେବେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଥିବାରୁ ଓଡ଼ିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବେ ବୋଲି ମନ୍ତ୍ରୀ ଲେଖିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ପାଣ୍ଡିଆନ୍‌ଙ୍କ ଓଡ଼ିଶା ଭ୍ରମଣକୁ ନେଇ ଗତକାଲି ବିଜେପି ସମାଲୋଚନା କରିଥିଲା। ଆଉ ପାଣ୍ଡିଆନ୍‌ଙ୍କ ହେଲିକପ୍ଟର ଖର୍ଚ୍ଚ ଦେଇଥିଲା। ଯାହାକୁ ନେଇ ଅନେକ ପ୍ରଶ୍ନ ପଚାରିଥିଲା ବିଜେପି। ଆଜି ଏହାର ଜବାବ ଦେଇଛନ୍ତି ପରିବହନ ମନ୍ତ୍ରୀ।

Vk Pandian BjD Bjd Leader Tukuni Sahoo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe