Advertisment

ଲୋକାର୍ପଣ ପୂର୍ବରୁ ଭାଙ୍ଗିଦେଲେ ବିଜୁ ସେତୁ ଫଳକ, ଅଧା ବାଟରୁ ଫେରିଗଲେ ମନ୍ତ୍ରୀ

ବ୍ରିଜ୍‌ ପାଖରେ ନିର୍ମାଣ ହୋଇଥିବା ଫଳକ ଭାଙ୍ଗି ହୋଇ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ମନ୍ତ୍ରୀ ଓ ତାଙ୍କ ସମର୍ଥକମାନେ ଜାଣିପାରି ଅଧ ବାଟରୁ ଫେରିଯାଇଛନ୍ତି। ତେବେ କିଏ ଫଳକ ଭାଙ୍ଗିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

author-image
Manoranjan Sial
BJD

BJD

ଲୋକାର୍ପଣ ପୂର୍ବରୁ ବିଜୁ ସେତୁ ଫଳ ଭାଙ୍ଗିଦେଲେ। ଯେଉଁଥିପାଇଁ ଥାଟବାଟ ନେଇ ଯାଇଥିବା ମନ୍ତ୍ରୀ ଅଧା ବାଟରୁ ଫେରିଲେ। ଏପରି ଘଟଣା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି। ଏଥିପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଅପଦସ୍ତ ହେବାକୁ ପଡ଼ିଲା। ତେବେ କିଏ ଫଳକ ଭାଙ୍ଗିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

Advertisment

ମହାକାଳପଡା ବ୍ଲକ୍‌ ବତୀଘର ପଞ୍ଚାୟତ ନିପାଣିଆ ଖୋଳା ନାଳରେ ବିଜୁ ସେତୁ ନିର୍ମାଣ ହୋଇଥିଲା। ଆଜି ସେହି ସେତୁ ଲୋକାର୍ପିତ ହୋଇଥାଆନ୍ତା। ସେଥିପାଇଁ ଫଳକ ନିର୍ମାଣ କରାଯାଇଥିଲା। ନିର୍ଦ୍ଧାରିତ ସମୟରେ ସ୍ଥାନୀୟ ବିଧାୟକ ତଥା ସମବାୟ ଖାଦ୍ୟ ଯୋଗାଣ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିଜର ସମର୍ଥକଙ୍କ ସହ ନିପାଣିଆ ଅଭିମୁଖେ ବାହାରିଥିଲେ। ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଫଳକକୁ ଭାଙ୍ଗି ଦେଇଥିଲେ।

ବ୍ରିଜ୍‌ ପାଖରେ ନିର୍ମାଣ ହୋଇଥିବା ଫଳକ ଭାଙ୍ଗି ହୋଇ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ମନ୍ତ୍ରୀ ଓ ତାଙ୍କ ସମର୍ଥକମାନେ ଜାଣିପାରି ଅଧ ବାଟରୁ ଫେରିଯାଇଛନ୍ତି। ତେବେ କିଏ ଫଳକ ଭାଙ୍ଗିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଏହାକୁ ନେଇ ନାନା ଚର୍ଚ୍ଚା ହେଉଛି। ବିଜେଡି ଗୋଷ୍ଠୀ କନ୍ଦଳ ଯୋଗୁ ଫଳକ ଭଙ୍ଗା ଯାଇଥିବା କିଏ କହୁଥିବା ବେଳେ ଆଉ କିଏ କହୁଛନ୍ତି ସ୍ଥାନୀୟ କେହି ଦିର୍ବୃତ୍ତମାନେ ଭାଙ୍ଗିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ ବତୀଘର ପଞ୍ଚାୟତର ଲୋକମାନେ ବର୍ଷକ ୧୨ ମାସ ପାନୀୟ ଜଳ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ମୁନ୍ଦାଏ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ଏଥିସହ ଗାଁକୁ ରାସ୍ତା ଖଣ୍ଡିଏ ରାସ୍ତା ନାହିଁ। ଏନେଇ ସ୍ଥାନୀୟ ଲୋକେ ବହୁବାର ପ୍ରଶାସନ ଓ ବିଧାୟକଙ୍କ ପାଖରେ ଗୁହାରୀ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେ ଦାବି ପ୍ରତି ବିଧାୟକ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ସେହି ରାଗରୁ ବ୍ରିଜ୍‌ ଲୋକାର୍ପଣ ଫଳକ ଭଙ୍ଗା ଯାଇଥିବା ଆଲୋଚନା ହେଉଛି।

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

BjD Kendrapara