କୋରେଇରେ ସବୁ ଗଡ଼ବଡ଼, ବିଜେଡି ପାଇଁ ଭୋଟ୍ ମାଗୁଛନ୍ତି ମିଶନ ଶକ୍ତି ଅଧିକାରୀ | Odisha Reporter
ଯାଜପୁର ଜିଲ୍ଲା କୋରେଇ ନିର୍ବାଚନମଣ୍ଡଳୀରେ ଆଦର୍ଶ ଆଚରଣ ବିଧିର ଖୁଲମଖୁଲା ଉଲ୍ଲଂଘନ । ବିଜେଡି ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ପ୍ରବର୍ତ୍ତାଉଛନ୍ତି ସରକାରୀ ବାବୁଆଣି । ମିଶନ ଶକ୍ତି ବିଭାଗର ଆଡଭାଇଜର ଥିବା ଏହି ମହିଳା ଜଣଙ୍କ ବିଜେଡି ପାଇଁ ଭୋଟ୍ ଗୋଟାଇବାରେ ଲାଗିଛନ୍ତି । ଏସଏଚଜି ମହିଳାଙ୍କୁ ବୈଠକକୁ ଡାକି ଯୋଡ଼ି ଶଙ୍ଖରେ ଭୋଟ ଦେଇ କୋରେଇ ବିଧାୟିକା ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସ ଓ ଯାଜପୁର ସାଂସଦ ପ୍ରାର୍ଥୀନୀ ଶର୍ମିଷ୍ଠା ସେଠୀଙ୍କୁ ଜିତାଇବା ସହ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବାକୁ ପଂଚାୟତରେ ପ୍ରଚାର କରୁଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
