ବିଜେଡି ପାଇଁ ଭୋଟ୍ ମାଗୁଛନ୍ତି ମିଶନ ଶକ୍ତି ଅଧିକାରୀ

  • Published: Saturday, 25 May 2024
  • , Updated: 25 May 2024, 01:10 PM IST

ଯାଜପୁର ଜିଲ୍ଲା କୋରେଇ ନିର୍ବାଚନମଣ୍ଡଳୀରେ ଆଦର୍ଶ ଆଚରଣ ବିଧିର ଖୁଲମଖୁଲା ଉଲ୍ଲଂଘନ । ବିଜେଡି ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ପ୍ରବର୍ତ୍ତାଉଛନ୍ତି ସରକାରୀ ବାବୁଆଣି । ମିଶନ ଶକ୍ତି ବିଭାଗର ଆଡଭାଇଜର ଥିବା ଏହି ମହିଳା ଜଣଙ୍କ ବିଜେଡି ପାଇଁ ଭୋଟ୍ ଗୋଟାଇବାରେ ଲାଗିଛନ୍ତି । ଏସଏଚଜି ମହିଳାଙ୍କୁ ବୈଠକକୁ ଡାକି ଯୋଡ଼ି ଶଙ୍ଖରେ ଭୋଟ ଦେଇ କୋରେଇ ବିଧାୟିକା ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସ ଓ ଯାଜପୁର ସାଂସଦ ପ୍ରାର୍ଥୀନୀ ଶର୍ମିଷ୍ଠା ସେଠୀଙ୍କୁ ଜିତାଇବା ସହ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବାକୁ ପଂଚାୟତରେ ପ୍ରଚାର କରୁଛନ୍ତି ।

Related story