Advertisment

ମିଜୋରାମ ଭୋଟ୍ ଗଣତି: ଶାସକ ଦଳକୁ ପଛରେ ପକାଇ ଆଗେଇ ଚାଲିଛି ZPM

ପୂର୍ବାହ୍ନରେ ଭୋଟ୍ ଗଣତି ସୁଦ୍ଧା ମିଜୋରାମର ଜୋରମ ପିପୁଲ୍ସ ମୁଭମେଣ୍ଟ(ZPM) ଶାସକ ଦଳକୁ ବହୁ ପଛରେ ପକାଇ ଆଗେଇ ଚାଲିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଗତକାଲି ଚାରି ରାଜ୍ୟର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବା ପରେ ଆଜି ଚାଲିଛି ମିଜୋରାମ ଭୋଟ୍ ଗଣତି। ସକାଳ 8ଟାରେ ଆରମ୍ଭ ହୋଇଛି ମତ ଗଣନା। ଚାରି ରାଜ୍ୟ ସମୀକରଣ ବଦଳି ଯାଇଥିବା ବେଳେ ଏଠାରେ ମଧ୍ୟ କିଛି ଭିନ୍ନ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। କାରଣ ପୂର୍ବାହ୍ନରେ ଭୋଟ୍ ଗଣତି ସୁଦ୍ଧା ମିଜୋରାମର ଜୋରମ ପିପୁଲ୍ସ ମୁଭମେଣ୍ଟ(ZPM) ଶାସକ ଦଳକୁ ବହୁ ପଛରେ ପକାଇ ଆଗେଇ ଚାଲିଛି। 

Advertisment

ପ୍ରାରମ୍ଭିକ ପର୍ଯ୍ୟାୟରେ, ZPM 27ଟି ଆସନରେ ଆଗେଇ ଚାଲିଥିବା ବେଳେ ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟ(MNF) ମାତ୍ର 7ଟି ଆସନରେ ଆଗରେ ରହିଥିଲା। ସେହିପରି ବିଜେପି ତିନୋଟି ଆସନରେ ଆଗରେ ରହିଥିବା ବେଳେ କଂଗ୍ରାସ ମାତ୍ର ଗୋଟିଏ ଆସନରେ ଆଗରେ ରହିଥିଲା। ପୂର୍ବାହ୍ନ ଫଳାଫଳ ସୁଦ୍ଧା ZPM ଦୁଇଟି ଆସନରେ ବିଜୟୀ ହୋଇସାରିଥିଲା। ପ୍ରକାଶ ଥାଉ କି, 40 ବିଧାନସଭା ଆସନ ବିଶିଷ୍ଟ ମିଜୋରାମରେ ମ୍ୟାଜିକ୍ ନଂ ରହିଛି 21।

ଏକଜିଟ ପୋଲର ଆକଳନ ଅନୁଯାୟୀ, କ୍ଷମତାସୀନ ମିଜୋ ନ୍ୟାସନାଲ ଫ୍ରଣ୍ଟ, କଂଗ୍ରେସ, ବିଜେପି ଓ ମିଜୋରାମ ପିପୁଲ ମୁଭମେଣ୍ଟ ମଧ୍ୟରେ କଡ଼ା ମୁକାବିଲା ରହିବ। ମିଜୋ ନ୍ୟାସନାଲ ଫ୍ରଣ୍ଟ ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି ବାଢିଥିଲେ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା। ତେବେ କେଉଁ ଦଳ ମିଜୋରେ ଶାସନ ଗଢୁଛି ତାହା ଫଳାଫଳ ପ୍ରକାଶ ପାଇବା ପରେ ସ୍ପଷ୍ଟ ହୋଇଯିବ। 

Advertisment
Mizoram Vote Counting Mizoram Assembly Election Mizoram Results Mizoram Poll Results