Advertisment

କାହାର ହେବ ମିଜୋରାମ ? 27 ଆସନରେ ଆଗୁଆ ZPM

ପ୍ରାରମ୍ଭିକ ପର୍ଯ୍ୟାୟରେ, ZPM 27ଟି ଆସନରେ ଆଗେଇ ଚାଲିଥିବା ବେଳେ ଶାସକ ଦଳ ମିଜୋ ନ୍ୟାସନାଲ ଫ୍ରଣ୍ଟ (MNF) 10ଟି ଆସନରେ ଆଗରେ ରହିଛି।

author-image
Manoj Swain

କାହାର ହେବ ମିଜୋରାମ ? ଗତକାଲି 4 ରାଜ୍ୟର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବା ପରେ ଆଜି ଚାଲିଛି ମିଜୋରାମ ଭୋଟ୍ ଗଣତି। ସକାଳ 8ଟାରେ ଆରମ୍ଭ ହୋଇଛି ମତ ଗଣନା। ଚାରି ରାଜ୍ୟ ସମୀକରଣ ବଦଳି ଯାଇଥିବା ବେଳେ ଏଠାରେ ମଧ୍ୟ କିଛି ଭିନ୍ନ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। କାରଣ ପୂର୍ବାହ୍ନରେ ଭୋଟ୍ ଗଣତି ସୁଦ୍ଧା ମିଜୋରାମର ଜୋରାମ ପିପୁଲ୍ସ ମୁଭମେଣ୍ଟ(ZPM) ଶାସକ ଦଳକୁ ବହୁ ପଛରେ ପକାଇ ଆଗେଇ ଚାଲିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ, ZPM 27ଟି ଆସନରେ ଆଗେଇ ଚାଲିଥିବା ବେଳେ ଶାସକ ଦଳ ମିଜୋ ନ୍ୟାସନାଲ ଫ୍ରଣ୍ଟ (MNF) 10ଟି ଆସନରେ ଆଗରେ ରହିଛି। 

Advertisment
Election Results Mizoram Results