Advertisment

ସନାତନ ଧର୍ମ ବିବାଦ: ପୁଅ ପାଇଁ ଆଗକୁ ଆସିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ଉଦୟନିଧି କେବଳ ସନାତନରେ ଥିବା ଅମାନବୀୟ ନୀତି ଗୁଡ଼ିକ ସମ୍ପର୍କରେ କହିଥିଲେ।

ଅଦ୍ୟତନ ହୋଇଛି
MK stalin

MK stalin

Advertisment

ସନାତନ ଧର୍ମ ବିରୋଧରେ ବୟାନ ଦେଇ ବିବାଦୀୟ ହୋଇପଡ଼ିଥିବା ଉଦୟନିଧି ଷ୍ଟାଲିନଙ୍କ ସପକ୍ଷରେ ବାହାରିଛନ୍ତି ତାଙ୍କ ବାପା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ସେ ଗୋଟିଏ ଲମ୍ବା ବିବୃତି ଜାରି କରି କହିଛନ୍ତି ଯେ ଉଦୟନିଧି କେବଳ ସନାତନରେ ଥିବା ଅମାନବୀୟ ନୀତି ଗୁଡ଼ିକ ସମ୍ପର୍କରେ କହିଥିଲେ।

Advertisment

ଏହି ଅମାନବୀୟ ନୀତି ଯୋଗୁ ଅନୁସୂଚିତ ଜାତି, ଜନଜାତି ଓ ମହିଳାଙ୍କ କ୍ଷେତ୍ରରେ ଭେଦଭାବ ସୃଷ୍ଟି କରୁଛି। କୌଣସି ଧର୍ମ କିମ୍ବା ଧାର୍ମିକ ବିଶ୍ୱାସକୁ ଅପମାନିତ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ଏମକେ ଷ୍ଟାଲିନ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଆହୁରି କହିଛନ୍ତି, କିଛି ଲୋକ ଜାତି ଭିତ୍ତିକ ଭେଦଭାବର ପ୍ରଚାର କରୁଛନ୍ତି ଓ ଧାର୍ମିକ ପ୍ଲାଟଫର୍ମରେ ମହିଳାଙ୍କୁ ଏବେ ବି ବଦନାମ କାରୁଛନ୍ତି। ବିଜେପି ସପକ୍ଷବାଦୀମାନେ ଏହି ଅମାନବୀୟ ନୀତିକୁ ବିରୋଧ କରୁଥିବା ଲୋକଙ୍କୁ ସମାଲୋଚନା କରୁଛନ୍ତି। ଏଥିସହ ତାଙ୍କ ମନ୍ତ୍ରୀଙ୍କ(ଉଦୟନିଧି) ବୟାନକୁ ନେଇ ମିଛ କଥା ପ୍ରଚାର କରୁଥିବା ମଧ୍ୟ ଷ୍ଟାଲିନ କହିଛନ୍ତି।

Advertisment

ତାଙ୍କ କହିବା କଥା, “ଆମେ ଚନ୍ଦ୍ରଯାନ ଜହ୍ନକୁ ପଠାଇ ସାରିଥିଲେ ମଧ୍ୟ କିଛି ଲୋକ ଜାତିଗତ ଭେଦଭାବକୁ ପ୍ରଚାର କରିବାରେ ଲାଗିଛନ୍ତି। ସେମାନେ ବର୍ଣ୍ଣାଶ୍ରମ ନୀତି ଆଧାରରେ ସାମାଜିକ ସନ୍ତୁଷ୍ଟି କଥା କହୁଛନ୍ତି ଓ ଶାସ୍ତ୍ରର ଉଦାହରଣ ଦେଉଛନ୍ତି।

କିଛି ଲୋକ ମହିଳାଙ୍କୁ ଅପମାନିତ କରିବାରେ ଲାଗିଛନ୍ତି। ମହିଳାମାନେ କାମ କରିବା ଉଚିତ ନୁହେଁ ଓ ବିଧବାମାନେ ଆଉ ଥରେ ବିବାହ କରିବା କଥା ନୁହେଁ ବୋଲି କହୁଛନ୍ତି। ସେମାନେ ମହିଳାଙ୍କ ସ୍ୱର ଚାପି ଦେବାକୁ ସନାତନ ଶବ୍ଦର ବ୍ୟବହାର କରୁଛନ୍ତି। ଉଦୟନିଧି କେବଳ ସେସବୁ ଦମନ କାର୍ଯ୍ୟ ବିରୋଧରେ କହିଥିଲେ। ଏହି ଆଦର୍ଶରେ ଚାଲିଥିବା ସବୁ କାମର ବିଲୋପ ସପକ୍ଷରେ ସେ ମତ ରଖିଥିଲେ।”

ବିଜେପିର ଟ୍ରୋଲ ଆର୍ମି ମିଛର ପ୍ରଚାର କରୁଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସମାଲୋଚନା କରିଛନ୍ତି। ସେମାନେ ମିଛ କହି ଉଦୟନିଧି ସନାତନ ଚିନ୍ତାଧାରା ରଖିଥିବା ଲୋକଙ୍କ ନରସଂହାର ପାଇଁ ଆହ୍ୱାନ ଦେଇଥିବା କଥା କହି ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଷ୍ଟାଲିନ ଅଭିଯୋଗ କରିଛନ୍ତି।

Tamilnadu MK Stalin Udhayanidhi Stalin Udhayanidhi Stalin Sanatana Raw
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe