ସନାତନ ଧର୍ମ ଉପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ପୁଅଙ୍କ ବିବାଦୀୟ ବୟାନ। ଷ୍ଟାଲିନଙ୍କ ପୁଅ ତଥା ଡିଏମକେ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ ସହ ତୁଳନା କରିଛନ୍ତି। ଏଥିସହ ସନାତନ ଧର୍ମ ସାମାଜିକ ନ୍ୟାୟ ଧାରଣା ବିରୁଦ୍ଧ, ଏହାକୁ ବିଲୋପ କରାଯିବା ଆବଶ୍ୟକ ବୋଲି ଏକ ସଭାରେ ଅଭିଭାଷଣ ଦେଇ କହିଛନ୍ତି। ଷ୍ଟାଲିନଙ୍କ ଏପରି ମନ୍ତବ୍ୟ ପରେ ବିଭିନ୍ନ ରାଜନୈତିକ ଦଳ ତଥା ଧାର୍ମିକ ସଙ୍ଗଠନ ପକ୍ଷରୁ ତାଙ୍କୁ କଡା ବିରୋଧ କରାଯାଉଛି।
ଗତକାଲି(ସେପ୍ଟେମ୍ବର ୨) ଚେନ୍ନାଇରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଉଦୟାନିଧି କହିଛନ୍ତି, "କିଛି ଜିନିଷ ଅଛି ଯାହାକୁ ଆମକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବାକୁ ପଡିବ, କେବଳ ବିରୋଧ କଲେ ହେବନି। ଡେଙ୍ଗୁ, କରୋନା ଏବଂ ମ୍ୟାଲେରିଆ ଠିକ୍ ଏହିପରି, ଯାହାକୁ କେବଳ ବିରୋଧ ନୁହେଁ ସମ୍ପୂର୍ଣ୍ଣ ରୂପେ ହଟାଇବା ଉଚିତ୍। ସନାତନ ଧର୍ମ ମଧ୍ୟ ଏହି ରୋଗଗୁଡିକ ପରି। ଆମର ପ୍ରଥମ କାର୍ଯ୍ୟ ହେଉଛି ସନାତନକୁ ବିରୋଧ କରିବା ନୁହେଁ ବରଂ ଏହାର ବିଲୋପ କରିବା।"
Udhayanidhi Stalin, son of Tamilnadu CM MK Stalin, and a minister in the DMK Govt, has linked Sanatana Dharma to malaria and dengue… He is of the opinion that it must be eradicated and not merely opposed. In short, he is calling for genocide of 80% population of Bharat, who… pic.twitter.com/4G8TmdheFo
— Amit Malviya (@amitmalviya) September 2, 2023
ସେ ଆହୁରି କହିଛନ୍ତି, "ସନାତନାର ନାମ ସଂସ୍କୃତରୁ ଆସିଛି। ଏହା ସାମାଜିକ ନ୍ୟାୟ ଏବଂ ସମାନତା ବିରୁଦ୍ଧରେ। ତେଣୁ ଏହାକୁ ବିରୋଧ ନୁହେଁ ହଟାଇବା ଉଚିତ।" ଷ୍ଟାଲିନଙ୍କ ଏପରି ମନ୍ତବ୍ୟ ପରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି "ଡିଏମକେର ଜଣେ ନେତା ତଥା ମନ୍ତ୍ରୀ ସନାତନ ଧର୍ମକୁ ନେଇ ଏପରି ବୟାନ୍ ଦେଇଛନ୍ତି, ଯାହା 80 ପ୍ରତିଶତ ଜନତାଙ୍କୁ ବିଲୋପ କରିଦେବାକୁ ଆହ୍ୱାନ କରୁଛି, ଯେଉଁମାନେ କି ସନାତନ ଧର୍ମର ଉପାସକ।"
ଡିଏମକେ ହେଉଛି ବିରୋଧୀ ମେଣ୍ଟର ଏକ ପ୍ରମୁଖ ସଦସ୍ୟ ଏବଂ କଂଗ୍ରେସର ଦୀର୍ଘଦିନର ସହଯୋଗୀ। ସନାତନ ଧର୍ମ ବିରୁଦ୍ଧରେ ଏପରି ବୟାନ ଦେବାକୁ ମୁମ୍ବାଇ ମିଟିଂରେ କଣ ସହମତ ଦିଆଯାଇଥିଲା କି ବୋଲି ପ୍ରଶ୍ନ କରିଛନ୍ତି ଅମିତ ମାଲବ୍ୟ। ମାଲବ୍ୟଙ୍କ ଏହି ପୋଷ୍ଟ ପରେ ପ୍ରତିକ୍ରିୟା ରଖିଛନ୍ତି ଷ୍ଟାଲିନ୍।
I never called for the genocide of people who are following Sanatan Dharma. Sanatan Dharma is a principle that divides people in the name of caste and religion. Uprooting Sanatan Dharma is upholding humanity and human equality.
— Udhay (@Udhaystalin) September 2, 2023
I stand firmly by every word I have spoken. I spoke… https://t.co/Q31uVNdZVb
ଷ୍ଟାଲିନ୍ କହିଛନ୍ତି, "ଯେଉଁମାନେ ସନାତନ ଧର୍ମ ଉପାସକ ସେମାନଙ୍କ ବିଲୋପ ପାଇଁ ମୁଁ କହିନାହିଁ। ସନାତନ ଧର୍ମ ପାଇଁ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରଭାବିତ ହେଉଥିବାରୁ ଧର୍ମକୁ ବିଲୋପ କରିବାର ଆବଶ୍ୟକତା ଥିବା କହିଛି।" ଯଦି ଏହି ମନ୍ତବ୍ୟକୁ ନେଇ ଆଗକୁ ବିବାଦୀୟ ପରିସ୍ଥିତି ଉପୁଜେ, ତେବେ ମୁଁ ସମସ୍ତ ଆଇନର ସାମ୍ନା କରିବାକୁ ମଧ୍ୟ ପ୍ରସ୍ତୁତ ଅଛି। ଏଭଳ ଧମକରେ ଆମେ ଭୟଭୀତ ହେବୁ ନାହିଁ। ଆମେ ସାମାଜିକ ନ୍ୟାୟକୁ ସମର୍ଥନ କରିବା ଏବଂ ସମାନତା ପାଇଁ ସର୍ବାଦା ଲଢିବୁ। ମୁଁ ଏହା କାଲି କହିଥିଲି, ଆଜି କହୁଛି ଆସନ୍ତାକାଲି ମଧ୍ୟ କହିବି ବୋଲି ଷ୍ଟାଲିନ୍ କହିଛନ୍।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।