Advertisment

ତାମିଲନାଡୁ ମୁଖ୍ୟମନ୍ତ୍ରୀ ପୁଅଙ୍କ ବିବାଦୀୟ ବୟାନ: କହିଲେ ସନାତନ ଧର୍ମ ମ୍ୟାଲେରିଆ-ଡେଙ୍ଗୁ ଭଳି, ବିଲୋପ କରିବା ଉଚିତ୍

ସନାତନ ଧର୍ମ ଉପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ପୁଅଙ୍କ ବିବାଦୀୟ ବୟାନ। ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ ସହ ତୁଳନା କରି ବିବାଦରେ ଫସିଲେ।

ଅଦ୍ୟତନ ହୋଇଛି
Udhayanidhi Stalin

Udhayanidhi Stalin

Advertisment

ସନାତନ ଧର୍ମ ଉପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ପୁଅଙ୍କ ବିବାଦୀୟ ବୟାନ। ଷ୍ଟାଲିନଙ୍କ ପୁଅ ତଥା ଡିଏମକେ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ ସହ ତୁଳନା କରିଛନ୍ତି। ଏଥିସହ ସନାତନ ଧର୍ମ ସାମାଜିକ ନ୍ୟାୟ ଧାରଣା ବିରୁଦ୍ଧ, ଏହାକୁ ବିଲୋପ କରାଯିବା ଆବଶ୍ୟକ ବୋଲି ଏକ ସଭାରେ ଅଭିଭାଷଣ ଦେଇ କହିଛନ୍ତି। ଷ୍ଟାଲିନଙ୍କ ଏପରି ମନ୍ତବ୍ୟ ପରେ ବିଭିନ୍ନ ରାଜନୈତିକ ଦଳ ତଥା ଧାର୍ମିକ ସଙ୍ଗଠନ ପକ୍ଷରୁ ତାଙ୍କୁ କଡା ବିରୋଧ କରାଯାଉଛି।  

Advertisment

ଗତକାଲି(ସେପ୍ଟେମ୍ବର ୨) ଚେନ୍ନାଇରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଉଦୟାନିଧି କହିଛନ୍ତି, "କିଛି ଜିନିଷ ଅଛି ଯାହାକୁ ଆମକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବାକୁ ପଡିବ, କେବଳ ବିରୋଧ କଲେ ହେବନି। ଡେଙ୍ଗୁ, କରୋନା ଏବଂ ମ୍ୟାଲେରିଆ ଠିକ୍ ଏହିପରି, ଯାହାକୁ କେବଳ ବିରୋଧ ନୁହେଁ ସମ୍ପୂର୍ଣ୍ଣ ରୂପେ ହଟାଇବା ଉଚିତ୍। ସନାତନ ଧର୍ମ ମଧ୍ୟ ଏହି ରୋଗଗୁଡିକ ପରି। ଆମର ପ୍ରଥମ କାର୍ଯ୍ୟ ହେଉଛି ସନାତନକୁ ବିରୋଧ କରିବା ନୁହେଁ ବରଂ ଏହାର ବିଲୋପ କରିବା।" 

Advertisment

ସେ ଆହୁରି କହିଛନ୍ତି, "ସନାତନାର ନାମ ସଂସ୍କୃତରୁ ଆସିଛି। ଏହା ସାମାଜିକ ନ୍ୟାୟ ଏବଂ ସମାନତା ବିରୁଦ୍ଧରେ। ତେଣୁ ଏହାକୁ ବିରୋଧ ନୁହେଁ ହଟାଇବା ଉଚିତ।" ଷ୍ଟାଲିନଙ୍କ ଏପରି ମନ୍ତବ୍ୟ ପରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି "ଡିଏମକେର ଜଣେ ନେତା ତଥା ମନ୍ତ୍ରୀ ସନାତନ ଧର୍ମକୁ ନେଇ ଏପରି ବୟାନ୍ ଦେଇଛନ୍ତି, ଯାହା 80 ପ୍ରତିଶତ ଜନତାଙ୍କୁ ବିଲୋପ କରିଦେବାକୁ ଆହ୍ୱାନ କରୁଛି, ଯେଉଁମାନେ କି ସନାତନ ଧର୍ମର ଉପାସକ।"

ଡିଏମକେ ହେଉଛି ବିରୋଧୀ ମେଣ୍ଟର ଏକ ପ୍ରମୁଖ ସଦସ୍ୟ ଏବଂ କଂଗ୍ରେସର ଦୀର୍ଘଦିନର ସହଯୋଗୀ। ସନାତନ ଧର୍ମ ବିରୁଦ୍ଧରେ ଏପରି ବୟାନ ଦେବାକୁ ମୁମ୍ବାଇ ମିଟିଂରେ କଣ ସହମତ ଦିଆଯାଇଥିଲା କି ବୋଲି ପ୍ରଶ୍ନ କରିଛନ୍ତି ଅମିତ ମାଲବ୍ୟ। ମାଲବ୍ୟଙ୍କ ଏହି ପୋଷ୍ଟ ପରେ ପ୍ରତିକ୍ରିୟା ରଖିଛନ୍ତି ଷ୍ଟାଲିନ୍। 

ଷ୍ଟାଲିନ୍ କହିଛନ୍ତି, "ଯେଉଁମାନେ ସନାତନ ଧର୍ମ ଉପାସକ ସେମାନଙ୍କ ବିଲୋପ ପାଇଁ ମୁଁ କହିନାହିଁ। ସନାତନ ଧର୍ମ ପାଇଁ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରଭାବିତ ହେଉଥିବାରୁ ଧର୍ମକୁ ବିଲୋପ କରିବାର ଆବଶ୍ୟକତା ଥିବା କହିଛି।" ଯଦି ଏହି ମନ୍ତବ୍ୟକୁ ନେଇ ଆଗକୁ ବିବାଦୀୟ ପରିସ୍ଥିତି ଉପୁଜେ, ତେବେ ମୁଁ ସମସ୍ତ ଆଇନର ସାମ୍ନା କରିବାକୁ ମଧ୍ୟ ପ୍ରସ୍ତୁତ ଅଛି। ଏଭଳ ଧମକରେ ଆମେ ଭୟଭୀତ ହେବୁ ନାହିଁ। ଆମେ ସାମାଜିକ ନ୍ୟାୟକୁ ସମର୍ଥନ କରିବା ଏବଂ ସମାନତା ପାଇଁ ସର୍ବାଦା ଲଢିବୁ। ମୁଁ ଏହା କାଲି କହିଥିଲି, ଆଜି କହୁଛି ଆସନ୍ତାକାଲି ମଧ୍ୟ କହିବି ବୋଲି ଷ୍ଟାଲିନ୍ କହିଛନ୍।

MK Stalin's Son Remark Eradicate Sanatana Dharma Remark MK Stalin's Son's Reaction Udhayanidhi Stalin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe