Advertisment

ବିଜେଡିରେ ମିଶିଲେ ବିଧାୟକ ଅଧିରାଜ ପାଣିଗ୍ରାହୀ

ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ ବିଧାୟକ ଅଧିରାଜ ପାଣିଗ୍ରାହୀ।

author-image
Jitendra Garnayak
Mla Adhiraj Panigrahi

Mla Adhiraj Panigrahi

ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି ବିଜେଡିରେ ମିଶିଛନ୍ତି। ଶ୍ରୀ ପାଣିଗ୍ରାହୀଙ୍କ ସହ ଖଡ଼ିଆଳ, ବୋଡ଼େନ ଓ ସିନାପାଲି ବ୍ଲକର ଅଧ୍ୟକ୍ଷଙ୍କ ସମେତ ୪୦ଜଣ ସରପଞ୍ଚ ଓ ୩୪ ଜଣ ସମିତି ସଭ୍ୟ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

Advertisment

ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ, ନୂଆପଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷିକା ତଥା ବିଜୁ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ମୁଖପାତ୍ର ପ୍ରିୟବ୍ରତ ମାଝୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ। ଏକ ନୂଆ ଓଡ଼ିଶା ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତଥା ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଏବଂ ତାଙ୍କ ସମର୍ଥକମାନେ ବିଜେଡିରେ ମିଶିଥିବା କହିଛନ୍ତି ଅଧିରାଜ ପାଣିଗ୍ରାହୀ।  

୨୦୧୯ ନିର୍ବାଚନରେ ଅଧିରାଜ ମୋହନ ପାଣିଗ୍ରାହୀ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୫୯, ୩୦୮ ଖଣ୍ଡ ଭୋଟ୍ ପାଇଥିଲେ। ବିଜେଡି ନେତା ଲମ୍ବୋଦର ନିଆଲ ୫୬,୪୫୧ ଖଣ୍ଡ ଭୋଟ ପାଇ ହାରି ଯାଇଥିଲେ। ୨୦୧୪ରେ ଶ୍ରୀ ପାଣିଗ୍ରାହୀ ଏହି ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। 

Advertisment

ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବିଜେଡିକୁ ଯିବେ ବୋଲି ବହୁ ଦିନରୁ ଆଲୋଚନା ହେଉଥିଲା। ଖଡ଼ିଆଳ ବିଧାନସଭା ମଣ୍ଡଳୀରେ ବିଜେଡିର ଟାଣୁଆ ନେତା ନଥିବାରୁ ସେଠାରେ ଦଳ ଏକପ୍ରକାର ବ୍ୟାକଫୁଟରେ ରହିଥିଲା । ଏବେ ଅଧିରାଜଙ୍କୁ ଆଣି ବିଜେଡି ସେଠାରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ପଦକ୍ଷେପ ନେଇଛି । ସମ୍ଭବତଃ ଅଧିରାଜ ଖଡ଼ିଆଳ ଆସନରୁ ଟିକେଟର ପ୍ରତିଶ୍ରୁତି ପାଇବା ପରେ ବିଜେଡିରେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି ।

BjD Congress