Advertisment

ବିଜେଡିରୁ ଇସ୍ତଫା ଦେଇ ବିଜେପିକୁ ଫେରିଲେ ବିଧାୟକ ଅରବିନ୍ଦ ଢାଲି

ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ଅରବିନ୍ଦ ଢାଲି।

ଅଦ୍ୟତନ ହୋଇଛି
Arabinda Dhali

Arabinda Dhali

Advertisment

ଗତକାଲି ବିଜେଡିରୁ ଇସ୍ତଫା ଦେଇଥିବା ଜୟଦେବ ବିଧାୟକ ଅରବିନ୍ଦ ଢାଲି ଆଜି ପୁଣି ବିଜେପିକୁ ଫେରିଛନ୍ତି। ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ଦଳରେ ମିଶିଛନ୍ତି। ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ,ସହପ୍ରଭାରୀ, ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଢ଼ି ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। 

Advertisment

ବିଜେପିରେ ଯୋଗ ଦେବା ଅରବିନ୍ଦ ଢାଲି କହିଛନ୍ତି, ଯେଭଳି ଲୋକେ ବିଜେପିରେ ମିଶୁଛନ୍ତି, ଲାଗୁଛି ଶହେରୁ ଅଧିକ ସିଟ୍‌ ପାଇବୁ। ଶହେରୁ ଅଧିକ ବିଧାନସଭା ଓ ସମସ୍ତ ୨୧ଟି ଲୋକସଭା ସିଟ୍‌ ଜିତିବୁ। ରାଜ୍ୟରେ ବିଜେପି ସ୍ଥିର ସରକାର କରିବ। ବର୍ତ୍ତମାନର ଶାସନ ରାଜ୍ୟ ପାଇଁ ଆଦୌ ଉପଯୁକ୍ତ ନୁହେଁ। ବିଜେଡିରେ ରହି ନେତାମାନେ ଶ୍ୱାସରୁଦ୍ଧ ହୋଇଗଲେଣି।ବିଜେଡିରେ ବରିଷ୍ଠଙ୍କୁ ଯେଭଳି ସମ୍ମାନ ମିଳିବା କଥା ମିଳୁନି। ଏବେ ମଙ୍ଗ ଧରିଥିବା ଯୁବକମାନେ ଭୁଲିଯାଇଛନ୍ତି ଯେ ଓଲ୍ଡ ଇଜ୍‌ ଗୋଲ୍ଡ। ଜଣେ ବିଧାୟକ ଥିବା ସ୍ଥଳେ ଆଉ ୩ ଜଣଙ୍କୁ ପ୍ରୋଜେକ୍ଟ କରୁଛନ୍ତି। ମୋ ବିରୋଧରେ ସମାନ୍ତରାଳ ସଂଗଠନ ଛିଡ଼ା କଲେ। ଯେଉଁଠି ମାନ ସମ୍ମାନ ନାହିଁ, ସେହି ସ୍ଥାନ ଛାଡ଼ିଦେବା ଉଚିତ। ସେଥିପାଇଁ ଘର ବାହୁଡ଼ା କଲି। ବିଜେପିରେ ଥିଲି, ଶେଷ ଯାଏଁ ରହିବି।

୧୯୯୨ରେ ମାଲକାନଗିରି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ଟିକେଟରେ ଜିତିଥିଲେ ଅରବିନ୍ଦ ଢାଲି। ପରେ ୧୯୯୫ ଓ ୨୦୦୦ ମସିହାରେ ସେ ସେହି ଆସନରୁ ବିଜେପି ଟିକେଟରେ ବିଧାନସଭାକୁ ଯାଇଥିଲେ। ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ସେ ବିଜେପି ଛାଡ଼ିଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗ ଦେଇ ୨୦୦୯ ଓ ୨୦୧୯ରେ ଜୟଦେବ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। 

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe