Advertisment

କଂଗ୍ରେସର ସାଂଘାତିକ ଅଭିଯୋଗ - ଜଙ୍ଗଲ ଜମିରେ ହୋଟେଲ କରୁଛନ୍ତି ରାଜନଗର ବିଧାୟକ

କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବିଧାୟକ ଜଙ୍ଗଲ ଜମିକୁ ଜବରଦଖଲ କରି ହୋଟେଲ ନିର୍ମାଣ କରିଛନ୍ତି । ଏ ନେଇ ସେମାନେ ଡିଏଫଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।

Tension Situation

Tension Situation

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ରାଜନୀତିରେ ତେଜିବାକୁ ଲାଗିଲାଣି ବିବାଦ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାୟକ ଧ୍ରୁବ ସାହୁ ଜଙ୍ଗଲ ଜମିରେ ବେଆଇନ ଭାବେ ହୋଟେଲ ନିର୍ମାଣ କରିଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ରାଜନୈତିକ ଦଳ ।

Advertisment

କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବିଧାୟକ ଜଙ୍ଗଲ ଜମିକୁ ଜବରଦଖଲ କରି ହୋଟେଲ ନିର୍ମାଣ କରିଛନ୍ତି । ଏ ନେଇ ସେମାନେ ଡିଏଫଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।

ଏ ନେଇ ପଟ୍ଟାମୁଣ୍ଡାଇ କଂଗ୍ରେସ କମିଟି ପକ୍ଷରୁ ଗତକାଲି ଏକ ରାଲି ବାହାରି ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ସେହିପରି ରାଜନଗରରେ ମଧ୍ୟ ଶତାଧିକ କଂଗ୍ରେସ କର୍ମୀ ଏକ ରାଲିରେ ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟକୁ ଯାଇ ଏକ ସ୍ମାରକପତ୍ର ଦେଇଥିଲେ । ପରେ ଗୋପାଳପୁର ଛକରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

Advertisment

ବିଧାୟକ ଜଙ୍ଗଲ ଜମି ମାଡ଼ି ବସିଥିବା ନେଇ କଂଗ୍ରେସ ପକ୍ଷରୁ ହୋଇଥିବା ଅଭିଯୋଗକୁ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଛି। ଏଥିସହ ଏହା ଅତ୍ୟନ୍ତ ମିଥ୍ୟା ଓ ହାସ୍ୟାସ୍ପଦ ବୋଲି କୁହାଯାଇଛି  । ଯଦି ବିଧାୟକ ଜଙ୍ଗଲ ଜମି ମାଡ଼ି ବସିଥିବାର ପ୍ରମାଣ ତାଙ୍କ ନିକଟରେ ଅଛି ତାହା ହେଲେ ସେମାନେ ଆଇନର ଆଶ୍ରୟ କାହିଁକି ନେଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

 ଏହାର ଦୁଇ ଦିନ ପୂର୍ବରୁ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ପଶି ବିଡ଼ିଓଙ୍କୁ ପିସି ଓ ଜନ ପ୍ରତିନିଧିଙ୍କ କଥା ଶୁଣୁ ନ ଥିବାରୁ ତାଗିଦ କରିଥିଲେ l ଏହା ଯଦି ପୁନର୍ବାର ହୁଏ ତେବେ ଆଇନକୁ ହାତକୁ ନେବାକୁ ଚେତାବନୀ ଦେଇଥିଲେ l

ତାହାରି ପ୍ରତିବାଦରେ ଗତକାଲି ଶାସକ ଗୋଷ୍ଠିର କିଛି ସଭ୍ୟ,ସରପଞ୍ଚ, ଦଳୀୟ କର୍ମୀ ଆସି କଂଗ୍ରେସ ବିରୋଧୀ ସ୍ଲୋଗାନ ଦେଇ ବିଡ଼ିଓଙ୍କୁ ଭେଟିଥିଲେ। ଏହାପରେ ପଟ୍ଟାମୁଣ୍ଡାଇ ଥାନାରେ ଅଂଶୁମାନଙ୍କ ବିରୋଧରେ ଶତାଧିକ କର୍ମୀଙ୍କ ଦସ୍ତଖତରେ ଏକ ଅଭିଯୋଗ ହୋଇଥିଲା।

Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe