Advertisment

ସରକାରଙ୍କୁ ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ, ମୋ ନିର୍ବାଚନ ମଣ୍ଡଳୀକୁ ଯାଉଛି, ମୋତେ କିଏ ରୋକିବ ଦେଖିବି

ଆଜିଠୁ 5T ସଚିବ ତିନି ଦିନିଆ ଗସ୍ତରେ ଗଞ୍ଜାମ ଯିବେ।

author-image
Tapaswini Nayak
ଅଦ୍ୟତନ ହୋଇଛି
MLA Pradeep Panigrahy

MLA Pradeep Panigrahy

5T ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ଗଞ୍ଜାମ ଯାଇଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଭୁବନେଶ୍ୱରରୁ ଗଞ୍ଜାମ ଅଭିମୁଖେ ଯିବା ସମୟରେ ସରକାରଙ୍କୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ। କହିଛନ୍ତି, ‘ମୋ ନିର୍ବାଚନ ମଣ୍ଡଳୀକୁ ଯାଉଛି। ମୋତେ କିଏ ରୋକିବ ଦେଖିବି।’

Advertisment

ସେ ଆହୁରି କହିଛନ୍ତି, ‘ମୁଁ ଶୁଣିବାକୁ ପାଇଲି ମୋ ଯିବା ବାଟରେ ମୋତେ ରୋକିବା ପାଇଁ ବିଭିନ୍ନ ଜାଗାରେ ଲୋକ ରଖାଯାଇଛି। ଆଜି ଯଦି ମୋ ଉପରେ କିଛି ଆକ୍ରମଣ  ହୁଏ, ସେଥିପାଇଁ  ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଭୁବନେଶ୍ୱର ଡିସିପି ଓ ଗଞ୍ଜାମ ଏସ୍‌ପି ଦାୟୀ ରହିବେ। ଏହାସହ ଓଡ଼ିଶାର ରାଜନୈତିକ ଚିତ୍ର ସମ୍ପୂର୍ଣ୍ଣ ଭାବେ ବଦଳିବ।‘

‘ମୋ ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀ ଗଲେ ସମ୍ମାନ ସହ ସ୍ୱାଗତ କରିବି। କିନ୍ତୁ ଜଣେ ସଚିବ ଯାଉଛନ୍ତି। ତାଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା କାହିଁକି’ ବୋଲି ପଚାରିଛନ୍ତି ପ୍ରଦୀପ। ଯଦି ଜଣେ ଅଫିସର ଯିବ ତାହାହେଲେ ତାହା ପାଇଁ ୪୦୦୦ ପୁଲିସ ଜଗିବ। ଓଡ଼ିଶା ଲୋକଙ୍କୁ କଣ ଭାବୁଛନ୍ତି କି ବୋଲି କହିଛନ୍ତି ପ୍ରଦୀପ।

Advertisment

ଆଜିଠୁ 5T ସଚିବ ତିନି ଦିନିଆ ଗସ୍ତରେ ଗଞ୍ଜାମ ଯିବେ। ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମର ଯୋଗ ଦେବାର ରହିଛି। 5T ସଚିବ ଗ୍ରସ୍ତ ପୂର୍ବରୁ ସଭାସ୍ଥଳଠୁ ଆରମ୍ଭ କରି ରାସ୍ତାକଡ ପର୍ଯ୍ୟନ୍ତ, ସବୁଠି  ସଚିବଙ୍କ ନାଁରେ ଦେଖିବାକୁ ମିଳିଛି ବିରୋଧାତ୍ମକ ଲେଖାଯାଇଛି। ଏହାକୁ ନେଇ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

5T ସଚିବଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ବିରୋଧ ଆଶଙ୍କାରେ ବିଜେପି ନେତା ଉଠାଇ ନେଇଛି ପୁଲିସ। ବିଜେପିର ସାଂଗଠନିକ ଜିଲ୍ଲା ଘୁମୁସରର ଯୁବ ମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀଙ୍କୁ ପୁଲିସ ଉଠାଇନେଇଛି। ଆଲୋକ ବେଗୁନିଆପଡ଼ାରେ ଠିଆ ହୋଇଥିବା ବେଳେ ପୋଲିସ ଉଠାଇନେଇଥିବା ସୂଚନା ମିଳିଛି।।

BjD Bjp Ganjam