Advertisment

ଆଜି ପଦ୍ମ ଧରିବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ !

ବିଜେଡିରୁ ବହିଷ୍କୃତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ପଦ୍ମ ଧରିପାରନ୍ତି । ଆଜି ସନ୍ଧ୍ୟା ସମୟରେ ସେ ବିଜେପି ଶିବିରରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

ଅଦ୍ୟତନ ହୋଇଛି
Prasant Jagadev

Prasant Jagadev

Advertisment

ବିଜେଡିରୁ ବହିଷ୍କୃତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ପଦ୍ମ ଧରିପାରନ୍ତି । ଆଜି ଅପରାହ୍ନରେ ସମୟରେ ସେ ବିଜେପି ଶିବିରରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଭୁବନେଶ୍ୱରସ୍ଥିତ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ପଦ୍ମ ଧରି ପାରନ୍ତି ବୋଲି ଆଲୋଚନା ଆରମ୍ଭ ହୋଇଗଲାଣି। 

Advertisment

ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧାର ଜଣେ ବାହୁବଳୀ ନେତା ଥିବା ବେଳେ ଚିଲିକାର ବିଧାୟକ ଥିଲେ। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ବଡ଼ପୋଖରିଆ ଅଞ୍ଚଳରେ ହୋଇଥିବାରୁ ସମଗ୍ର ଜିଲ୍ଲାରେ ତାଙ୍କର ଭଲ ଦବଦବା ରହିଛି। 

ପ୍ରଶାନ୍ତ ଜଗଦ୍ଦେବଙ୍କ ରାଜନୈତିକ କ୍ୟାରିଅର

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କଲେଜର ଛାତ୍ର ସଂସଦ ସଭାପତି ପଦରୁ ସେ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ପରେ ଜିଲ୍ଲା ପରିଷଦ ସଭ୍ୟ ଓ ତା’ ପରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ପରିଷଦ ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ବେଗୁନିଆରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ୨୦୧୪ରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଜେଡି ଟିକେଟରୁ ବେଗୁନିଆ ବିଧାୟକ ଭାବେ ନିର୍ବାଚିତ ହୋଇଥିଲ। ଏହାପରେ ୨୦୧୯ ମସିହାରେ ଚିଲିକାରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିଲା। ସେଠାରୁ ମଧ୍ୟ ସେ ବହୁମତ ହାସଲ କରିଥିଲେ।

Advertisment

ପ୍ରଶାନ୍ତ ଜଗଦ୍ଦେବ ଓ ବିବାଦ

ମାତ୍ର ନିଜ ଆଚରଣ ପାଇଁ ତାଙ୍କ ଛବି ଧିରେ ଧିରେ ମଳିନ ହେବାକୁ ଲାଗିଲା। ୨୦୨୨ ମସିହା ମାର୍ଚ୍ଚ ୧୨ ତାରିଖରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାଣପୁର ବ୍ଲକ ଅଫିସ୍‌ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ଯାହାଫରେ ସାଧାରଣ ଜନତାଙ୍କ ସମେତ ପୁଲିସ୍‌ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ଏହ ପରେ ତାତି ଥିଲେ ସ୍ଥାନୀୟ ଲୋକେ। ବିଧାୟକଙ୍କୁ ତାଙ୍କ ଗାଡ଼ିରୁ ଟାଣି ଆଣି ପ୍ରବଳ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ।

ଏହି ଘଟଣାରେ ଦଳ ତରଫରୁ ତାଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ପରେ ବହିଷ୍କାର କରାଯାଇଥିଲା। ଏଥିସହ ବର୍ଷେ ପର୍ଯ୍ୟନ୍ତ ଚିଲିକା ନିର୍ବାଚନ ମଣ୍ଡଳୀ ନ ଯିବା ପାଇଁ କଟକଣା ଲାଗୁ କରିଥିଲା। ମାତ୍ର ନିର୍ବାଚନ ପୂର୍ବରୁ ସବୁ ବିବାଦର ସମାଧାନ ହେବ ବୋଲି ପ୍ରଶାନ୍ତ ଜଗଦ୍ଦେବ ଭାବିଥିବା ବେଳେ ତାହା ସମ୍ଭବପର ହୋଇ ପାରି ନ ଥିଲା। ଏହାପରେ ସେ ବିଜେପିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଆଜି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

କେଉଁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ ପ୍ରଶାନ୍ତ ଜଗଦ୍ଦେବ ?

 ପ୍ରଶାନ୍ତ ଜଗଦ୍ଦେବଙ୍କର ଖୋର୍ଦ୍ଧାରେ, ବେଗୁନିଆରେ ତଥା ଚିଲିକାରେ ଭଲ ସଙ୍ଗଠନ ଅଛି। ମାତ୍ର ସେ ବିଜେପି ତରଫରୁ ଖୋର୍ଦ୍ଧାରୁ କିମ୍ବା ବେଗୁନିଆରୁ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିଛି ମାସ ହେବ ଖୋର୍ଦ୍ଧାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ତେବେ ଏପରି ଉଶୃଙ୍ଖଳ ଆଚରଣ ପାଇଁ ଦିନେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟାର୍ଗେଟ କରୁଥିବା ବିଜେପି ଏବେ ତାଙ୍କୁ ଦଳରେ ସାମିଲ କରି କ’ଣ ନିର୍ବାଚନୀ ଫାଇଦା ହାସଲ କରି ପାରୁଛି ତାହା ଉପରେ ସମସ୍ତଙ୍କ ନଜର। 

Bjp Prashant Jagdev Bjp Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe