Advertisment

EVM ଭଙ୍ଗାଲା କିଏ? ଗାଁ ଲୋକ କହିଲେ- ହୋଇଛି ବଡ଼ ଷଡ଼ଯନ୍ତ୍ର, ବିଧାୟକ ନିର୍ଦ୍ଦୋଷ

ଗଣମାଧ୍ୟମ ପ୍ରତିନିଧି ଆସିବା ପରେ ଶ୍ରୀଜଗଦ୍ଦେବଙ୍କୁ ପୁଲିସ୍‌ ଖୋର୍ଦ୍ଧା ରିଜର୍ଭ ପୁଲିସ୍‌ ବାଟାଲିୟନ୍‌କୁ ନେଇଯାଇଥିଲା। ସେଠାରେ ତାଙ୍କୁ ରଖିଛି। ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

Election

Election

Advertisment

ମତଦାନ ଚାଲିଥିବା ବେଳେ ଖୋର୍ଦ୍ଧାରେ EVM ଭଙ୍ଗାଲା କିଏ? ଏହାର ଉତ୍ତର ବୁଥ୍‌ରେ ଲାଗିଥିବା ସିସିଟିଭି ଯାଞ୍ଚ କଲେ ଜଣାପଡ଼ିବ। ହେଲେ ପୁଲିସ୍‌ ସିସିଟିଭି ଯାଞ୍ଚ କରିବା ପରିବର୍ତ୍ତେ ଯୋଜନାବଦ୍ଧ ଭାବେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଉଠାଇ ନେଇଛି। ଏହାକୁ ନେଇ କାଉଁରିପାଟଣା ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗାଁ ଲୋକେ କହିଛନ୍ତି, ବିଧାୟକ ନିର୍ଦ୍ଦୋଷ। ଏକ ଟିଭି ଚ୍ୟାନେଲ୍‌ରେ ଘନ ଘନ ବାଇଟ ଦେଉଥିବା ମହିଳାଙ୍କ ପରିବାର ଲୋକ EVM ଭାଙ୍ଗିଛନ୍ତି। ସିସିଟିଭି ଯାଞ୍ଚ କଲେ ସବୁ ଜଣାପଡ଼ିବ ବୋଲି ଗାଁ ଲୋକେ କହିଛନ୍ତି।

Advertisment

ପୂରା ଘଟଣା ଏମିତି। ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ହେଉଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଆଜି ସେ ଓ ତାଙ୍କ ପତ୍ନୀଙ୍କ ସହିତ କାଉଁରିପାଟଣା ବୁଥ୍‌କୁ ଭୋଟ୍ ଦେବା ପାଇଁ ଯାଇଥିଲେ। ସେ ପ୍ରଥମେ ଏମ୍‌ପି ବୁଥ୍‌ରେ ଭୋଟ୍‌ ଦେଉଥିଲେ। ଠିକ୍‌ ସେହି ସମୟରେ ଜଣେ ବ୍ୟକ୍ତି ବିଧାୟକ ବୁଥ୍‌ରେ ଥିବା EVMକୁ ଗୋଇଠା ମାରି ତଳେ ପକାଇ ଦେଇଥିଲେ। ବିଧାୟକ ବୁଥ୍‌ରେ EVM ଭାଙ୍ଗି ତଳେ ପଡ଼ିଥିବା ଦେଖି ଭୋଟ୍‌ ନଦେଇ ପଳାଇ ଆସିଥିଲେ। ସେତିକି ବେଳେ ସେଠାରେ ପହଞ୍ଚିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ।

ଉଭୟ ନେତା ମତଦାନ ପାଇଁ ଛିଡ଼ା ହୋଇଥିବା ଲୋକଙ୍କ ସହିତ କଥା ହୋଇ ଅନ୍ୟ ବୁଥ୍‌କୁ ଯାଉଥିଲେ। ତେବେ ବେଗୁନିଆ ପାଖରୁ ପୁଲିସ୍‌ ଶ୍ରୀ ଜଗଦ୍ଦେବଙ୍କୁ ଜବରଦସ୍ତି ଉଠାଇ ନେଇଥିଲା। ତାଙ୍କୁ ପୁଲିସ୍‌ ପ୍ରଥମେ ବେଗୁନିଆ ଥାନାକୁ ନେଇଥିଲା। ଥାନାରେ ସେ ଧାରଣାରେ ବସିଥିଲେ। କାଉଁରିପାଟଣା ବୁଥ୍‌ରେ ଲାଗିଥିବା ସିସିଟିଭି ଯାଞ୍ଚ କରିବାକୁ ସେ ଦାବି କରିଥିଲେ। ହେଲେ କୌଣସି କଥା ଶୁଣିବା ମୋଡ୍‌ରେ ନଥିଲା ପୁଲିସ୍‌। ଏହି ଖବର ପ୍ରକାଶ ପାଇବା ପରେ ଥାନାରେ ପହଞ୍ଚିଥିଲେ ଗଣମାଧ୍ୟମ ପ୍ରତିନିଧି।

Advertisment

ଗଣମାଧ୍ୟମ ପ୍ରତିନିଧି ଆସିବା ପରେ ଶ୍ରୀଜଗଦ୍ଦେବଙ୍କୁ ପୁଲିସ୍‌ ଖୋର୍ଦ୍ଧା ରିଜର୍ଭ ପୁଲିସ୍‌ ବାଟାଲିୟନ୍‌କୁ ନେଇଯାଇଥିଲା। ସେଠାରେ ତାଙ୍କୁ ରଖିଛି। ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍‌ର ଏପରି କାର୍ଯ୍ୟକୁ ସାଧାରଣ ଲୋକେ ବିରୋଧ କରିଛନ୍ତି। ସିସିଟିଭି ଯାଞ୍ଚ କରିବାକୁ ଦାବି କରିଥିଲେ। ବୁଥ୍‌ରେ ନିୟୋଜିତ ଥିବା ପୋଲିଂ କର୍ମଚାରୀମାନେ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଲୋକମାନେ ଅଭିଯୋଗ କରିଛନ୍ତି।

କାଉଁରୀପାଟଣା ବୁଥ୍‌ର ଜଣେ ଭୋଟର ବଳରାମ ନାୟକ କହିଛନ୍ତି, ମୁଁ ଲାଇନ୍‌ରେ ଛିଡ଼ା ହୋଇଥିବା ବେଳେ ବିଧାୟକ ଭୋଟ୍‌ ଦେବା ପାଇଁ ଯାଇଥିଲେ। ଫାଷ୍ଟ ପୋଲିଂ ଅଫିସରଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଠିକ୍‌ ସେହି ସମୟରେ କିଛି ମଦ୍ୟପ ତାଙ୍କୁ(ବିଧାୟକ) ଗାଳି ଦେଉଥିଲେ। ବିଧାୟକ ସେମାନଙ୍କୁ ଜବାବ ଦେଇ ଲୋକସଭା ବୁଥ୍‌ରେ ଭୋଟ୍‌ ଦେଉଥିଲେ। ସେତିକି ବେଳେ ବିଧାନସଭା ବୁଥ୍‌ରେ EVM ମେସିନ୍‌ଟି ଭାଙ୍ଗି ଦିଆଯାଇଥିଲା। ଏଥିରେ ବିଧାୟକଙ୍କର କୌଣସି ଭୂମିକା ନାହିଁ। ସେ ଭାଙ୍ଗି ନାହାନ୍ତି। ଏକ ଟିଭି ଚ୍ୟାନେଲ୍‌ରେ ବାଇଟ୍‌ ଦେଉଥିବା ଜଣେ ମହିଳାଙ୍କ ପୁଅ ଗୋଇଠା ମାରି EVM ଭାଙ୍ଗିଛନ୍ତି। ସିସିଟିଭି ଯାଞ୍ଚ କଲେ ସବୁ ଜଣାପଡ଼ିବ ବୋଲି ସେ କହିଛନ୍ତି।

ଆଉ ଜଣେ ଭୋଟର ସୁନୀଲ କୁମାର ନାୟକ କହିଛନ୍ତି, ବିଧାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ଯୋଜନା ବଦ୍ଧ ଭାବେ ଷଡ଼ଯନ୍ତ୍ର କରି ତାଙ୍କୁ ଫସାଇ ଦିଆଯାଇଛି। ସେହି ବୁଥ୍‌ରେ ନିୟୋଜିତ ପୋଲିଂ ଅଧିକାରୀମାନେ ଲୋକଙ୍କୁ ମିସ୍‌ ବିହେବ କରୁଥିଲେ। ସେମାନେ ବିଧାୟକଙ୍କ ସହିତ ମଧ୍ୟ ସେମିତି ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହାର ପ୍ରତିବାଦ କରିବାରୁ ସମ୍ପୃକ୍ତ ପୋଲିଂ କର୍ମଚାରୀ ଜଣକ ବିଧାୟକଙ୍କୁ ଭୁଲ୍‌ ମାଗିଥିଲେ। ଏହା ପରେ ବିଧାୟକ ଭୋଟ୍‌ ଦେବା ପାଇଁ ଯାଇଥିଲେ। ସେତିବି ବେଳେ କିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ଗାଳି ଦେଇଥିଲେ। ଏହା ସତ୍ତ୍ୱେ ସେ ଏମ୍‌ପି ବୁଥ୍‌କୁ ଭୋଟ୍‌ ଦେଉଥିଲେ। ସେହି ସମୟରେ ବିଧାୟକଙ୍କ ସହିତ ଯୁକ୍ତିତର୍କ କରୁଥିବା କିଛି ବ୍ୟକ୍ତି ବିଧାୟକ ବୁଥ୍‌ର EVM ଭାଙ୍ଗି ଦେଇଥିଲେ। ସିସିଟିଭି ଯାଞ୍ଚ କଲେ ସବୁ ସତ ସାମ୍ନାକୁ ଆସିବ। ଦୋଷୀ ସାମ୍ନାକୁ ଆସୁ ଓ ଦଣ୍ଡ ପାଉ। ବିଧାୟକ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ବିଧାୟକଙ୍କ ଲୋକପ୍ରିୟତା ଅଧିକ ଥିବାରୁ ତାଙ୍କ ବିରୋଧରେ ଇଏ ହେଉଛି ଗୋଟିଏ ଷଡଯନ୍ତ୍ର ବୋଲି ଶ୍ରୀ ନାୟକ କହିଛନ୍ତି।

ଜଗନ କୁମାର ନାୟକ କହିଛନ୍ତି, ପ୍ରଶାନ୍ତ ଜଗଦ୍ଦେବ ଏହି ବୁଥ୍‌ର ଭୋଟ୍‌ର। ଆଜି ସେ ଭୋଟ୍‌ ଦେବା ପାଇଁ ଆସିଥିବା ବେଳେ ଆମେ ସବୁ ବାହାରେ ଥିଲୁ। ସେହି ସମୟରେ ମଦ୍ୟପମାନେ ତାଙ୍କୁ ଗାଳି ଗୁଲଜ କରିଥିଲେ। ବିଧାୟକ ଓ ତାଙ୍କ ପତ୍ନୀ ସେମାନଙ୍କୁ ବୁଝାଇ ବୁଥ୍‌ ଭିତରକୁ ଯାଇଥିଲେ। ବିଧାୟକ ଲୋକସଭା ବୁଥ୍‌ରେ ମତଦାନ ସାବ୍ୟସ୍ତ କରୁଥିବା ବେଳେ ଏକ ଟିଭି ଚ୍ୟାନେଲ୍‌ ଘନ ଘନ ବାଇଟ୍‌ ଦେଉଥିବା ପରିବାର ଲୋକମାନେ ଗୋଇଠା ମାରି ବିଧାୟକ ବୁଥ୍‌ର ଇଭିଏମ୍‌ ଭାଙ୍ଗି ଦେଇଛନ୍ତି। ସିସିଟିଭି ଯାଞ୍ଚ କଲେ ସବୁ ଜଣାପଡ଼ିବ। ବିଧାୟକ EVMଭାଙ୍ଗି ନାହାନ୍ତି। ତାଙ୍କୁ ଫସାଇବାକୁ ଯୋଜନା ହୋଇଛି। ମୁଁ ଜଣେ ବିଜେଡି କାର୍ଯ୍ୟକର୍ତ୍ତା ହୋଇ ମଧ୍ୟ ଏପରି କାର୍ଯ୍ୟକୁ ନିନ୍ଦା କରୁଛି ବୋଲି ଶ୍ରୀ ନାୟକ କହିଛନ୍ତି।

ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା

BjD Bjp General Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe