Advertisment

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ; ଏସସିବିରେ ଭର୍ତ୍ତି

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଭଙ୍ଗାଯିବା ଅଭିଯୋଗ ମାମଲାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Prashant Jagdev

Prashant Jagdev

ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଜଗଦ୍ଦେବଙ୍କୁ ଏସସିବିର ମେଡିସିନ୍ ୱାର୍ଡରେ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିବା ଜଣାଯାଇଛି। ଜଗଦ୍ଦେବଙ୍କର ରକ୍ତଚାପ ବଢ଼ିଯାଇଥିବା ବେଳେ ସୁଗାର ଲେବୁଲ ଅଧିକା ରହିଛି।

Advertisment

ଗତକାଲି ରାତିରେ ଖୋର୍ଦ୍ଧା ଜେଲରେ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇପଡ଼ିଥିଲେ। ଏଥିପାଇଁ ତାଙ୍କ ଓକିଲ ଅସୁସ୍ଥ ଥିବା ନେଇ କୋର୍ଟରେ ଅପିଲ କରିଥିଲେ। ଏହାସହ ଜଗଦ୍ଦେବଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଉ ବୋଲି ଆବେଦନ କରିଥିଲେ। କୋର୍ଟ ଅବେଦନକୁ ଗ୍ରହଣ କରି ମେଡିକାଲରେ ଚିକିତ୍ସା ପାଇଁ ଅନୁମତି ଦେଇଥିଲେ। ଆଜି ଭୋର ୪ଟା ସମୟରେ ଜଗଦ୍ଦେବଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା।

ମେଡ଼ିସିନ, ହୃଦ ବିଭାଗ ଓ ଏଣ୍ଡୋକ୍ରାଇନ ବିଭାଗ ଡାକ୍ତରଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ସେମାନେ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ମଧ୍ୟ କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଏସସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଭଙ୍ଗାଯିବା ଅଭିଯୋଗ ମାମଲାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି। ଗିରଫ ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଥିଲା।

Odisha Assembly Election 2024 Prasant Jagadev Scb Medical Cuttack Loka Sabha Election 2024