Advertisment

ମାହାଙ୍ଗା ଡବଲ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କୁ ମହଲତ

ଆଜି କୋର୍ଟଙ୍କ ରାୟ ପ୍ରକାଶ ପାଇଛି। ଟାଇମ୍‌ ପିଟିସନକୁ ମଞ୍ଜୁର କରି ଆସନ୍ତା ୨୬ ତାରିଖରେ ପୁଣି ଉଭୟ ପିଟିସନର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଅନ୍ୟପଟେ ହାଇକୋର୍ଟରେ ମଧ୍ୟ ଏହି ମାମଲାର ଆସନ୍ତା ଡିସେମ୍ବର ୧୯ ତାରିଖରେ ଶୁଣାଣି ରହିଛି।

undefined

Pratap Jena

Advertisment

ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ ମହଲତ। ଡିସେମ୍ବର ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରିଛନ୍ତି ସାଲେପୁର JMFC କୋର୍ଟ। ଉଭୟ ପିଟିସନରକୁ ମଞ୍ଜୁର କରି ତାରିଖ ଘୁଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। CRPC ୨୦୫ ଓ ୨୧୦ ଶୁଣାଣି କରି JMFC କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ ପୁଣି ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ମିଳିଛି ଆଶ୍ୱସ୍ତି। ଗତ ୧୮ ତାରିଖରେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ପ୍ରତାପ ଜେନାଙ୍କୁ ବ୍ୟକ୍ତିଗତ ହାଜିରାରୁ ବାଦ ଦେବା ପାଇଁ ଓକିଲଙ୍କ ମାଧ୍ୟମରେ ଏକ ପିଟିସନ୍‌ ଦାୟର କରିଥିଲେ। ଅନ୍ୟପକ୍ଷରେ CRPC ଧାରା ୨୧୦ ଅନୁସାରେ ପ୍ରତାପ ଜେନାଙ୍କ ନାଁକୁ ମୂଳ କୋର୍ଟ କେସ୍‌ ସହିତ ଯୋଡ଼ିବା ପାଇଁ ମଧ୍ୟ ପ୍ରତିପକ୍ଷ ଓକିଲ୍‌ ଆବେଦନ କରିଥିଲେ।

ସେପଟେ ଉଭୟ ପିଟିସନର ଶୁଣାଣି ନକରିବା ପାଇଁ ପ୍ରତାପ ଜେନାଙ୍କ ଓକିଲ ମାନ୍ୟବର କୋର୍ଟଙ୍କୁ ଅନୁରୋଧ କରି ଅଧିକ ସମୟ ମାଗିଥିଲେ। ଯେହେତୁ ହାଇକୋର୍ଟରେ ମାମଲା ବିଚାରଧୀନ ରହିଛି, ତେଣୁ ଏହି ଦୁଇଟି ପିଟିସନର ଶୁଣାଣି ପାଇଁ ଅଧିକ ସମୟ ଦିଆଯାଉ ବୋଲି ସେ ପ୍ରାର୍ଥନା କରିଥିଲେ। ଉଭୟ ପକ୍ଷ ଓକିଲଙ୍କ ଯବାଲ ସବାଲକୁ ଶୁଣି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।

Advertisment

ଆଜି କୋର୍ଟଙ୍କ ରାୟ ପ୍ରକାଶ ପାଇଛି। ଟାଇମ୍‌ ପିଟିସନକୁ ମଞ୍ଜୁର କରି ଆସନ୍ତା ୨୬ ତାରିଖରେ ପୁଣି ଉଭୟ ପିଟିସନର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଅନ୍ୟପଟେ ହାଇକୋର୍ଟରେ ମଧ୍ୟ ଏହି ମାମଲାର ଆସନ୍ତା ଡିସେମ୍ବର ୧୯ ତାରିଖରେ ଶୁଣାଣି ରହିଛି। ଦୁଇ ଦୁଇ ଥର ପୁଲିସ ସିଡିରୁ ନାଁ କାଟିବା ପରେ ପ୍ରତାପ ପୁଣିଥରେ ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ ଛନ୍ଦି ହୋଇଛନ୍ତି। ତାଙ୍କ ନାଁରେ 302, 506 ଓ 120b ଭଳି ସଙ୍ଗିନ ଦଫା ରହିଛି।

ରିପୋର୍ଟ- ସାଲେପୁରରୁ ମନୋଜ ଆଚାର୍ଯ୍ୟ

BjD Mahanga Murder Case Pratap Jena
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe