Advertisment

ସାଂସଦ ପତ୍ନୀଙ୍କୁ ଧରି ଦଳ ଛାଡ଼ିବାର ଧମକ ଦେଲେ ବିଜେପି ବିଧାୟକ

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଘନିଷ୍ଠ ସହଯୋଗୀ ନଗରସିଂହ ଚୌହାନଙ୍କ ପତ୍ନୀ ଅନୀତା ରତଲାମରୁ ବିଜେପି ଟିକେଟରେ ସାଂସଦ ହୋଇଛନ୍ତି।

BJP

BJP

Advertisment

ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପିରେ ଏବେ ସବୁ କିଛି ଠିକ ଠାକ ଚାଲି ନାହିଁ। ବିଜେପି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ କ୍ୟାବିନେଟରେ ଥିବା ନଗରସିଂହ ଚୌହାନ ଖୋଲାଖୋଲି ଭାବେ ଇସ୍ତଫା ଧମକ ଦେଇଛନ୍ତି। ଯଦି ହାଇକମାଣ୍ଡ ତାଙ୍କ କଥା ନ ଶୁଣିବେ, ତା’ହେଲେ ସେ ତାଙ୍କ ସାଂସଦ ପତ୍ନୀଙ୍କୁ ଧରି ଦଳ ଛାଡ଼ିବେ ବୋଲି କହିଛନ୍ତି।

Advertisment

ଏହା ପଛର କାରଣ ହେଲା ତାଙ୍କ ଠାରୁ ରବିବାର ଜଙ୍ଗଲ ଓ ପରିବେଶ ବିଭାଗ ପ୍ରତ୍ୟାହାର କରି ନିଆଯାଇଛି। ଏହି ବିଭାଗର ଦାୟିତ୍ୱ କଂଗ୍ରେସରୁ ବିଜେପିକୁ ଆସିଥିବା ରାମନିବାସ ରାୱତ ପାଇଛନ୍ତି।

ଚୌହାନ ୨୫ ବର୍ଷ ହେଲା ବିଜେପି ଥିବା ବେଳେ ଏପରି ପଦକ୍ଷେପ କେବଳ ବ୍ୟକ୍ତିଗତ ଭାବେ ତାଙ୍କୁ ନୁହେଁ ବରଂ ପୂରା ଆଦିବାସୀ ସଂପ୍ରଦାୟଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି।

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଘନିଷ୍ଠ ସହଯୋଗୀ ନଗରସିଂହ ଚୌହାନଙ୍କ ପତ୍ନୀ ଅନୀତା ରତଲାମରୁ ବିଜେପି ଟିକେଟରେ ସାଂସଦ ହୋଇଛନ୍ତି।

ନଗରସିଂହ ଚୌହାନ କହିଛନ୍ତି, “୨୫ ବର୍ଷ ହେଲା ମୁଁ ଭାରତୀୟ ଜନତା ପାର୍ଟି ପାଇଁ କାମ କରି ଆସିଛି। କିନ୍ତୁ ଆଜି ଯାଏ କେବେ ଏମିତି ହୋଇ ନଥିଲା। ପ୍ରଥମଥର ପାଇଁ ଦଳୀୟ କର୍ମୀଙ୍କୁ ଅଣଦେଖା କରାଯାଇଛି। ଏହା କେବଳ ମୋ ପ୍ରତି ନୁହେଁ, ରାଜ୍ୟରେ ରହୁଥିବା ସମସ୍ତ ଆଦିବାସୀଙ୍କ ପ୍ରତି ଅପମାନ।

ମୁଁ ଦଳ ଉପରେ ରାଗିଛି। ଏତେ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ସରକାର କିମ୍ବା ସଂଗଠନ ତରଫରୁ ମୋତେ ଅବଗତ କରାଯାଇ ନାହିଁ। ମୁଁ ଉପଯୁକ୍ତ ଫୋରମରେ ଏହା ଉଠାଇବି। ଯଦି କୌଣସି ନିଷ୍ପତ୍ତି ନ ହୁଏ, ତା’ହେଲେ ଦିନ କି ଦୁଇ ଦିନ ମଧ୍ୟରେ ପତ୍ନୀଙ୍କୁ ଧରି ଇସ୍ତଫା ଦେବି।”

ଏବେ ସେ କେବଳ ଅନୁସୂଚିତ ଜାତି କଲ୍ୟାଣ ବିଭାଗର ଦାୟିତ୍ୱରେ ଅଛନ୍ତି।

Bjp Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe