ନିଜ ଦରମା-ଭତ୍ତା ବଢ଼ାଇବାକୁ ମନ୍ତ୍ରୀ-ବିଧାୟକ ତତ୍ପର: ୩ରେ କମିଟି ଗଢ଼ା, ୧୦ରେ ବିଲ୍ ରେଡ୍ଡୀ

ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି ପାଇଁ ବାଚସ୍ପତି କମିଟି ଗଢ଼ିବାର ୭ଦିନ ନପୂରୁଣୁ ଏ ସଂକ୍ରାନ୍ତ ବିଲ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି।

Odisha Assembly

Odisha Assembly

Ordigital Desk
  • Published: Thursday, 12 December 2024
  • Updated: 12 December 2024, 11:05 PM IST

Sports

Latest News

ନିଜ ଦରମା ବଢ଼ାଇବା ପାଇଁ ଆଇନ ପ୍ରଣେତାଙ୍କ ବ୍ୟାକୁଳତା। ବିଶେଷକରି ବିଧାୟକ ଓ ମନ୍ତ୍ରୀମାନେ ନିଜ ନିଜର ଦରମା ବୃଦ୍ଧି ପାଇଁ ଏତେ ତତ୍ପରତା ଦେଖାଇଛନ୍ତି ଯେ ବାଚସ୍ପତି କମିଟି ଗଢ଼ିବାର ୭ଦିନ ନପୂରୁଣୁ ଏହି ଦରମା-ଭତ୍ତା ବୃଦ୍ଧି ସଂକ୍ରାନ୍ତ ବିଲ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ମାସମାସ ଧରି ଦରମା ନପାଇ ରାଜରାସ୍ତାରେ ମହିଳାମାନେ ବସି ରହିବା ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଆଇନ ପ୍ରଣେତାଙ୍କ ପାଇଁ ସରକାରୀ କଳର ଏଭଳି ତତ୍ପରତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ, ରାଜ୍ୟ ଆଇନ ବିଭାଗ ଗତ ୧୦ତାରିଖରେ ବିଧାନସଭା ସଚିବଙ୍କୁ ଚିଠି ଲେଖି ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ବାଚସ୍ପତିଙ୍କ ଦରମା-ଭତ୍ତା ଓ ପେନସନ୍ ବୃଦ୍ଧି ସଂକ୍ରାନ୍ତ ୪ଟି ବିଲ୍ ପ୍ରିଣ୍ଟ କରିବାକୁ ପରାମର୍ଶ ଦେଇଛି। ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ(ସଂଶୋଧିତ) ବିଲ-୨୦୨୪, ଓଡ଼ିଶା ମନ୍ତ୍ରୀଙ୍କ ଦରମା ଓ ଭତ୍ତା(ସଂଶୋଧିତ)ବିଲ-୨୦୨୪, ଓଡ଼ିଶା ବିଧାନସଭା ଉପବାଚସ୍ପତିଙ୍କ ଦରମା ଓ ଭତ୍ତା(ସଂଶୋଧିତ) ବିଲ-୨୦୨୪, ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ଦରମା ଓ ଭତ୍ତା(ସଂଶୋଧିତ) ବିଲ୍‌-୨୦୨୪କୁ ପଠାଇ ଆଇନ ବିଭାଗ ଏସବୁ ମୁଦ୍ରଣ(ପ୍ରିଣ୍ଟ) କରିବା ପାଇଁ ବିଧାନସଭା ସଚିବଙ୍କୁ ଚିଠି ଲେଖିଛି। ଏହି ବିଲଗୁଡ଼ିକୁ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଛାପି ଆଇନ ବିଭାଗକୁ ୨୦ଟି ଓ ସଂସଦୀୟ ବ୍ୟାପାର ବିଭାଗକୁ ୩୦ଟି ଲେଖାଏଁ କପି ପଠାଇବାକୁ ମଧ୍ୟ ଆଇନ ବିଭାଗର ସ୍ୱତନ୍ତ୍ର ସଚିବ ଗତ ୧୦ତାରିଖରେ ବିଧାନସଭା ସଚିବଙ୍କୁ ଅନୁରୋଧ କରିଛନ୍ତି।

Also Read

ତେବେ ଏହି ବିଲ୍ ଯିବାର ଦିନକ ପରେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଯାଇଥିବାରୁ ୨୦୨୪ ମସିହାରେ ଏହି ଦରମା ଓ ଭତ୍ତା ବୃଦ୍ଧି ବିଲ୍ ଗୃହରେ ଉପସ୍ଥାପିତ ହେବାର ସମ୍ଭାବନା କ୍ଷୀଣ। ମାତ୍ର ଯେଉଁ ରକେଟ୍ ଗତିରେ ବିଧାୟକ-ମନ୍ତ୍ରୀମାନଙ୍କ ଦରମା-ଭତ୍ତା ଓ ପେନସନ ସଂକ୍ରାନ୍ତରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ।

ଉଲ୍ଲେଖଯୋଗ୍ୟ, ବାଚସ୍ପତି ସୁରମା ପାଢ଼ୀ ଚଳିତ ଡିସେମ୍ବର ୩ତାରିଖରେ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନସନ ସଂକ୍ରାନ୍ତରେ ସୁପାରିଶ ପାଇଁ ବରିଷ୍ଠ ବିଧାୟକ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା କମିଟି ଗଠନ କରିଥିଲେ। ଏହି କମିଟିର ରିପୋର୍ଟ କ’ଣ ରହିଲା ତାହା ଜଣାପଡ଼ିନଥିଲେ ମଧ୍ୟ ୧୦ତାରିଖରେ ଆଇନ ବିଭାଗ ପକ୍ଷରୁ ବିଧାନସଭା ସଚିବାଳୟକୁ ଏସବୁ ବିଲ୍ ଚୂଡ଼ାନ୍ତ କରି ଛାପିବା ନିମନ୍ତେ ଅନୁରୋଧ କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବିଲକୁ କ୍ୟାବିନେଟଙ୍କ ଅନୁମୋଦନ ମିଳିଛି କି ନାହିଁ ତାହା ଅବଶ୍ୟ ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ, ଓଡ଼ିଶାରେ ୨୦୦୩ରେ ବିଧାୟକମାନଙ୍କ ଦରମା ଓ ଭତ୍ତା ୨୧୯୫୦ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୧୧ରେ ଏହା ପୁଣିଥରେ ୬୦ହଜାର ଟଙ୍କାକୁ ଓ ୨୦୧୭ ସେପ୍ଟେମ୍ବରରେ ୧ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ବିଧାୟକମାନଙ୍କ ପାଣ୍ଠି(ଏମଏଲଏ ଲ୍ୟାଡ) ପରିମାଣ ମଧ୍ୟ ଏକ କୋଟି ଟଙ୍କାରୁ ୩କୋଟି ଟଙ୍କାକୁ ବୃଦ୍ଧି ପାଇସାରିଛି। ଚଳିତ ସପ୍ତଦଶ ବିଧାନସଭାରେ ବିଧାୟକମାନଙ୍କ ହାରାହାରି ସମ୍ପତ୍ତିର ପରିମାଣ ୭.୩୭କୋଟି ଟଙ୍କା। ଯାହାକି ଷୋଡ଼ଶ ବିଧାନସଭା (୨୦୧୯-୨୪)ରେ ହାରାହାରି ୪.୪୧କୋଟି ଟଙ୍କା ଥିଲା। ଗତ ବିଧାନସଭାରେ କୋଟିପତି ବିଧାୟକଙ୍କ ସଂଖ୍ୟା ୯୫ଥିବାବେଳେ ଚଳିତ ବିଧାନସଭାରେ ଏହି ସଂଖ୍ୟା ୧୦୭କୁ ବୃଦ୍ଧି ପାଇଛି। ଚଳିତ ବିଧାନସଭାରେ ୫୨ଜଣ ବିଜେପି, ୪୩ଜଣ ବିଜେଡି, ୯ଜଣ କଂଗ୍ରେସ, ୨ଜଣ ସ୍ୱାଧୀନ ଓ ଜଣେ ସିପିଆଇଏମ୍ ବିଧାୟକ କୋଟିପତି ବୋଲି ନିଜେ ସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story