ପାଣ୍ଠି ଖର୍ଚ୍ଚ କରିପାରୁନାହାନ୍ତି ବିଧାୟକ ଓ ସାଂସଦ: ପଡ଼ିରହୁଛି କୋଟିକୋଟି ଟଙ୍କା

ରାଜ୍ୟର ବିଧାୟକ ଓ ସାଂସଦମାନେ ନିଜର ବାର୍ଷିକ ହାତପାଣ୍ଠିକୁ ଖର୍ଚ୍ଚ କରିପାରୁନାହାନ୍ତି । ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କା ପଡ଼ି ରହୁଛି । ଏପଟେ ରାଜ୍ୟ ସରକାରଙ୍କ ପାଖରେ ଜିଦ୍ କରି ବିଧାୟକମାନେ ନିଜର ହାତପାଣ୍ଠି ବୃଦ୍ଧି କରାଇ ନେବାରେ ବି ସକ୍ଷମ ହେଉଛନ୍ତି ।

ପାଣ୍ଠି ଖର୍ଚ୍ଚ କରିପାରୁନାହାନ୍ତି ବିଧାୟକ PhotoOR

Representational Image

Ordigital Desk
  • Published: Thursday, 23 November 2023
  • Updated: 23 November 2023, 09:50 PM IST

ରାଜ୍ୟର ବିଧାୟକ ଓ ସାଂସଦମାନେ ନିଜର ବାର୍ଷିକ ହାତପାଣ୍ଠିକୁ ଖର୍ଚ୍ଚ କରିପାରୁନାହାନ୍ତି । ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କା ପଡ଼ି ରହୁଛି । ଏପଟେ ରାଜ୍ୟ ସରକାରଙ୍କ ପାଖରେ ଜିଦ୍ କରି ବିଧାୟକମାନେ ନିଜର ହାତପାଣ୍ଠି ବୃଦ୍ଧି କରାଇ ନେବାରେ ବି ସକ୍ଷମ ହେଉଛନ୍ତି । ବିଧାୟକ ଓ ସାଂସଦମାନେ କିଭଳି ବର୍ଷ ବର୍ଷ ଧରି ନିଜର ପାଣ୍ଠି ଖର୍ଚ୍ଚ କରିପାରିନାହାନ୍ତି ତା’ର ଏକ ସ୍ପଷ୍ଟ ଚିତ୍ର ପଦାକୁ ଆସିଛି । ଅବଶ୍ୟ ବିଭିନ୍ନ କାରଣ ଯୋଗୁ ଏହି ପାଣ୍ଠି ଅର୍ଥ ଖର୍ଚ୍ଚ ହୋଇପାରୁନଥିବା ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଇଛି ।

ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ଆଜି ବିଧାନସଭାରେ ଲିଖିତ ସୂଚନା ଦେଇ କହିଛନ୍ତି ଯେ, ୨୦୧୪-୧୫ରୁ ୨୦୧୯-୨୦ ମସିହା ପର୍ଯ୍ୟନ୍ତ ରାଜ୍ୟର ବିଧାୟକମାନଙ୍କ ହାତପାଣ୍ଠି(ଏମଏଲଏ ଲ୍ୟାଡ୍‌) ବାର୍ଷିକ ଏକ କୋଟି ଟଙ୍କା ଲେଖାଏଁ ରହିଥିଲା । ଯାହାକି ୨୦୨୦-୨୧ରୁ ବାର୍ଷିକ ୩କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୧୪-୧୫ରୁ ୨୦୧୯-୨୦ ମସିହା ମଧ୍ୟରେ ଏମଏଲଏ ଲ୍ୟାଡ୍ ବାବଦରେ ବାର୍ଷିକ ୧୪୭କୋଟି ଟଙ୍କା ଲେଖାଏଁ ମଞ୍ଜୁର ହୋଇଛି । ତେବେ ୨୦୧୪-୧୫ରେ ୫.୨୬କୋଟି ଟଙ୍କା, ୨୦୧୫-୧୬ରେ ୫.୮୯କୋଟି ଟଙ୍କା, ୨୦୧୬-୧୭ରେ ୯.୫୪କୋଟି ଟଙ୍କା, ୨୦୧୭-୧୮ରେ ୧୧.୮୮କୋଟି ଟଙ୍କା, ୨୦୧୮-୧୯ରେ ୧୫.୧୬କୋଟି ଟଙ୍କା ଓ ୨୦୧୯-୨୦ରେ ୨୭.୩୦କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଥିଲା ।

Also Read

ସେହିପରି ବିଧାୟକମାନଙ୍କ ଆଂଚଳିକ ଉନ୍ନୟନ ପାଣ୍ଠି(ଏଏମଏଲ୍ ଲ୍ୟାଡ୍ ) ପରିମାଣ ୨୦୨୦-୨୧ରୁ ବାର୍ଷିକ ୩କୋଟି ଟଙ୍କାକୁ ବୃଦ୍ଧି ପାଇବା ପରେ ୧୪୭ ବିଧାୟକଙ୍କ ନିମନ୍ତେ ମୋଟ ୪୪୧ କୋଟି ଟଙ୍କା ଲେଖାଏଁ ମଞ୍ଜୁର ହୋଇଛି । ତେବେ ଏଥିରୁ ୨୦୨୦-୨୧ରେ ୧୫୪.୦୯ କୋଟି ଟଙ୍କା(ପ୍ରାୟ ୩୫%), ୨୦୨୧-୨୨ରେ ୨୦୮.୬୬କୋଟି ଟଙ୍କା(ପ୍ରାୟ ୪୭.୩୧%) ଓ ୨୦୨୨-୨୩ରେ ୨୮୭.୪୫ କୋଟି ଟଙ୍କା(ପ୍ରାୟ ୬୫.୧୮%) ଖର୍ଚ୍ଚ ନହୋଇ ପଡ଼ିରହିଛି ।

ଏହି ଅର୍ଥ ଖର୍ଚ୍ଚ ନହୋଇ ବର୍ଷ ବର୍ଷ ପଡ଼ି ରହିବାକୁ ନେଇ ମନ୍ତ୍ରୀ ଶ୍ରୀ ଢ଼ୋଲକିଆ କହିଛନ୍ତି ଯେ, ସମ୍ପୃକ୍ତ ବିଧାୟକମାନଙ୍କ ଦ୍ୱାରା ପ୍ରକଳ୍ପ ସୁପାରିଶରେ ବିଳମ୍ବ, ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର ସୁପାରିଶରେ ବିଳମ୍ବ, ଯୋଗ୍ୟ ସରକାରୀ ଜମି ନଥିବା ଓ ବିବାଦୀୟ ଜମି, ସ୍ଥାନୀୟ ବିବାଦ, କେତେକ ଘଟଣାରେ ପ୍ରକଳ୍ପ ମଞ୍ଜୁର ଓ ପାଣ୍ଠି ପ୍ରଦାନରେ ବିଳମ୍ବ ଯୋଗୁ ନିର୍ଦ୍ଧାରିତ ଅବଧିରେ ପ୍ରକଳ୍ପଗୁଡ଼ିକ ସରିପାରୁନି । ଯେଉଁଥିପାଇଁ କୋଟି କୋଟି ଟଙ୍କା ପାଣ୍ଠି ପଡ଼ି ରହୁଛି ବୋଲି ସେ ସୂଚନା ଦେଇଛନ୍ତି ।

ସେହିପରି ସାଂସଦ ପାଣ୍ଠି ବାବଦରେ ୨୦୨୦-୨୧ରେ ରାଜ୍ୟକୁ ମୋଟ ୫.୫୮କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସେଥିରୁ ମାତ୍ର ୧.୧୦କୋଟି ଟଙ୍କା, ୨୦୨୧-୨୨ରେ ୭୬.୮୩କୋଟି ଟଙ୍କା ମଧ୍ୟରୁ ୨୩.୪୨କୋଟି ଟଙ୍କା ଓ ୨୦୨୨-୨୩ରେ ୧୦୧.୯୮କୋଟି ଟଙ୍କା ମଧ୍ୟରୁ ୫୦.୧୫କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବିଧାୟକ ନବଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଢୋଲକିଆ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story