Advertisment

ମନ୍ତ୍ରୀ ପଦ ବଣ୍ଟନକୁ ନେଇ ବିଦ୍ରୋହ! ପଦ ଗ୍ରହଣ କରିବାକୁ ମନା କଲେ ପ୍ରଫୁଲ ପଟେଲ

ଏନଡିଏରେ ଥିବା ଅଜିତ ପାୱାରଙ୍କ ଏନସିପି ନିଜ ପସନ୍ଦର ମନ୍ତ୍ରୀ ପଦ ନ ମିଳିବାରୁ ବିଜେପି ନେତୃତ୍ୱବୃନ୍ଦ ଦେଇଥିବା ଅଫରକୁ ପ୍ରତ୍ୟାଖ୍ୟାନ କରି ଦେଇଛି।

author-image
Hemant Lenka
PM Modi

PM Modi

ସରକାର ଗଠନ ହୋଇନି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ନାହାନ୍ତି। କିନ୍ତୁ ମନ୍ତ୍ରୀ ପଦ ବଣ୍ଟନକୁ ନେଇ ବିଜେପି ନେତୃତ୍ୱାଧୀନ ଏନଡିଏରେ ଅସନ୍ତୋଷ ଦେଖିବାକୁ ମିଳିଛି।

Advertisment

ଏନଡିଏରେ ଥିବା ଅଜିତ ପାୱାରଙ୍କ ଏନସିପି ନିଜ ପସନ୍ଦର ମନ୍ତ୍ରୀ ପଦ ନ ମିଳିବାରୁ ବିଜେପି ନେତୃତ୍ୱବୃନ୍ଦ ଦେଇଥିବା ଅଫରକୁ ପ୍ରତ୍ୟାଖ୍ୟାନ କରି ଦେଇଛି। ମହାରାଷ୍ଟ୍ରରେ ଏନସିପି, ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ଏକାଠି ସରକାର ଗଠନ କରିଛନ୍ତି। ଏଥିସହ ଏହି ୩ ଦଳ ମିଳିତ ଭାବେ ଲୋକସଭା ନିର୍ବାଚନ ଲଢ଼ିଥିଲେ।

ଏନସିପି ଗୋଟିଏ ଲୋକସଭା ଆସନ ଜିତିଥିବାରୁ ମୋଦି ୩.୦ରେ ଦଳକୁ ଏକ ମାତ୍ର ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ପଦ ଅଫର କରାଯାଇଥିଲା। ଏନସିପିର ବରିଷ୍ଠ ନେତା ପ୍ରଫୁଲ ପଟେଲଙ୍କୁ ଏହି ପଦ ଗ୍ରହଣ କରିବାକୁ କୁହାଯାଇଥିଲା। ହେଲେ ସେ ଏପରି ଅଫରକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଶ୍ରୀ ପଟେଲ ନିଜ ପାଇଁ କ୍ୟାବିନେଟ ପଦ ଚାହୁଁଛନ୍ତି।

Advertisment

ପ୍ରଫୁଲ ପଟେଲ କହିଛନ୍ତି, “ଶନିବାର ରାତିରେ ଆମକୁ ଅବଗତ କରାଯାଇଥିଲା ଯେ ଆମ ଦଳ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ପାଇବ। କିନ୍ତୁ ମୁଁ ପୂର୍ବରୁ କେନ୍ଦ୍ର ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲି। ତେଣୁ ଏହା ମୋ ପାଇଁ ଡିମୋସନ ହେବା ସହ ସମାନ। ଆମେ ଆମ ମତାମତ ବିଜେପି ନେତୃବୃନ୍ଦଙ୍କୁ ଜଣାଇ ଦେଇଛୁ। ଆମେ ଏପରି ରାଷ୍ଟ୍ରପତି ମନ୍ତ୍ରୀ ଗ୍ରହଣ କରିପାରିବୁ ନାହିଁ। ସେମାନେ ଆମକୁ କିଛି ଦିନ ଅପେକ୍ଷା କରିବାକୁ କହିଛନ୍ତି। ସେମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କଥା ଦେଇଛନ୍ତି।”

ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ମଧ୍ୟ ଘଟଣାକୁ ସ୍ୱୀକାର କରିଛନ୍ତି। ତାଙ୍କ କହିବା କଥା ଯେ ଏନସିପିକୁ ମିଳିଥିବା ମନ୍ତ୍ରୀ ପଦକୁ ପ୍ରଫୁଲ ପଟେଲ ଗ୍ରହଣ କରି ନାହାନ୍ତି। ତଥାପି ଆଗାମୀ ଦିନରେ ତାଙ୍କୁ କ୍ୟାବିନେଟ ପଦ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଏନସିପି ମୁଖ୍ୟ ଅଜିତ ପାୱାର ଆଜି ନରେନ୍ଦ୍ର ମୋଦିଙ୍କ ଶପଥ ପାଠ ଉତ୍ସବରେ ସାମିଲ ହେବାକୁ ଦିଲ୍ଲୀ ଯାଇଛନ୍ତି। ବିଜେପି କ୍ୟାବିନେଟ ପଦ ପାଇଁ କିଛି ଦିନ ଅପେକ୍ଷା କରିବାକୁ କହିଛି। ତେଣୁ ଆମେ ଅପେକ୍ଷା କରିବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି। 

ଅଜିତ ପାୱାର କହିଛନ୍ତି, “ପ୍ରଫୁଲ ପଟେଲ କେନ୍ଦ୍ର ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ। ତେଣୁ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଗ୍ରହଣ କରିବା ଠିକ ହେବନି। ତେଣୁ ଆମେ କ୍ୟାବିନେଟ ପଦ ପାଇଁ କିଛି ଦିନ ଅପେକ୍ଷା କରିବାକୁ ରାଜି। କିନ୍ତୁ ଆମେ କ୍ୟାବିନେଟ ପଦ ଚାହୁଁଛୁ।” 

NCP Ajit Pawar