Advertisment

ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ, ବରିଷ୍ଠ ମନ୍ତ୍ରୀମାନଙ୍କୁ ଭେଟିଲେ ମୋଦି ଓ ଶାହ

ସବୁ ବିରୋଧୀ ମିଳିତ ଭାବେ ବିରୋଧ କରିବାରୁ ସରକାର ସ୍ୱତନ୍ତ୍ର ଅଧିବେଶନ ବେଳେ ସିଇସି ନିଯୁକ୍ତି ବିଲ୍‌ ସଂସଦରେ ଉପସ୍ଥାପନ କରିବେ ନାହିଁ ବୋଲି ଜଣାପଡ଼ିଛି।

PM Modi

PM Modi

Advertisment

ଆଜି ସନ୍ଧ୍ୟା ୬.୩୦ରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ସଂସଦର ସ୍ୱତନ୍ତ୍ର ଅଧିବେଶନ ଆଜି ଆରମ୍ଭ ହୋଇଥିବା ବେଳେ ସୋମବାର ସନ୍ଧ୍ୟାରେ ହିଁ କ୍ୟାବିନେଟ ବୈଠକ ବସୁଛି। ତେବେ ଏହାର ବିଷୟବସ୍ତୁ ଏଯାଏ ଜଣାପଡ଼ିନି।

Advertisment

ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ପୂର୍ବରୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟାହ୍ନ ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିଥିଲେ। ଅମିତ ଶାହ ଓ ନଡ୍ଡାଙ୍କ ପରେ ଦୁଇ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିଛନ୍ତି। ଏହାବାଦ ଆଉ କିଛି ବରିଷ୍ଠ ମନ୍ତ୍ରୀ ମଧ୍ୟ ମୋଦି ଓ ଶାହଙ୍କୁ ଭେଟିଥିବା କୁହାଯାଉଛି। 

ମନ୍ତ୍ରୀମାନେ କ’ଣ ପାଇଁ ଶାହ ଓ ମୋଦିଙ୍କୁ ଭେଟିଛନ୍ତି, ସେକଥା ଜଣାପଡ଼ିନି। କିନ୍ତୁ ସଂସଦ ଅଧିବେଶ ଚାଲିଥିବା ବେଳେ ଓ କ୍ୟାବିନେଟ ବୈଠକ ପୂର୍ବରୁ ଏପରି ଭେଟଘାଟ ବେଶ ଗୁରୁତ୍ୱବହନ କରୁଛି।

Advertisment

ଆଜି ଠାରୁ ଆରମ୍ଭ ହୋଇଥିବା ସଂସଦର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ବେଳେ ୮ଟି ବିଲ୍‌ ଗୃହରେ ଉପସ୍ଥାପନ କରାଯିବ। ଏହି ବିଲ୍‌ଗୁଡ଼ିକୁ ସରକାର ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକ ବେଳେ ବିରୋଧୀମାନଙ୍କୁ ଦେଇଥିଲେ। ଏହା ମଧ୍ୟରେ ନିର୍ବାଚନ କମିଶନଙ୍କ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ବିଲ୍‌ ମଧ୍ୟ ରହିଥିଲା।

କିନ୍ତୁ ସବୁ ବିରୋଧୀ ମିଳିତ ଭାବେ ଏହାକୁ ବିରୋଧ କରିଥିଲେ। ତେଣୁ ସରକାର ସ୍ୱତନ୍ତ୍ର ଅଧିବେଶନ ବେଳେ ସିଇସି ନିଯୁକ୍ତି ବିଲ୍‌ ଉପସ୍ଥାପନ କରିବେ ନାହିଁ ବୋଲି ଜଣାପଡ଼ିଛି।

Cabinet Meeting PM Modi Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe