Advertisment

ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି, ସେପ୍ଟେମ୍ୱର 8ରେ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଜି-20 ଶିଖର ସମ୍ମିଳନୀରେ ଭାଗ ନେବା ସହ ପ୍ରଧାନମନ୍ତ୍ରୀଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା।

PM Modi and Joe Biden PM Modi & US President Joe Biden

PM Modi and Joe Biden PM Modi & US President Joe Biden

Advertisment

ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଜି-20 ଶିଖର ସମ୍ମିଳନୀରେ ଭାଗ ନେବାକୁ ଭାରତ ଗସ୍ତରେ ଆସୁଥିବା ସୂଚନା। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏନେଇ ହ୍ୱାଇଟ୍ ହାଉସ୍ ଆଜି ସୂଚନା ଦିଆଯାଇଛି। 

Advertisment

ସେପ୍ଟେମ୍ବର 9 ଏବଂ 10 ରେ ନୂଆଦିଲ୍ଲୀରେ ବସିବ ଜି-20 ଶିଖର ସମ୍ମିଳନୀ ବୈଠକ। ବୈଠକରେ ଯୋଗ ଦେବାକୁ ସେପ୍ଟେମ୍ବର 7ରେ ଭାରତରେ ପହଞ୍ଚିବେ ବାଇଡେନ। ପରଦିନ ସେପ୍ଟେମ୍ବର 8ରେ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। 

ହ୍ୱାଇଟ ହାଉସର ବିବୃତ୍ତିରେ କୁହାଯାଇଛି ଯେ, "ଗୁରୁବାର (ସେପ୍ଟେମ୍ବର 7) ରେ ରାଷ୍ଟ୍ରପତି ଜି-20  ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତ କରିବେ। ଶୁକ୍ରବାର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବେ।" ଏହି ଅବସରରେ ୟୁକ୍ରେନ-ଋଷ ଯୁଦ୍ଧ ଫଳରେ ଅର୍ଥନୈତିକ ତଥା ସାମାଜିକ ପ୍ରଭାବକୁ କିପରି ହ୍ରାସ କରାଯାଇ ପାରିବ ଏବଂ ବିଶ୍ୱବ୍ୟାପୀ ଚ୍ୟାଲେଞ୍ଜର ସମାଧାନ ସହିତ ଦାରିଦ୍ର୍ୟର ମୁକାବିଲା ପାଇଁ ବିଶ୍ୱ ବ୍ୟାଙ୍କ ସମେତ ବହୁପକ୍ଷୀୟ ବିକାଶ ବ୍ୟାଙ୍କର କ୍ଷମତା ବୃଦ୍ଧି କରିଯାଇ ପାରିବ ସେ ଉପରେ ଆଲୋଚନା କରିବେ ବୋଲି ହ୍ୱାଇଟ୍ ହାଉସ୍ କହିଛି।

Advertisment

ପରଦିନ ଜି-20 ସମ୍ମିଳନୀରେ ଯୋଗଦେବେ। ଏହି ଅବସରରେ ଜି-20ର ଆୟୋଜନ ପାଇଁ ବାଇଡେନ ମୋଦିଙ୍କୁ ପ୍ରଶଂସା କରିବେ ବୋଲି ହ୍ୱାଇଟ୍ ହାଉସ୍ କହିଛି।

White House Jo Biden Modi-Biden Bilateral Mee Narendra Modi G20 Summit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe