Advertisment

ମୋଦି ୩.୦ ସରକାରରେ ଏମାନେ ହେବେ ମନ୍ତ୍ରୀ!

ଚଳିତ ଲୋକସଭାରେ ବିଜେପିକୁ ଏକାକୀ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ମିଳିନାହିଁ।

author-image
Hemant Lenka
PM Modi

PM Modi

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଧିବଦ୍ଧ ଭାବେ ନରେନ୍ଦ୍ର ମୋଦିଙ୍କୁ ଦେଶରେ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି। ଆସନ୍ତା ୯ ତାରିଖ ୭.୧୫ରେ ମୋଦିଙ୍କ ସହ ଆଉ କିଛି ସାଂସଦ ମନ୍ତ୍ରୀ ଭାବେ ଶପଥ ନେବେ। ଏହାପରେ ମୋଦି ତାଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ।

Advertisment

ଚଳିତ ଲୋକସଭାରେ ବିଜେପିକୁ ଏକାକୀ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ମିଳିନାହିଁ। ତେଣୁ ସହଯୋଗୀ ଦଳଗୁଡ଼ିକର ଗୁରୁତ୍ୱ ବଢ଼ି ଯାଇଛି। ସେମାନେ ମଧ୍ୟ କେନ୍ଦ୍ରରେ ମନ୍ତ୍ରୀ ହେବାକୁ ବିଜେପି ଉପରେ ଚାପ ପ୍ରୟୋଗ ଆରମ୍ଭ କରି ଦେଇଛନ୍ତି।

ସମ୍ଭବତଃ ବିଜେପି ୪:୧ ଫର୍ମୁଲା ଆପଣାଇ ପାରେ। ଏହାର ଅର୍ଥ ୪ ଜଣ ସାଂସଦରେ ଗୋଟିଏ କ୍ୟାବିନେଟ ପଦ। ଏପରି ସ୍ଥିତିରେ ସର୍ବାଧିକ ମନ୍ତ୍ରୀ ପଦ ସହ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଗୁଡ଼ିକ ବିଜେପି ନିଜ ପାଖରେ ରଖିବାକୁ ସକ୍ଷମ ହେବ। କାରଣ ବିଜେପି ଏକାକୀ ଲୋକସଭାରେ ୨୪୦ ଆସନ ଜିତିଛି।

Advertisment

ତେବେ ଅନେକ କେନ୍ଦ୍ରମନ୍ତ୍ରୀ ଏଥର ହାରି ଯାଇଥିବାରୁ ବିଜେପି ନୂଆ ମୁହଁକୁ ମୋଦିଙ୍କ କ୍ୟାବିନେଟରେ ସାମିଲ କରିବାର ମଧ୍ୟ ସମ୍ଭାବନା ରହିଛି। ସେହିପରି ଆମେଠିରୁ ହାରିଥିବା ସ୍ମୃତି ଇରାନୀ ମଧ୍ୟ ମନ୍ତ୍ରୀ ପଦ ପାଇ ପାରନ୍ତି। ତାଙ୍କୁ ଦଳ ରାଜ୍ୟସଭାକୁ ଆଣି ମନ୍ତ୍ରୀ ପଦ ଦେବ।

ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ କେଉଁମାନେ ନୂଆ ମୁହଁ?

୧- ବାଂଶୁରୀ ସ୍ୱରାଜ: ସୁଷମା ସ୍ୱରାଜଙ୍କ ଝିଅ ହେଉଛନ୍ତି ବାଂଶୁରୀ। ସେ ନୂଆଦିଲ୍ଲୀ ଆସନରେ ଆପ୍‌ର ସୋମନାଥ ଭାରତୀଙ୍କୁ ହରାଇ ଲୋକସଭାକୁ ପ୍ରଥମଥର ପାଇଁ ନିର୍ବାଚିତ ହୋଇଛନ୍ତି।

୨- ଲତା ୱାଙ୍ଖେଡେ: ମଧ୍ୟପ୍ରଦେଶର ସାଗର ଆସନରେ ଲତା କଂଗ୍ରେସର ଗୁଡୁ ରାଜାଙ୍କୁ ୪.୭୧ ଲକ୍ଷ ଭୋଟରେ ହରାଇଛନ୍ତି। ସେ ସାଗରରୁ ଦ୍ୱିତୀୟ ମହିଳା ଭାବେ ସଂସଦକୁ ନିର୍ବାଚିତ ହୋଇଛନ୍ତି। ଲତା ଏକଦା ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ।

୩- ସାବିତ୍ରୀ ଠାକୁର: ମଧ୍ୟପ୍ରଦେଶର ଧର ଲୋକସଭା ଆସନରୁ ସାବିତ୍ରୀ କଂଗ୍ରେସର ରାଧେଶ୍ୟାମ ମୁଭେଲଙ୍କୁ ୨ ଲକ୍ଷ ୧୮ ହଜାର ଭୋଟରେ ହରାଇଛନ୍ତି। ୨୦୧୪ରେ ମଧ୍ୟରେ ଲୋକସଭାକୁ ଯାଇଥିଲେ। କିନ୍ତୁ ୨୦୧୯ରେ ତାଙ୍କୁ ଟିକେଟ ମିଳି ନଥିଲା।

୪- ଶିବରାଜ ସିଂହ ଚୌହ୍ୱାନ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ବିଦିଶା ଲୋକସଭା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୯୧ରେ ପ୍ରଥମଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଶିବରାଜ ସିଂହ ଚୌହ୍ୱାନ ମଧ୍ୟପ୍ରଦେଶରେ ୪ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ।

୫- ଭିଡି ଶର୍ମା: ମଧ୍ୟପ୍ରଦେଶ ବିଜେପିର ସଭାପତି ହେଉଛନ୍ତି ଭିଡି ଶର୍ମା। ସେ ସଭାପତି ଥିବା ବେଳେ ବିଜେପି ରାଜ୍ୟ ବିଧାନସଭା ନିର୍ବାଚନରେ ୧୬୩ଟି ଆସନ ଜିତିଥିଲା। ଏବେ ମଧ୍ୟପ୍ରଦେଶର ସମସ୍ତ ୨୯ଟି ଯାକ ଲୋକସଭା ଆସନରେ ବିଜେପି କ୍ଲିନସୁଇପ କରିଛି। ତେଣୁ ଭିଡି ଶର୍ମାଙ୍କୁ ପୁରସ୍କାର ସ୍ୱରୂପ କେନ୍ଦ୍ର କ୍ୟାବିନେଟରେ ସୁଯୋଗ ମିଳିପାରେ।

୬- ନିତ୍ୟାନନ୍ଦ ରାଏ: ବିହାରରୁ କ୍ରମାଗତ ତୃତୀୟଥର ପାଇଁ ଶ୍ରୀ ରାଏ ଲୋକସଭା ନିର୍ବାଚନ ଜିତିଛନ୍ତି। ତେଣୁ ତାଙ୍କୁ ମୋଦି କ୍ୟାବିନେଟରେ ସୁଯୋଗ ମିଳିପାରେ। ସେ ଆରଏସଏସର ଜଣେ ସକ୍ରିୟ ସଦସ୍ୟ। ଅମିତ ଶାହଙ୍କ ବେଶ ଘନିଷ୍ଟଠ ଭାବେ ଶ୍ରୀ ରାଏ ଜଣାଶୁଣା।

୭- ଜନାର୍ଦ୍ଦନ ସିଂହ ସିଗ୍ରିୱାଲ: ବିହାରର ମହାରାଜଗଞ୍ଜ ଲୋକସଭା ଆସନରୁ ସିଗ୍ରିୱାଲ ୧ ଲକ୍ଷରୁ ଅଧିକ ଭୋଟରେ ଜିତିଛନ୍ତି। ସେ ତୃତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ରାଜପୁତ ଚେହେରା ଭାବେ ପରିଚିତ।

୮- ଲଲନ ସିଂହ : ଜେଡିୟୁ ନେତା ରାଜୀବ ରଞ୍ଜନ ଓରଫ ଲଲନ ସିଂହ ୪ର୍ଥ ଥର ପାଇଁ ଏଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେ ମୁଙ୍ଗେର ଲୋକସଭା ଆସନରେ ଆରଜେଡିର ଅନୀତା କୁମାରୀଙ୍କୁ ୮୦ ହଜାର ଭୋଟରେ ହରାଇଛନ୍ତି।

୯- ଜିତନ ରାମ ମାଞ୍ଝୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚାର ମୁଖ୍ୟ ମାଞ୍ଝୀ ପ୍ରଥମଥର ପାଇଁ ଗୟା ଆସନରୁ ଜିତିଛନ୍ତି।

୧୦- ଚିରାଗ ପାଶ୍ୱାନ: ଏଲଜେପି ପ୍ରତିଷ୍ଠାତା ରାମ ବିଲାଶ ପାଶ୍ୱାନଙ୍କ ପୁଅ ହେଉଛନ୍ତି ଚିରାଗ। ସେ ମୋଦି କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପାଇ ପାରନ୍ତି। ଏଲଜେପି(ଆର) ସୁପ୍ରିମୋ ଚିରାଗ ହାଜିପୁରରୁ ନିର୍ବାଚିତ ହୋଇଛନ୍ତି। ତାଙ୍କ ଦଳ ବିହାରରେ ୫ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସବୁ ସିଟରେ ବାଜିତମାତ କରିଛି। ଚିରାଗ କ୍ରମାଗତ ତୃତୀୟଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

୧୧- ଜୟନ୍ତ ଚୌଧୁରୀ: ଏନଡିଏର ସହଯୋଗୀ ଆରଏଲଜେଡି ସଭାପତି ଜୟନ୍ତ ଚୌଧୁରୀ ମଧ୍ୟ କ୍ୟାବିନେଟ ପଦ ପାଇ ପାରନ୍ତି। ତାଙ୍କ ଦଳ ଠିକ ନିର୍ବାଚନ ପୂର୍ବରୁ ଏନଡିଏରେ ସାମିଲ ହୋଇଥିଲା। ଆରଏଲଡି ୟୁପିରେ ଦୁଇଟି ଆସନରେ ପ୍ରାର୍ଥୀ ଦେଇଥିଲା ବେଳେ ୨ଟି ଯାକରେ ଜିତିଛି।

ଅନ୍ୟମାନଙ୍କ ମଧ୍ୟରେ ଅମିତ ଶାହ, ରାଜନାଥ ସିଂହ, ନିର୍ମଳା ସୀତାରମଣ, ଏସ୍‌ ଜୟଶଙ୍କର, ଅଶ୍ୱିନୀ ବୈଷ୍ଣବ, ନୀତୀନ ଗଡକରୀ, ପୀୟୂଷ ଗୋଏଲ, ଅନୁପ୍ରିୟା ପଟେଲ, ଜ୍ୟୋତିରାଦିତ୍ୟ ସିନ୍ଦିଆ, ହରଦୀପ ସିଂହ ପୁରୀ, ଅନୁରାଗ ଠାକୁର, ପୁରୁଷୋତ୍ତମ ରୂପାଲା, ପ୍ରହ୍ଲାଦ ଯୋଶୀ ଓ ଗିରିରାଜ ସିଂହ ପ୍ରମୁଖ ମଧ୍ୟ ମନ୍ତ୍ରୀ ପଦ ପାଇ ପାରନ୍ତି।

PM Modi Lok Sabha Election Results