Advertisment

ନିର୍ବାଚନ ବେଳେ ପୁଣି ବାଲାକୋଟ ଏୟାରଷ୍ଟ୍ରାଇକ କଥା ଉଠାଇଲେ ମୋଦି

୨୦୧୯ ଫେବୃଆରୀ ୧୪ରେ ଜୈଶର ଜଣେ ଆତଙ୍କବାଦୀ ପୁଲୱାମା ଠାରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରି ଆତ୍ମଘାତୀ ହମଲା କରିଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
PM Modi

PM Modi

ପାକିସ୍ତାନରେ ଭାରତୀୟ ସେନା ୫ ବର୍ଷ ତଳେ କରିଥିବା ଏୟାରଷ୍ଟ୍ରାଇକ କଥା ୨୦୨୪ ନିର୍ବାଚନ ବେଳେ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୯ ନିର୍ବାଚନ ପ୍ରଚାର ବେଳେ ମୋଦି ବାଲାକୋଟ ଏୟାର ଷ୍ଟ୍ରାଇକ ଓ ପୁଲୱାମା ଆତଙ୍କବାଦୀ ହମଲା ନାଁରେ ଭୋଟ ମାଗିଥିଲେ।

Advertisment

ଏଥର ମୋଦି ନୂଆ ଟ୍ୱିଷ୍ଟ ସହ ପୁଣିଥରେ ବାଲାକୋଟ୍‌ ଏୟାରଷ୍ଟ୍ରାଇକ କଥା ଉଠାଇଛନ୍ତି। ମୋଦି କହିଛନ୍ତି ଯେ ସେ ପଛପଟୁ ଆକ୍ରମଣରେ ବିଶ୍ୱାସ କରନ୍ତି ନାହିଁ। ପୂରା ବିଶ୍ୱକୁ ଏୟାରଷ୍ଟ୍ରାଇକ ସମ୍ପର୍କରେ ଜଣାଇବା ପୂର୍ବରୁ ସେ ପ୍ରଥମେ ପାକିସ୍ତାନ ସରକାରଙ୍କୁ ଏହା ଜଣାଇଥିଲେ ବୋଲି କହିଛନ୍ତି।

କର୍ଣ୍ଣାଟକାର ବାଗଲକୋଟରେ ଗୋଟିଏ ନିର୍ବାଚନ ରାଲିକୁ ସମ୍ବୋଧନ କରି ମୋଦି କହିଛନ୍ତି, “ମୁଁ ଆମ ସେନା ବାହିନୀକୁ ମିଡିଆ ଡାକିବାକୁ କହିଥିଲି ଓ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଜଣାଇବାକୁ ପରାମର୍ଶ ଦେଇଥିଲି। କିନ୍ତୁ ଏହା ପୂର୍ବରୁ ମୁଁ ପାକିସ୍ତାନ ସରକାରଙ୍କୁ ଫୋନରେ ଏ ବିଷୟରେ ଜଣାଇବାକୁ ଚାହିଁଥିଲି।

Advertisment

ସେମାନେ ଫୋନ ଉଠାଇ ନଥିଲେ। ତେଣୁ ମୁଁ ସେନା ବାହିନୀକୁ ସୂଚନା ସାର୍ବଜନୀନ କରିବା ପୂର୍ବରୁ ଆଉ ଟିକଏ ଅପେକ୍ଷା କରିବାକୁ କହିଥିଲି। ପାକିସ୍ତାନ ସରକାରଙ୍କୁ ଜଣାଇବା ପରେ ଆମେ ପୂରା ବିଶ୍ୱକୁ ରାତି ସମୟରେ ହୋଇଥିବା ଏୟାର ଷ୍ଟ୍ରାଇକ ସମ୍ପର୍କରେ ଅବଗତ କରାଇଥିଲୁ। ମୋଦି କେବେ ହେଲେ କିଛି ଲୁଚାଇବାରେ ବିଶ୍ୱାସ କରନ୍ତି ନାହିଁ କିମ୍ବା ପଛ ପଟୁ ଆକ୍ରମଣ କରନ୍ତି ନାହିଁ। ସେ ସବୁବେଳେ ଖୋଲାଖୋଲି ଲଢ଼େଇ କରନ୍ତି।”

୨୦୧୯ ଫେବୃଆରୀ ୧୪ରେ ଜୈଶର ଜଣେ ଆତଙ୍କବାଦୀ ପୁଲୱାମା ଠାରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରି ଆତ୍ମଘାତୀ ହମଲା କରିଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହାର ପ୍ରତିଶୋଧ ନେବାକୁ ୨୦୧୯ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀ ଠିକଣା ଉପରେ ଏୟାର ଷ୍ଟ୍ରାଇକ କରାଯାଇଥିଲା।

ଏବେ ମୋଦି ପୁଣି ନିର୍ବାଚନ ସମୟରେ ବାଲାକୋଟ ଏୟାରଷ୍ଟ୍ରାଇକ କଥା ସମସ୍ତଙ୍କୁ ମନେ ପକାଇ ଦେଇଛନ୍ତି। ମୋଦି ଆହୁରି କହିଛନ୍ତି, “ସେମାନେ(ବିରୋଧୀ) କୃତ୍ରିମ ବୁଦ୍ଧି ବା ଏଆଇର ଦୁର୍ବ୍ୟବହାର କରିଛନ୍ତି ଓ ସୋଶାଲ ମିଡିଆରେ ମୋ ସ୍ୱରରେ ଅନେକ ଭୁଲ ଜିନିଷ ଭାଇରାଲ କରିଛନ୍ତି।

ଏହା ଅତ୍ୟନ୍ତ ବିପଦଜନକ। ଏପରି ଭିଡିଓ ଯଦି କେହି ପାଉଛନ୍ତି, ତା’ହେଲେ ପୁଲିସ୍‌ କିମ୍ବା ବିଜେପି କର୍ମୀଙ୍କୁ ଜଣାନ୍ତୁ। ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆପଣମାନଙ୍କ ଭୋଟ ମୋଦିଙ୍କୁ ସଶକ୍ତ କରିବ ଓ ଦେଶକୁ ବିଶ୍ୱର ତୃତୀୟ ବଡ଼ ଅର୍ଥନୀତିରେ ପରିଣତ କରିବ।”

Karnataka PM Modi Airstrike Lok Sabha Election 2024