Advertisment

ଚନ୍ଦ୍ରବାବୁ ଓ ନୀତୀଶଙ୍କ ଠାରୁ ଲିଖିତ ଭାବେ ସମର୍ଥନ ନେଲେ ମୋଦି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୭ଶ ଲୋକସଭାକୁ ଭଙ୍ଗ କରିଛନ୍ତି। ଲୋକସଭା ଭଙ୍ଗ ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
PM Modi

PM Modi

ଶେଷ ହୋଇଛି ବିଜେପି ନେତୃତ୍ୱାଧୀନ ଏନଡିଏ ବୈଠକ। କିଛି ସମୟ ପରେ ନୂଆ ସରକାର ଗଠନ ପାଇଁ ଦାବି ଜଣାଇବେ ନରେନ୍ଦ୍ର ମୋଦି। ସେ ଏନଡିଏ ସଦସ୍ୟଙ୍କ ସହ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। 

Advertisment

ଚଳିତ ଲୋକସଭାରେ କୌଣସି ନିର୍ଦ୍ଦିଷ୍ଟ ରାଜନୀତିକ ଦଳକୁ ସ୍ପଷ୍ଟ ବହୁତ ମିଳିନାହିଁ। ତେଣୁ ଦେଶକୁ ପୁଣି ମେଣ୍ଟ ସରକାର ରାଜନୀତି ଫେରିଛି। ବିଜେପି ଦେଶର ଏକକ ସର୍ବବୃହତ୍ତ ଦଳ ଭାବେ ୨୪୦ଟି ଆସନ ଜିତିଛି। ସହଯୋଗୀଙ୍କ ଆସନ ମିଶାଲେ ଦଳ ପାଖରେ ୨୯୨ଟି ସିଟ୍‌ ରହିଛି।

ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବସନରେ ଏନଡିଏର ବୈଠକ ବସିଥିଲା। ଏଥିରେ ବିଜେପିର ସମସ୍ତ ସହଯୋଗୀ ଦଳ ସାମିଲ ହୋଇଥିଲେ। ତେବେ ସମସ୍ତଙ୍କ ନଜର ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁର ନୀତୀଶ କୁମାରଙ୍କ ଉପରେ ରହିଥିଲା।

Advertisment

କାରଣ ଏହି ଦୁଇ ଜଣ ଏବେ କିଙ୍ଗ ମେକର। ଉଭୟଙ୍କ ପାଖରେ ୨୮ଟି ଆସନ ରହିଛି। ବୈଠକରେ ଉଭୟଙ୍କ ଠାରୁ ମୋଦି ଲିଖିତ ଭାବେ ସମର୍ଥନ ହାସଲ କରିଥିବା ଜଣାପଡ଼ିଛି। ବୈଠକରେ ଉଭୟଙ୍କ ସହ ମୋଦି ମଧ୍ୟ ବେଶ ଭଲ ଭାବେ ନିର୍ବାଚନୀ ରେଜଲ୍ଟକୁ ନେଇ କଥାବାର୍ତ୍ତା କରିଛନ୍ତି। ମୋଦିଙ୍କ ପାଖରେ ନାଇଡୁ ଓ ତାଙ୍କ ସାଇଡକୁ ନୀତୀଶ କୁମାର ବସିଥିଲେ। ଏମାନଙ୍କ ବ୍ୟତୀତ ଚିରାଗ ପାଶ୍ୱନାଙ୍କ ଠାରୁ ଆରମ୍ଭ କରି ଆପନା ଦଳର ସାଂସଦ ମଧ୍ୟ ବୈଠକରେ ସାମିଲ ହୋଇଥିଲେ।

ଯେହେତୁ ଆଜି ମୋଦି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ତେଣୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୭ଶ ଲୋକସଭାକୁ ଭଙ୍ଗ କରିଛନ୍ତି। ଲୋକସଭା ଭଙ୍ଗ ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହିପରି ଆଉ କିଛି ସମୟ ପରେ ମୋଦିଙ୍କ ନେତୃତ୍ୱରେ ଏନଡିଏର ଗୋଟିଏ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟିବ। ସେଠାରେ ମୋଦି ନୂଆ ସରକାର ଗଠନ ପାଇଁ ବିଧିବଦ୍ଧ ଭାବେ ଦାବି ଜଣାଇବେ। ବିଜେପି ଓ ଏନଡିଏ ମିଳିତ ଭାବେ ଜୁନ ୮ରେ ଶପଥଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ କରିବା ମୁଡରେ ରହିଛନ୍ତି। ସେହିଦିନ ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ।

PM Modi Lok Sabha Election Results