Advertisment

ଲାଲୁଙ୍କ ବଡ଼ ଦାବି: ଅଗଷ୍ଟ ସୁଦ୍ଧା ଭୁଶୁଡ଼ିବ ମୋଦି ସରକାର

ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ୨୯୩ଟି ଆସନ ଜିତି ବିଜେପି ନେତୃତ୍ୱାଧୀନ ଏନଡିଏ କେନ୍ଦ୍ରରେ ସରକାର ଗଠନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି।

Lalu

Lalu

Advertisment

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଆଜି ବଡ଼ ଦାବି କରିଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦି ଗଠନ କରିଥିବା ମେଣ୍ଟ ସରକାର ଅଗଷ୍ଟ ମାସ ସୁଦ୍ଧା ଭୁଶୁଡ଼ି ପଡ଼ିବ ବୋଲି ସେ କହିଛନ୍ତି।

Advertisment

ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ୨୯୩ଟି ଆସନ ଜିତି ବିଜେପି ନେତୃତ୍ୱାଧୀନ ଏନଡିଏ କେନ୍ଦ୍ରରେ ସରକାର ଗଠନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି।

କିନ୍ତୁ ବିଜେପି ଏକାକୀ ୨୪୦ଟି ଆସନ ଜିତିଛି। ଏହା ମ୍ୟାଜିକ ନମ୍ବର ଠାରୁ ୩୨ କମ। ତେଣୁ ଦଳକୁ ନୀତୀଶ କୁମାରଙ୍କ ଜେଡିୟୁ ଓ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଭରସାରେ ସରକାର ଚଳାଇବାକୁ ପଡ଼ୁଛି। ଏହି ଦୁଇ ଜଣ ବାରମ୍ବାର ପଟ ପରିବର୍ତ୍ତନ କରିବାରେ ମାହିର ଥିବାରୁ ଲାଲୁ ଆଜି କେନ୍ଦ୍ରରେ ଥିବା ମୋଦି ସରକାର ଅଗଷ୍ଟ ମାସ ସୁଦ୍ଧା ଭୁଶୁଡ଼ି ପଡ଼ିବ ବୋଲି ଦାବି କରିଛନ୍ତି।

Advertisment

ସେ କହିଛନ୍ତି, “କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଅତ୍ୟନ୍ତ ଦୁର୍ବଳ। ମୁଁ ଦଳର କର୍ମୀମାନଙ୍କୁ ଆହ୍ୱାନ ଦେବାକୁ ଚାହୁଁଛି ଯେ ସେମାନେ ପ୍ରସ୍ତୁତ ରହିଥାଆନ୍ତୁ। କାରଣ ଯେକୌଣସି ମୁହୂର୍ତ୍ତରେ ନିର୍ବାଚନ ପୁଣି ହୋଇପାରେ। ଦିଲ୍ଲୀରେ ଥିବା ମୋଦି ସରକାର ବେଶ ଦୁର୍ବଳ। ଏହା ଅଗଷ୍ଟ ମାସ ସୁଦ୍ଧା ଭୁଶୁଡ଼ି ଯାଇପାରେ।”

ଶୁକ୍ରବାର ଆରଜେଡିର ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ଲାଲୁ ପ୍ରସାଦ ଯାଦବ ଏପରି କହିଛନ୍ତି। ସେହିପରି ସାଧାରଣ ନିର୍ବାଚନରେ ଆରଜେଡିର ପ୍ରଦର୍ଶନକୁ ନେଇ ମଧ୍ୟ ଲାଲୁ ସନ୍ତୁଷ୍ଟ ଥିବା କହିଛନ୍ତି।

ଲାଲୁ ପ୍ରସାଦ ଯାବଦଙ୍କ ପୁଅ ତେଜସ୍ୱୀ କହିଛନ୍ତି, “ଲୋକସଭା ନିର୍ବାଚନରେ ଆମ ପ୍ରଦର୍ଶନର ସମୀକ୍ଷା କରିଥିଲୁ। ଯଦି ମୋତେ ଦଳର ନେତୃତ୍ୱ ନେବାକୁ ବଛା ଯାଏ, ତା’ହେଲେ ଦଳକୁ ବିଜୟୀ ଆଡ଼କୁ ନେବା ମୋର ଦାୟିତ୍ୱ ରହିବ। ମୁଁ ବିଧାୟକ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରିବାକୁ ଆଦୌ କୁଣ୍ଠାବୋଧ କରିବି ନାହିଁ। କାରଣ ସର୍ବୋପରି ଦଳକୁ ବିଜୟ କରିବାର ଦାୟିତ୍ୱ ମୋ ଉପରେ ରହିବ।”

RJD Lalu Prasad Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe