Advertisment

ସରକାର ଗଠନ ପୂର୍ବରୁ ଆଡଭାନୀ ଓ ମୁରଲୀମନୋହର ଯୋଶୀଙ୍କୁ ଭେଟିଲେ ମୋଦି

ମୋଦି ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି କରିବେ।

Modi

Modi

Advertisment

ଦେଶରେ ଏନଡିଏ ୩.୦ ସରକାର ଗଠନ ହେବାକୁ ଯାଉଛି। ଦେଶରେ ଗଠନ ହେବାକୁ ଥିବା ମେଣ୍ଟ ସରକାରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ। ଆଜି ଏନଡିଏ ସଂସଦୀୟ ଦଳ ବୈଠକରେ ସେ ନେତା ଭାବେ ନିର୍ବାଚିତ ହୋଇଛନ୍ତି।

Advertisment

ଏଥିସହ ସମସ୍ତଙ୍କୁ ସାଙ୍ଗରେ ନେଇ ଦେଶର ବିକାଶର ଗତିକୁ ବୃଦ୍ଧି କରିବେ ବୋଲି ମୋଦି ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ସଂସଦୀୟ ଦଳ ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି।

ମୋଦି ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି କରିବେ। ଏନଡିଏ ଦଳର ସମର୍ଥନ ଚିଠି ରାଷ୍ଟ୍ରପତିଙ୍କୁ ଦେବା ପୂର୍ବରୁ ମୋଦି ଆଜି ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟିଛନ୍ତି।

Advertisment

କଡ଼ା ସୁରକ୍ଷାବଳୟ ମଧ୍ୟରେ ମୋଦି ପ୍ରଥମେ ଦିଲ୍ଲୀରେ ଥିବା ଭାରତନ ରତ୍ନ ପୁରସ୍କାର ପ୍ରାପ୍ତ ଆଡଭାନୀଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସେ ଆଡଭାନୀଙ୍କୁ ଫୁଲତୋଡ଼ା ଦେଇଥିଲେ। ତାଙ୍କ ସହ ବେଶ କିଛି ସମୟ କଥା ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ। ତାଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ ମୋଦି କଥା ହୋଇଛନ୍ତି।

ଏହାପରେ ସେ ସିଧା ମୁରଲୀ ମନୋହର ଯୋଶୀଙ୍କ ଘରେ ପହଞ୍ଚିଥିଲେ। ତାଙ୍କୁ ମଧ୍ୟ ମୋଦି ଫୁଲତୋଡ଼ା ଦେଇଥିଲେ। ତାଙ୍କୁ ସରକାର ଗଠନ ବିଷୟରେ ଜଣାଇଥିଲେ। ଯୋଶୀ ଓ ଆଡଭାନୀଙ୍କ ଆଶୀର୍ବାଦ ପାଇଁ ମୋଦି ଆଜି ସେମାନଙ୍କୁ ଭେଟିଛନ୍ତି।

ଏକଦା ଆଡଭାନୀ ଓ ଯୋଶୀ ବିଜେପିର କମାଣ ସମ୍ଭାଳିଥିଲେ। ବିଜେପିକୁ ଗଢ଼ି ତୋଳିବା ପଛରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ବୟସାଧିକ କାରଣରୁ ଉଭୟ ସକ୍ରିୟ ରାଜନୀତିରୁ ବେଶ ଦୂରରେ ରହିଛନ୍ତି। ଏମାନଙ୍କୁ ଅନେକ ସମୟରେ ବିଜେପି ଅବହେଳା କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ତଥାପି ଆଜି ମୋଦି ଉଭୟଙ୍କୁ ଭେଠିଛନ୍ତି।

PM Modi Nda Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe