Advertisment

ଆଜି ଆସୁଛନ୍ତି ମୋଦି; ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି

ପ୍ରଧାନମନ୍ତ୍ରୀ ମୋଦି ସମ୍ବଲପୁର IIMର ଲୋକାର୍ପଣ ସହ ଅନ୍ୟ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନର କାର୍ଯ୍ୟକ୍ରମ ରହିଛି।

author-image
Niharika Rout
ଅଦ୍ୟତନ ହୋଇଛି
PM Modi

PM Modi

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୋଦି ରେମେଡ ପଡିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ଜନ ସାଧାରଣଙ୍କୁ ଉଦବୋଧନ ଦେବେ।

Advertisment

ପ୍ରଧାନମନ୍ତ୍ରୀ ମୋଦି ସମ୍ବଲପୁର IIMର ଲୋକାର୍ପଣ ସହ ଅନ୍ୟ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନର କାର୍ଯ୍ୟକ୍ରମ ରହିଛି। ଏଥିସହ ସମ୍ବଲପୁର ରେଳ ଷ୍ଟେସନର ନବୀକରଣ, ସମ୍ବଲପୁର-ତାଳଚେର ୧୬୮ କିଲୋମିଟର ରେଳପଥ ଏବଂ ଝାରସୁଗୁଡା-ବରପାଲି-ସରଡେଗା ରେଳ ଲାଇନ ଦୋହରୀକରଣ ଆଦିର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ।

ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ ଟ୍ରେନ ଚଳାଚଳ ଏବଂ ଷ୍ଟେସନ ବିଲଡିଂର ଶୁଭାରମ୍ଭ କରିବେ। ମୋଦିଙ୍କ ଗସ୍ତ ପାଇଁ ଆଇ.ଆଇ.ଏମ ପରିସରରେ ବ୍ୟାପକ ପ୍ରସ୍ତୁତି ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଉଭୟ IIMର ଛାତ୍ରଛାତ୍ରୀ, କର୍ମଚାରୀ ଓ ନିର୍ଦ୍ଦେଶକ ଖୁବ ଉତ୍ସାହିତ ଅଛନ୍ତି।

Advertisment

ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆଜି ଦିନ ୧ଟା ୧୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଦିନ ୧ଟା ୪୫ରେ  IIM ସମ୍ବଲପୁରର ନିଜସ୍ୱ କ୍ୟାମ୍ପସରେ ପହଞ୍ଚିବେ। ସେଠାରୁ କାର୍ଯ୍ୟକ୍ରମ ସାରି ଦିନ ୩ଟାରେ ହେଲିକପ୍ଟର ଯୋଗେ ରେମେଡ ସଭାସ୍ଥଳ ଅଭିମୁଖେ ବାହାରିବେ।

ରେମେଡ ସଭାସ୍ଥଳରେ ୩ଟା ୧୫ରେ ପହଞ୍ଚି ସାଧାରଣ ସଭାରେ ଯୋଗ ଦେବା ପରେ ଅପରାହ୍ନ ୫ଟା ବେଳେ ନୂଆଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଦିଙ୍କ ଗସ୍ତ ବେଳେ ୭୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବା ସହ ସୁରକ୍ଷା ଦାୟିତ୍ୱରେ ୭ ଜଣ କମାଣ୍ଡାଣ୍ଟଙ୍କ ସହ ପ୍ରାୟ ୩ ଶହ ଅଫିସରଙ୍କୁ ନିୟୋଜିତ କରାଯାଇଛି।

ସମ୍ବଲପୁରରେ ହେବ ମୋଦି-ନବୀନ ଭେଟଘାଟ!

ଆଜି ସମ୍ବଲପୁରରେ ମୋଦି-ନବୀନ ଭେଟଘାଟ ହେବ। ଅର୍ଥାତ ଆଇଆଇଏମର ନୂଆ କ୍ୟାମ୍ପସ ଉଦଘାଟନୀ ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯାଉଥିବା କୁହାଯାଉଛି।

ଉଦଘାଟନୀ କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରେ ଉଭୟ ନେତା ଉପସ୍ଥିତ ରହିବେ। ତେବେ ସାଧାରଣ ନିର୍ବାଚନ ପୂର୍ବରୁ ସମ୍ବଲପୁରରେ ଗୋଟିଏ ମଞ୍ଚରେ ପିଏମ୍-ସିଏମ୍ ଉପସ୍ଥିତି ଏବଂ ସମ୍ଭାବ୍ୟ ଭେଟଘାଟକୁ ନେଇ ରାଜନୈତିକ ମହଲରେ ଏବେ ଜୋର ଧରିଛି ଚର୍ଚ୍ଚା।

Sambalpur PM Modi