Advertisment

ମୋସ୍କୋରେ ମୋଦି କହିଲେ ଜୟ ଜଗନ୍ନାଥ

ଗତ ୧୦ ବର୍ଷ ମଧ୍ୟରେ ଭାରତର ବିକାଶର ଗତି ଦେଖି ବିଶ୍ୱ ଚକିତ ହୋଇ ଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

PM

PM

Advertisment

ରୁଷରେ ଶୁଭିଲା ଜୟ ଜଗନ୍ନାଥ ଧ୍ୱନୀ। ମୋସ୍କୋରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ନେଲେ ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନାଁ। ଏହାସହ ଜଗନ୍ନାଥଙ୍କ ଆଶିର୍ବାଦ ସମସ୍ତଙ୍କ ଉପରେ ରହିଛି ବୋଲି କହିଥିଲେ ମୋଦି।

Advertisment

ଏଥର ଲୋକସଭା ନିର୍ବାଚନ ସହ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହୋଇଥିଲା। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ ଓ ଓଡ଼ିଶା। ୪ଟି ଯାକ ରାଜ୍ୟରେ ଏନଡିଏ ବହୁମତ ସହ ବିଜୟ ହୋଇଛି। ଓଡ଼ିଶା ଏଥର ବିପ୍ଳବ ଆଣିଛି ବୋଲି ମସ୍କୋରେ କହିଛନ୍ତି ମୋଦି। ଗତ ୧୦ ବର୍ଷ ମଧ୍ୟରେ ଭାରତର ବିକାଶର ଗତି ଦେଖି ବିଶ୍ୱ ଚକିତ ହୋଇ ଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେପଟେ ମୋଦିଙ୍କ ମସ୍କୋ କାର୍ଯ୍ୟକ୍ରମ ବେଳେ ତାଙ୍କ କାନ୍ଧରେ ସେ ଓଡ଼ିଶାର ସ୍କାର୍ପ ମଧ୍ୟ ପକାଇଥିବା କଥା ଉପସ୍ଥିତ ଭାରତୀୟ ସମୁଦାୟଙ୍କୁ କହିଥିଲେ। ଯାହା ଓଡ଼ିଶା ପ୍ରତି ଭଲପାଇବାକୁ ପ୍ରଦର୍ଶିତ କରିଥିଲା।

PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe