Advertisment

୨୯ରେ ରାଜ୍ୟର ଏହି ତିନିଟି ସ୍ଥାନରେ ନିର୍ବାଚନୀ ସଭା କରିବେ ମୋଦି

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବ ଦିନ ଓଡ଼ିଶା ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ମେ’ ୨୮ ତାରିଖରେ ସେ ଚାନ୍ଦବାଲିରେ ପ୍ରଥମ ସଭା କରିବେ।

author-image
Jitendra Garnayak
undefined

PM Narendra Modi

ରାଜ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ସେଥରୁ ୩ଟି ପର୍ଯ୍ୟାୟ ଶେଷ ହୋଇସାରିଛି। ଜୁନ୍ ୧ରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଆଉ ପୂର୍ବ ତିନିଟି ପର୍ଯ୍ୟାୟ ଭଳି ଏହି ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମଧ୍ୟ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମେ’ ୨୯ ତାରିଖରେ ଓଡ଼ିଶାରେ ତିନିଟି ସଭାରେ ଯୋଗ ଦେବେ। ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ। ୨୯ ତାରିଖ ଦିନ ୧୨ଟାରେ ସେ ପ୍ରଥମେ ବାରିପଦାର ଛଉ ପଡ଼ିଆରେ ହେବାକୁ ଥିବା ସଭାରେ ଯୋଗ ଦେବେ। ଏହା ପରେ ସାଢ଼େ ଗୋଟେରେ ବାଲେଶ୍ୱରରେ ଓ ୩ଟା ୩୦ରେ କେନ୍ଦ୍ରାପଡ଼ାରେ ଅନୁଷ୍ଠିତ ହେବାକୁ ଥିବା ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ। 

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବ ଦିନ ଓଡ଼ିଶା ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ମେ’ ୨୮ ତାରିଖରେ ସେ ଚାନ୍ଦବାଲିରେ ପ୍ରଥମ ସଭା କରିବେ। ତା’ପରେ କୋରେଇ ଓ ନିମାପଡ଼ା ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ଅମିତ ଶାହ।   

Advertisment

ସୂଚନାଯୋଗ୍ୟ, ରାଜ୍ୟରେ ଆସନ୍ତା ଜୁନ୍ ୧ ତାରିଖରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ଏବଂ ଏସବୁର ଅନ୍ତର୍ଗତ ବିଧାନସଭା କ୍ଷେତ୍ର ପାଇଁ ଭୋଟ୍ ଗ୍ରହଣ କରାଯିବ।

Amit Shah PM Narendra Modi 2024 General Election Loka Sabha Election 2024 Odisha Assembly Election 2024