ଆସନ୍ତାକାଲି ସନ୍ଧ୍ୟାରେ ପୁଣି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦ ତାରିଖରେ ସକାଳ ୮ଟାରେ ପୁରୀରେ ସେ ରୋଡ୍ ଶୋ’ କରିବେ। ମହାପ୍ରଭୁଙ୍କ ଦର୍ଶନ କରି ସେ ରୋଡ୍ ଶୋ’ କରିବେ। ପୁରୀରେ ରୋଡ୍ ଶୋ’ କରି ଅନୁଗୋଳ ଯିବେ ପ୍ରଧାନମନ୍ତ୍ରୀ। ସକାଳ ସାଢ଼େ ୯ଟାରେ ସେଠାରେ ଏକ ବିରାଟ ଜନସଭାକୁ ସମ୍ବୋଧି କରିବେ ମୋଦି। ସେଠାରୁ କଟକ ଫେରିବେ। ସାଢ଼େ ୧୧ଟାରେ ସେ କଟକରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ।
Also Read
ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗ ଦେବେ। ଆସନ୍ତାକାଲି କୁଚିଣ୍ଡାରେ ସଭା କରିବେ ବିଜେପି ନେତା ତଥା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ। ୨୧ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟକ୍ରମ ରହିଛି। ସେ ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଓ ନୟାଗଡ଼ ଗସ୍ତ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଭାଗ ବଣ୍ଟନକୁ ନେଇ ମହାୟୁତି ମେଣ୍ଟରେ ଅସନ୍ତୋଷ, ସ୍ୱୀକାର କଲେ ଅଜିତ ପାୱାର
ଶନିବାର ରାତିରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଛି। ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବିଭାଗ ଦେବାକୁ ପଡ଼ିଲା ବୋଲି କହିଲେ ଅଜିତ ପାୱାର।
Politics
ପ୍ରିୟଙ୍କା ଗାନ୍ଧିଙ୍କ ସଦସ୍ୟତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ
ପ୍ରିୟଙ୍କା ଗାନ୍ଧି ନାମାଙ୍କନ ପତ୍ରରେ ସମ୍ପତ୍ତିର ସବିଶେଷ ତଥ୍ୟ ଦେଇନଥିବା ଅଭିଯୋଗ। କେରଳ ହାଇକୋର୍ଟରେ ପିଟିସନ ଦାଖଲ କଲେ ୱାୟନାଡ ଉପନିର୍ବାଚନରେ ପରାଜିତ ବିଜେପି ନେତ୍ରୀ।
Politics
ନିର୍ବାଚନ ନିୟମରେ ସଂଶୋଧନ: ବ୍ୟବସ୍ଥିତ ଷଡ଼ଯନ୍ତ୍ର କଥା କହି କେନ୍ଦ୍ରକୁ ଟାର୍ଗେଟ କଲେ ଖଡଗେ
କେନ୍ଦ୍ର ସରକାର ନିର୍ବାଚନ କମିଶନଙ୍କ ସ୍ୱାଧୀନତାରେ ବୁଝମଣା କରିବାରେ ଲାଗିଛନ୍ତି ଓ ଏପରି ସଂଶୋଧନ ସମ୍ବିଧାନ ଓ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ଖଡଗେ ଅଭିଯୋଗ କରିଛନ୍ତି।
Politics
ବିଜୁ ବାବୁ ଡେଙ୍ଗା, ଜୟ ବାବୁ ଡେଙ୍ଗା...
କିଏ ଓ କାହିଁକି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ନବୀନ ପଟ୍ଟନାୟକଙ୍କୁ କହୁଥିଲେ।
Politics
ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ
ମହିଳା, ଛୋଟ ପିଲା ଓ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଦର୍ଶନ କିପରି ସୁଙ୍ଗମ ହେବ ସେଥି ପାଇଁ ଭିନ୍ନ ଏକ ବ୍ୟବସ୍ଥା କରାଯାଇଛି।