Advertisment

କାଲି ଭୁବନେଶ୍ୱରରେ ମୋଦିଙ୍କ ରୋଡ୍ ଶୋ’; ଦିନ ୨ଟାରୁ ଏହି ରାସ୍ତାରେ ଯିବାଆସିବା ମନା

ରାତି ସାଢ଼େ ୮ଟାରୁ ବିଜେପି ପାର୍ଟି ଅଫିସରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍‌ ଶୋ’ ବାହାରିବାର କାର୍ଯ୍ୟକ୍ରମ ରହିଛି।

ଅଦ୍ୟତନ ହୋଇଛି
Road

Road

Advertisment

ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱରରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଏକ ରୋଡ୍ ଶୋ’ କରିବେ। ରାତି ସାଢ଼େ ୮ଟାରୁ ବିଜେପି ପାର୍ଟି ଅଫିସରୁ ଏହି ରୋଡ୍‌ ଶୋ’ ବାହାରିବାର କାର୍ଯ୍ୟକ୍ରମ ରହିଛି। ଏହା ବାଣୀବିହାର ପର୍ଯ୍ୟନ୍ତ ଯିବ। ସେଥିପାଇଁ ଜନପଥରେ (ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ପର୍ଯ୍ୟନ୍ତ) ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ୍ ପୁଲିସ। କାଲି ଅପରାହ୍ନ ୨ଟାରୁ ରୋଡ୍ ଶୋ’ ସରିବା ଯାଏଁ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ। ସେହିପରି ଅପରାହ୍ନ ୪ଟାରୁ ରୋଡ୍ ଶୋ’ ଶେଷ ହେବା ପର୍ଯ୍ୟନ୍ତ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍ ରାସ୍ତା ବନ୍ଦ ରହିବ। ଏହା ସହିତ ଜନପଥକୁ ସଂଯୋଗ କରୁଥିବା କୌଣସି ଗଳିରୁ ଗାଡ଼ିଗୁଡ଼ିକୁ ରାସ୍ତାକୁ ଛଡ଼ାଯିବନି।

Advertisment

ସୂଚନା ଅନୁଯାୟୀ, ଆସନ୍ତାକାଲି ରାତି ୮ଟା ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନପଥ ସ୍ଥିତ ବିଜେପି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବେ। ରାତି ସାଢ଼େ ୮ଟାରୁ ସେ ରୋଡ୍ ଶୋ’ ଆରମ୍ଭ କରିବେ। ଏହା ରାତି ପ୍ରାୟ ସାଢ଼େ ୯ଟା ପର୍ଯ୍ୟନ୍ତ ଚାଲିବ ଓ ବାଣୀବିହାର ଛକରେ ଶେଷ ହେବ। ମୋଦିଙ୍କ ରୋଡ୍ ଶୋ’ରେ ଦେଖିବାକୁ ମିଳିବ ଓଡ଼ିଆ କଳା ଓ ସଂସ୍କୃତିର ଝଲକ। ବିଜେପି କାର୍ଯ୍ୟାଳୟରୁ ବାଣୀ ବିହାର ମଧ୍ୟରେ ୧୦ଟି ସ୍ଥାନରେ ରହିବ ଓଡ଼ିଶା କଳା ଓ ପରମ୍ପରାର ୧୦ଟି ଆଇକନ। ବିଜେପି ପାର୍ଟି ଅଫିସରେ କୋଣାର୍କ ଚକ୍ର ଓ ବାଣୀବିହାର ଛକରେ ଖଣ୍ଡଗିରି ଐତିହ୍ୟ ସ୍ଥାନିତ ହେବ। ଝାଞ୍ଜ ମୃଦୁଙ୍ଗରେ ମୋଦିଙ୍କୁ ସ୍ୱାଗତ କରାଯିବା ସହିତ ସମ୍ବଲପୁରୀ ଭଳି ଏକାଧିକ ଲୋକନୃତ୍ୟ ପ୍ରଦର୍ଶନ କରାଯିବ।

ଭୁବନେଶ୍ୱର ବାସିନ୍ଦାଙ୍କୁ ରୋଡ୍ ଶୋ’ ମାଧ୍ୟମରେ ଭେଟିବେ ପ୍ରଧାନମନ୍ତ୍ରୀ। ଏହା ପରେ ରାଜଭବନରେ ରାତ୍ରି ଯାପନ କରିବେ। ତା’ ପର ଦିନ (ଶନିବାର) ୩ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି। ପ୍ରଥମେ ସକାଳ ସାଢ଼େ ୯ଟାରେ କନ୍ଧମାଳ ଷ୍ଟାଡିୟମ ପଡ଼ିଆରେ ଏକ ସମାବେଶରେ ଯୋଗ ଦେବେ। ପରେ ସାଢ଼େ ୧୧ଟାରେ ବଲାଙ୍ଗିରରେ ସାଧାରଣ ସଭାରେ ଉଦବୋଧନ ଦେବେ। ଶେଷରେ ଦିନ ଗୋଟାଏ ବେଳେ ବରଗଡ଼ ଟୋଲ ଗେଟ୍ ପଡ଼ିଆରେ ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ।

Advertisment
Road Show PM Modi 2024 General Election Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe