Advertisment

୧୩ରେ ରୋଡ ଶୋ’ କରିବେ, ଶେଷ ଦିନରେ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ମୋଦି

ଅଜୟ ରାଏଙ୍କ ବ୍ୟତୀତ ଏଥର ମୋଦିଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ କମେଡିଆନ ଶ୍ୟାମ ରଙ୍ଗୀଲା ମଧ୍ୟ ବାରାଣସୀ ଆସନରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି।

PM Modi

PM Modi

Advertisment

ଉତ୍ତର ପ୍ରଦେଶର ବାରାଣସୀ ଅର୍ଥାତ ନିଜ ନିର୍ବାଚନ ମଣ୍ଡଳୀରେ ବିଶାଳ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ମେ’ ୧୩ରେ ରୋଡ ଶୋ’ କରି ମୋଦି ବାରାଣସୀ ଭୋଟରଙ୍କୁ ନିଜର ଶକ୍ତି ପ୍ରଦର୍ଶନ କରିବେ।

Advertisment

ହେଲେ ରୋଡ ଶୋ’ ଦିନ ସେ ପ୍ରାର୍ଥିପତ୍ର ଦାଖଲ କରିବେ ନାହିଁ। ଏହାର ଦିନକ ପରେ ଅର୍ଥାତ ମେ’ ୧୪ରେ ସେ ବାରାଣସୀ ଆସନ ପାଇଁ ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିବେ।

ଜୁନ ୧ ଅର୍ଥାତ ଶେଷ ପର୍ଯ୍ୟାୟରେ ବାରାଣସୀବାସୀ ଭୋଟ ଦେବେ। ଏଥିପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ମେ’ ୭ରୁ ଆରମ୍ଭ ହେବ। ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ମେ’ ୧୪। ମୋଦି ଶେଷ ଦିନ ହିଁ ପ୍ରାର୍ଥିପତ୍ର ଦାଖଲ କରିବେ।

Advertisment

ସେ କ୍ରମାଗତ ତୃତୀୟ ଥର ପାଇଁ ବାରାଣସୀରୁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି। ୨୦୧୪ ଓ ୨୦୧୯ରେ ସେ ଏଠାରୁ ବିପୁଳ ଭୋଟରେ ଜିତିଥିଲେ। ଏଥର ମଧ୍ୟ ସେ ରେକର୍ଡ ଭୋଟରେ ଜିତିବା ନେଇ ଆଶା ରଖିଛନ୍ତି।

୨୦୧୪ ଓ ୨୦୧୯ ଭଳି କଂଗ୍ରେସ ଏଥର ମଧ୍ୟ ବରିଷ୍ଠ ନେତା ଅଜୟ ରାଏଙ୍କୁ ମୋଦିଙ୍କ ବିରୋଧରେ ପ୍ରାର୍ଥୀ କରିଛି। ଉଭୟ ନିର୍ବାଚନରେ ମୋଦିଙ୍କ ଠାରୁ ତାଙ୍କୁ ହାରିବାକୁ ପଡ଼ିଥିଲା। ତଥାପି ୨୦୨୪ରେ ମଧ୍ୟ ତାଙ୍କୁ ଦଳ ବାରାଣସୀ ଆସନରୁ ଟିକେଟ ଦେଇଛି। 

ଅଜୟ ରାଏଙ୍କ ବ୍ୟତୀତ ଏଥର ମୋଦିଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ କମେଡିଆନ ଶ୍ୟାମ ରଙ୍ଗୀଲା ମଧ୍ୟ ବାରାଣସୀ ଆସନରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି।

୨୦୧୯ରେ ମୋଦି ୪,୭୯,୫୦୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ମୋଦିଙ୍କୁ ୬,୭୪,୬୬୪ ଖଣ୍ଡ ଭୋଟ ମିଳିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ସମାଜବାଦୀ ପାର୍ଟିର ଶାଲିନୀ ଯାଦବ ୧,୯୫,୧୫୯ ଖଣ୍ଡ ଭୋଟ ପାଇଥିଲେ।

୨୦୧୪ରେ ମୋଦିଙ୍କ ବିଜୟ ବ୍ୟବଧାନ ୩.୩୭ ଲକ୍ଷ ଥିଲା। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ୨ ଲକ୍ଷରୁ ଅଧିକ ଭୋଟ ପାଇଥିଲେ।

PM Modi Varanasi Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe