Advertisment

ପୁଣି ଆସିବେ ମୋଦି, ପୁରୀରେ କରିବେ ରୋଡ୍ ଶୋ’

ଆଗକୁ ଅମିତ ଶାହ ଓ ଜେପି ନଡ୍ଡା ମଧ୍ୟ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେବେ।

author-image
Jitendra Garnayak
ଅଦ୍ୟତନ ହୋଇଛି
PM Modi

PM Modi

ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଗତକାଲି ଫେରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଆସିବେ। ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପ-ସଭାପତି ଗୋଲକ ମହାପାତ୍ର।

Advertisment

ସେ କହିଛନ୍ତି, ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ପୁରୀରେ ରୋଡ୍‌ ଶୋ’ କରିବେ। ସେହିପରି ସେହିଦିନ କଟକ ଓ ଅନୁଗୋଳରେ ଜନସଭାକୁ ସମ୍ବୋଧିତ କରିବେ। 

ସେହିପରି ମେ’ ୧୫ ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସିବେ। ସେ ରାଉରକେଲା, କଣ୍ଟାବାଞ୍ଜି ଓ ସୋରଡ଼ାରେ ସଭା କରିବେ। ୧୭ ତାରିଖରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେ ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରରେ ନିର୍ବାଚନୀ ସଭାରେ ଯୋଗ ଦେବେ।

Advertisment

ମୋଦି ମେ’ ୬ ତାରିଖରେ ବ୍ରହ୍ମପୁର ଓ ନବରଙ୍ଗପୁର ସଂକଳ୍ପ ସମାବେଶ ବା ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ସେହିପରି ଗତ ଶୁକ୍ରବାର ଦୁଇ ଦିନ ଓଡ଼ିଶା ଗସ୍ତରେ ଆସିଥିଲେ। ଶୁକ୍ରବାର ରାତିରେ ଭୁବନେଶ୍ୱରରେ ରୋଡ୍ ଶୋ’ କରିଥିଲେ। ଶନିବାର ଫୁଲବାଣୀ, ବଲାଙ୍ଗିର ଓ ବରଗଡ଼ରେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ପୂର୍ବରୁ ଓଡ଼ିଶା ଆସି ପ୍ରଚାର କରି ସାରିଛନ୍ତି। ଏହା ବ୍ୟତୀତ ଦଳର ଅନ୍ୟ କେନ୍ଦ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଆସି ଜୋରସୋର ପ୍ରଚାର କରୁଛନ୍ତି। 

BjD PM Narendra Modi 2024 General Election Loka Sabha Election 2024 Odisha Assembly Election 2024