Advertisment

୬ରେ ଓଡ଼ିଶା ଆସିବେ ମୋଦି

ଦୁଇଟି ସ୍ଥାନରେ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବେ ମୋଦି।

undefined

PM Narendra Modi

Advertisment

ମେ’ ୧୩ ତାରିଖରେ ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ୍‌। ତା’ ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ହାଇ ଭୋଲଟେଜ ପ୍ରଚାର। ଗୋଟିଏ ଦିନରେ ଦୁଇଟି ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ମୋଦି। ବ୍ରହ୍ମପୁର ଓ ନବରଙ୍ଗପୁରରେ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର।

Advertisment

ତାଙ୍କ ସୂଚନା ଅନୁଯାୟୀ, ମେ’ ୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସକାଳ ୧୦ଟାରେ ବ୍ରହ୍ମପୁର ଠାରେ ଆୟୋଜିତ ସାଧାରଣ ସଭାରେ ସେ ଯୋଗ ଦେବେ।

ଅପରାହ୍ନରେ ନବରଙ୍ଗପୁରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ମୋଦି। ଉଭୟ ସମାବେଶରେ ସେ ଉଦବୋଧନ ଦେବେ। ଶେଷ ପର୍ଯ୍ୟାୟ ନିର୍ବାଚନ ଭିତରେ ଓଡ଼ିଶାକୁ ମୋଦି ଏକାଧିକ ଥର ଆସିବେ ବୋଲି ଜଣାପଡ଼ିଛି। 

Advertisment
2024 General Election Bjp Odisha Assembly Election 2024 Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe