Advertisment

ପୁରୀରେ ପ୍ରଧାନମନ୍ତ୍ରୀ ମୋଦି, କରିବେ ରୋଡ ଶୋ’

ଆଜି ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ ଶୋ’ । ସକାଳୁ ତାଳବଣିଆ ହେଲିପ୍ୟାଡରୁ ଓହ୍ଲାଇ ଶ୍ରୀମନ୍ଦିର ଅଭିମୁଖେ ଯିବେ ପ୍ରଧାନମନ୍ତ୍ରୀ।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଆଜି ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ ଶୋ’ । ସକାଳୁ ତାଳବଣିଆ ହେଲିପ୍ୟାଡରୁ ଓହ୍ଲାଇ ଶ୍ରୀମନ୍ଦିରରେ ପହଞ୍ଚିଲେଣି ପ୍ରଧାନମନ୍ତ୍ରୀ।

Advertisment

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ପହଞ୍ଚିବା ସମୟରେ ତାଙ୍କର ଏକ ଝଲକ ପାଇବାକୁ ବଡ଼ଦାଣ୍ଡରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଏହି ଅବସରରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି ସମୟରେ ତାଙ୍କ ସହ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ଡ. ସମ୍ବିତ ପାତ୍ର ଉପସ୍ଥିତ ରହିଛନ୍ତି। 

 ଶ୍ରୀଜୀଉଙ୍କ ଦର୍ଶନ ସାରି ସକାଳ ୮ଟାରେ ଆରମ୍ଭ ହେବ ମୋଦିଙ୍କ ରୋଡ୍ ଶୋ’। ସିଂହଦ୍ୱାର ସାମ୍ନାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ବିଜେପି ବରିଷ୍ଠ ନେତା, କର୍ମୀ, ସମର୍ଥକ ଓ ସାଧାରଣ ଲୋକ ସାମିଲ ହେବେ। ପରେ ଅନୁଗୁଳ ଓ କଟକରେ ମୋଦିଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି ।

Advertisment

ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ନିର୍ବାଚନ ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ। ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ ମୋଦି ଆଲୋଚନା କରିଥିଲେ। ନିର୍ବାଚନ ପରିଚାଳନାର ସମୀକ୍ଷା ସହ, କିଏ କେଉଁ ଦାୟିତ୍ୱରେ ଅଛି, କାର୍ଯ୍ୟକ୍ରମ କେମିତି ଚାଲିଛି ଏନେଇ ପ୍ରତିଟି ନେତାଙ୍କ ସହ କଥା ହୋଇଛନ୍ତି।

ୱାର ରୁମ, ପ୍ରଚାର, ବୁଥ ମ୍ୟାନେଜମେଣ୍ଟ ଏସବୁର ସମୀକ୍ଷା କରିଥିଲେି ମୋଦି। ପରେ ରାଜଭବନରେ ରାତ୍ରୀଯାପନ କରିଥିଲେ ପ୍ରଧାନମନ୍ତ୍ରୀ ।

2024 General Election Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe