Advertisment

କମ୍ପିବ ପ୍ରଚାର ମଇଦାନ; କାଲି ଓଡ଼ିଶା ଆସିବେ ମୋଦି

ମୋଦି, ନଡ୍ଡା ଓ ଜୟଶଙ୍କରଙ୍କ ଭଳି ଶୀର୍ଷ ନେତୃତ୍ୱଙ୍କ ଓଡ଼ିଶା ଆଗମନକୁ ନେଇ ବେଶ୍ ଉତ୍ସାହିତ ହୋଇପଡ଼ିଛି ରାଜ୍ୟ ବିଜେପି।

author-image
Tapaswini Nayak
ଅଦ୍ୟତନ ହୋଇଛି
PM Modi

PM Modi

ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଲି ରାତି ସାଢ଼େ ୯ଟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ। ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

Advertisment

ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜେପି ପକ୍ଷରୁ ମୋଦିଙ୍କୁ ଦିଆଯିବ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। ହାଜର ହାଜର ସଂଖ୍ୟାର କର୍ମୀ ବିମାନ ବନ୍ଦର ବାହାରେ ମୋଦିଙ୍କୁ ସ୍ୱାଗତ କରିବେ। 

ରାଜଭବନରେ ରାତ୍ରି ଯାପନ କରିବେ ମୋଦି। ୬ ତାରିଖ ସକାଳେ ବ୍ରହ୍ମପୁର ଅଭିମୁଖେ ଯିବେ ପ୍ରଧାନମନ୍ତ୍ରୀ। ପ୍ରଥମେ ବ୍ରହ୍ମପୁରରେ ବିଶାଳ ସମାବେଶରେ ଯୋଗ ଦେବେ ମୋଦି। ଏହାପରେ ନବରଙ୍ଗପୁରରେ ମଧ୍ୟ ବଡ଼ ଜନସଭାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। 

Advertisment

ଓଡ଼ିଶାରେ ନିର୍ବାଚନ ବିଗୁଲ ବାଜିବା ପରେ ପ୍ରଥମ ଥର ପାଇଁ ମୋଦି ପ୍ରଚାର ମଇଦାନ ଓହ୍ଲାଉଛନ୍ତି। ସେ ତାଙ୍କ ଉଦବୋଧନରେ କ’ଣ କହିବେ  ତା’ ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ସରଗରମ ହେଲାଣି ରାଜ୍ୟ ରାଜନୀତି। 

 ମୋଦି ଗସ୍ତ ନେଇ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।  ସୁରକ୍ଷା ଦାୟିତ୍ୱରେ  ୩ ଜଣ ଡିସିପି, ୧୦ ଜଣ ଏସିପି, ୧୭ ଜଣଆଇଆଇସି, ୯୦ ଏସ୍ଆଇ/ଏଏସ୍ଆଇ ଅଛନ୍ତି। ଏହାସହ  CISF ସହ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ।

ସେହିପରି ଆଜିଠୁ ଦୁଇଦିନିଆ ଓଡ଼ିଶା ଗ୍ରସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ସେ ଆଜି ଭୁବନେଶ୍ୱରରେ ବିଭିନ୍ନ ଖବରକାଗଜର ଏଡିଟରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାସହ ବୈଦେଶିକ ମନ୍ତ୍ରୀ ବୁଦ୍ଧିଜୀବୀଙ୍କ ଭେଟିବା ସହ ଏକ ସାମ୍ବାଦିକ ସମ୍ମିଳନୀ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ଏସ୍ ଜୟଶଙ୍କର ଏହି ଦୁଇ ଦିନର ଗସ୍ତ ବେଳେ ଭୁବନେଶ୍ୱର, କଟକ ଓ ସମ୍ବଲପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ଗୁରୁମନ୍ତ୍ର ଦେବେ।

ଆସନ୍ତାକାଲି ଅପରାହ୍ନରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ନଡ୍ଡା ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ କଟକରେ କାର୍ଯ୍ୟକର୍ତ୍ତା ବୈଠକରେ ଗୁରୁମନ୍ତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ମୋଦି, ନଡ୍ଡା ଓ ଜୟଶଙ୍କରଙ୍କ ଭଳି ଶୀର୍ଷ ନେତୃତ୍ୱଙ୍କ ଓଡ଼ିଶା ଆଗମନକୁ ନେଇ ବେଶ୍ ଉତ୍ସାହିତ ହୋଇପଡ଼ିଛି ରାଜ୍ୟ ବିଜେପି।

Odisha Bjp PM Modi