ପରୀକ୍ଷା ଦେବେ ମୋଦି ! | Odisha Reporter
ମଣିପୁର ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ବିରୋଧୀ ଦଳମାନେ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗ୍ରହଣ କରିଛନ୍ତି। ସବୁ ରାଜନୈତିକ ଦଳ ସହିତ କଥାବାର୍ତ୍ତା ଓ ନୀତି ନିୟମ ଅନୁସାରେ, ଆଲୋଚନା ପାଇଁ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ସେ କହିଛନ୍ତି। କଂଗ୍ରେସ ଓ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ଅଲଗା ଅଲଗା ଭାବରେ ଅନାସ୍ଥା ପ୍ରସ୍ତାବ ନେଇ ନୋଟିସ ଦାଖଲ କରିଥିଲେ। ଗୃହରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ ଏହାକୁ ଆଗତ କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
