Advertisment

ଦଳରୁ ନିଲମ୍ୱନ ପରେ ବର୍ଷିଲେ ମହମ୍ମଦ ମୋକିମ୍; କହିଲେ- ଆଜି ଶରତ ପଟ୍ଟନାୟକ ସଭାପତି ଅଛନ୍ତି, କାଲି ଆଉ କିଏ ଥିବେ

ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ମୁଁ ସେମିତି କିଛି କାର୍ଯ୍ୟ କରିନି, ଯେଉଁଥିରେ ଜଣେ ସିଟିଂ ବିଧାୟକଙ୍କୁ ସସ୍‌ପେଣ୍ଡ କରାଯିବ।

ଅଦ୍ୟତନ ହୋଇଛି
Mohammad Mokim

Mohammad Mokim

Advertisment

ଦଳରୁ ସସ୍‌ପେଣ୍ଡ ନୋଟିସ୍ ପାଇବା ପରେ ପିସିସି ସଭାପତିଙ୍କ ଉପରକୁ ତେରଛା ବାଣ ମାରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ସେ ପ୍ରତିକ୍ରିୟା ରଖି କହିଛନ୍ତି, ଆମ ଉତ୍ତରରେ ଶୃଙ୍ଖଳା କମିଟି ସନ୍ତୁଷ୍ଟ ହୋଇନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ଚିଠିରୁ ଜାଣିବାକୁ ପାଇଛି। ମୁଁ ସେମିତି କିଛି କାର୍ଯ୍ୟ କରିନି, ଯେଉଁଥିରେ ଜଣେ ସିଟିଂ ବିଧାୟକଙ୍କୁ ସସ୍‌ପେଣ୍ଡ କରାଯିବ।

Advertisment

ସସ୍‌ପେଣ୍ଡ ପରେ କଂଗ୍ରେସ ଛାଡ଼ିବେ କି ପ୍ରଶ୍ନରେ ମୋକିମ କହିଛନ୍ତି, କଂଗ୍ରେସ କାହିଁକି ଛାଡ଼ିବି, ମୁଁ କଂଗ୍ରେସ ସହିତ ଅଛି। ଆଜି ଶରତ ପଟ୍ଟନାୟକ ସଭାପତି ଅଛନ୍ତି, କାଲି ଆଉ କିଏ ଥିବେ। କଂଗ୍ରେସ କୌଣସି ବ୍ୟକ୍ତିଗତ ଦଳ ନୁହେଁ, ଏହା ସାମୁହିକ ଦଳ। କାହାପାଇଁ କାହିଁକି କଂଗ୍ରେସ ଛାଡ଼ିବି, ମୁଁ କଂଗ୍ରେସ ସହିତ ଅଛି। ଯଦି ଶରତ ପଟ୍ଟନାୟକ ଭାବୁଛନ୍ତି କିଛି ଲୋକଙ୍କୁ ବାହାର କରିଦେଲେ ଦଳ ସୁଦୃଢ଼ ହୋଇଯିବ ତେବେ ଏବାବଦରେ କିଛି କହିବାର ନାହିଁ। ଏବାବଦରେ ଦଳ ସହିତ ଆଲୋଚନା କରାଯିବ।

କଂଗ୍ରେସକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଜାନକୀ-ବସନ୍ତଙ୍କ ସଂପର୍କରେ ଆଲୋଚନାଚକ୍ର ଆୟୋଜନ କରିଥିଲୁ। ଉକ୍ତ କାର୍ଯ୍ୟକ୍ରମରେ ବହୁ କଂଗ୍ରେସ ନେତା, ପୂର୍ବତନ ସଭାପତି, ବହୁ କର୍ମୀ ଉପସ୍ଥିତ ରହିଥିଲେ। ଏହି ସମୟରେ ନେତାଙ୍କ ଭିତରେ ମତାନ୍ତର ମନାନ୍ତର ଥିଲେ ହେଁ ସେମାନେ ୧୯୯୫ରେ କଂଗ୍ରେସକୁ କ୍ଷମତାକୁ ଆଣିଥିଲା। ଏହା କଂଗ୍ରେସର କାର୍ଯ୍ୟକ୍ରମ ଥିଲା। ଏହି ସମୟରେ ଦଳ ବିରୋଧରେ ସେ କୌଣସି ପ୍ରତିକ୍ରୟା ରଖିନଥିଲେ।

Advertisment

ବିଜେପି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ସମର୍ଥନ କରି ଭୋଟ ଦେଇଥିବାରୁ ପିସିସି ସଭାପତି ଶରତ ପଟ୍ଟନାୟକ ଦଳୀୟ କମିଟିକୁ ଅଭିଯୋଗ କରିଥିଲେ। ଏହାର କାରଣ ଦର୍ଶାଅ ନୋଟିସ୍‌ ପୂର୍ବରୁ ପାଇ ଉତ୍ତର ଦିଆଯାଇଥିଲା। ପରେ ଆଉ ଏକ ଅଭିଯୋଗ କରିଥିଲେ। ଏହି ନୋଟିସ୍‌ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହାକୁ ଗ୍ରହଣ କରିବା ସହ ଆଗକୁ ଦଳକୁ ସଂଗଠନ କରିବାକୁ କାମ କରିବି।

କଂଗ୍ରେସର ୯ରୁ ୯୦ ମିଶନ କିଭଳି ସଫଳ ହେବ ପ୍ରଶ୍ନରେ ମୋକିମ୍ କହିଛନ୍ତି, ଯେପର୍ଯ୍ୟନ୍ତ ମୋର ସସ୍‌ପେଣ୍ଡ ନିର୍ଦ୍ଦେଶ ଅଛି ସେମାନେ ଏବେ ୯ରୁ ୯୦ ନୁହେଁ, ୮ରୁ ୮୦ କହିବେ।

ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ଏଆଇସିସି ଯାହା ନିଷ୍ପତ୍ତି ନେଇଛି, ଆମେ ତାକୁ ଗ୍ରହଣ କରୁଛୁ। କଂଗ୍ରେସ ଏକ ହୋଇକି ଅଛି, ସର୍ବଦା ଏକ ହୋଇକି ରହିବ। ଏକଦା ବିଜେପିର ୨ଟା ଏମ୍‌ପି ସଂସଦରେ ଥିଲେ, ଏବେ ଏହି ଦଳ ଦେଶକୁ ଶାସନ କରୁଛି। ତେଣୁ କିଛି ବି ହବନି ବୋଲି କିଏ କହୁଛି ?, କାଲି କ’ଣ ହେବ କିଏ ଭବିଷ୍ୟ ବାଣି କରିପାରିବ?, ଓଡ଼ିଶାବାସୀଙ୍କ ଆଶୀର୍ବାଦରେ କଂଗ୍ରେସ ୯ରୁ ୯୦ ହେବ ବୋଲି ଆଗରୁ କହିସାରିଛି। ତେଣୁ କ’ଣ କରାଯିବ ତାହା ପରେ ଆଲୋଚନା କରାଯିବ ବୋଲି ଶରତ କହିଛନ୍ତି।

ସୂଚନା ଥାଉକି, ଆଜି କଂଗ୍ରେସ ପକ୍ଷରୁ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବଙ୍କୁ ସସ୍‌ପେଣ୍ଡ କରାଯାଇଛି। ଯାହାକୁ ନେଇ କଂଗ୍ରେସ ଭିତରେ ଭୂକମ୍ପ ସୃଷ୍ଟି ହୋଇଛି।

Odisha Congress Odisha Congress Politics Sarat Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe