Advertisment

ଦିଲ୍ଲୀରେ ମମତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କମୁନି ଆଳୁ ଟେନସନ୍। ଗୋଦାମରେ ବସ୍ତା ବସ୍ତା ଆଳୁ ଗଦା ରହିଛି। ଖୁଚୁରା ବଜାରରେ ମହଜୁତ ରହିଛି ଆଳୁ। କିନ୍ତୁ ଗ୍ରାହକ ଖାଲି ହାତରେ ଫେରୁଛି। କାରଣ ଖୁଚୁରା ବିକିବାକୁ ମନା କରିଦେଉଛନ୍ତି ବ୍ୟବସାୟୀ।

author-image
Manoranjan Sial
BJP

TMC

ଗତ ଦୁଇ ଦିନ ହେଲା ଓଡ଼ିଶାରେ ଦେଖାଦେଇଛି ଆଳୁ ଶଙ୍କଟ। ଏହି ସମସ୍ୟା ସମାଧାନ ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଆଜି ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ଦେଖାଦେଇଥିବା ଆଳୁ ସମସ୍ୟା ସମ୍ପର୍କରେ ସେ ମମତାଙ୍କ ସହ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି। ରାଜ୍ୟରେ ଅହେତୁକ ଦରବୃଦ୍ଧି ଯୋଗୁ ସାଧାରଣ ଜନତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଶ୍ରୀ ମାଝୀ କହିଛନ୍ତି।

Advertisment

ବର୍ତ୍ତମାନ ରାଜ୍ୟରେ ଆଳୁ ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ଇଏ ହେଉଛି ରାଜଧାନୀ ଭୁବନେଶ୍ୱରର ରେଟ୍‌। ରାଜ୍ୟର ଅଞ୍ଚଳ କଥା ନକହିବା ଭଲ। ସେପଟେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆମଦାନୀ ସ୍ୱାଭାବିକ ହୋଇଛି। ରାଜ୍ୟରେ ଆଳୁ ଦର ନିୟନ୍ତ୍ରଣରେ ଥିବା ବେଳେ ଦର ସ୍ୱାଭାବିକ ହେଉଛି। ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଦର ବଢ଼ିଥିଲା। ଏବେ ଆସିବା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଆଳୁ ଆସିବା ଆରମ୍ଭ ହୋଇଛି। ବଜାର ଦର ଧିରେ ଧିରେ ସ୍ୱାଭାବିକ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ କମୁନି ଆଳୁ ଟେନସନ୍। ଗୋଦାମରେ ବସ୍ତା ବସ୍ତା ଆଳୁ ଗଦା ରହିଛି। ଖୁଚୁରା ବଜାରରେ ମହଜୁତ ରହିଛି ଆଳୁ। କିନ୍ତୁ ଗ୍ରାହକ ଖାଲି ହାତରେ ଫେରୁଛି। କାରଣ ଖୁଚୁରା ବିକିବାକୁ ମନା କରିଦେଉଛନ୍ତି ବ୍ୟବସାୟୀ। ଯଦି କେଉଁଠି ଖୁଚୁରା ଆଳୁ ବିକ୍ରି ହେଉଛି, କିଲୋ ୪୫ ଟଙ୍କା ଭଳି ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛି ଗ୍ରାହକ। ଖୁଚୁରା ବ୍ୟବସାୟୀ କହୁଛନ୍ତି, ସରକାର ଧାର୍ଯ୍ୟ କରୁଥିବା ଦରରେ ଖୁଚୁରା ବିକି ହେବନି। ଗାଡ଼ି ଭଡ଼ା ଦେଇ ଆଳୁ ଆଣିବୁ। ପଚାସଢ଼ା ମଧ୍ୟ ଯାଉଛି। ଯେତିକିରେ କିଣୁଛୁ ସେତିକିରେ ବିକି ହେବନି, କ୍ଷତି ସହିବୁ। ତେଣୁ ବସ୍ତା ହିସାବରେ ବିକୁଛୁ।

Advertisment
Potato Mamata Banerjee Mohan Charan Majhi TMC Bjp