ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି: ସବୁ ସ୍କିମ୍‌ର ମୂଲ୍ୟାୟନ କରିବ ଥାର୍ଡ ପାର୍ଟି ଏଜେନ୍ସୀ

ଆବଶ୍ୟକ ସର୍ତ୍ତାବଳୀ ପୂରଣ କରୁଥିବା ପ୍ରଫେସନାଲ ଏଜେନ୍ସୀକୁ ରାଜ୍ୟ ସରକାର ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଚୟନ କରି ଅଗଷ୍ଟ ୩୦ତାରିଖରେ ତା’ର ନାଁ ଘୋଷଣା କରିବେ ବୋଲି ଜଣାପଡ଼ିଛି ।

CM

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Ordigital Desk
  • Published: Saturday, 29 June 2024
  • Updated: 29 June 2024, 09:03 PM IST

Sports

Latest News

ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସବୁ ଯୋଜନାର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ମାଝୀଙ୍କ ସରକାର । ଥାର୍ଡ ପାର୍ଟି ଏଜେନ୍ସୀ(ତୃତୀୟ ପକ୍ଷ ସଂସ୍ଥା) ମାଧ୍ୟମରେ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ବିଭିନ୍ନ ରାଜ୍ୟ ଯୋଜନାଗୁଡ଼ିକର ମୂଲ୍ୟାୟନ ହେବ । ରାଜ୍ୟ ପାଣ୍ଠିରେ ପରିଚାଳିତ ଯୋଜନାଗୁଡ଼ିକର ଉତ୍ତରଦାୟିତ୍ୱ ସୁନିଶ୍ଚିତ କିଭଳି ହେବ, ଯୋଜନା ଲକ୍ଷ୍ୟସ୍ଥଳରେ ପହଂଚିଛିି କି ନାହିଁ ଓ ଯୋଜନାରେ ସମ୍ଭାବ୍ୟ ସୁଧାର ଆଦି ସମ୍ପର୍କରେ ଏହି ନିରପେକ୍ଷ ସଂସ୍ଥା ନିଜର ମୂଲ୍ୟାୟନ ରିପୋର୍ଟ ଦେବ । ଏଥିପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏଜେନ୍ସୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବଶ୍ୟକ ସର୍ତ୍ତାବଳୀ ପୂରଣ କରୁଥିବା ପ୍ରଫେସନାଲ ଏଜେନ୍ସୀକୁ ରାଜ୍ୟ ସରକାର ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଚୟନ କରି ଅଗଷ୍ଟ ୩୦ତାରିଖରେ ତା’ର ନାଁ ଘୋଷଣା କରିବେ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପ୍ରଥମ ବିଜେପି ସରକାର କ୍ଷମତାକୁ ଆସିବାର ୨୦ଦିନ ନପୁରୁଣୁ କାର୍ଯ୍ୟକାରୀ ହେଉଥିବା ସବୁ ଯୋଜନାର ଥାର୍ଡପାର୍ଟି ମୂଲ୍ୟାୟନ ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ ବ୍ୟାପକ ପରିମାଣର ପାଣ୍ଠି ଖର୍ଚ୍ଚ ହେଉଥିବାରୁ ତା’ର ପ୍ରଭାବ ଓ ଫଳାଫଳ କ’ଣ ରହିଛି ତାହା ଜାଣିବା ପାଇଁ ଏହି ମୂଲ୍ୟାୟନ ହେବ ।

ବିଶେଷକରି ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ନୀତି ଓ ପଦକ୍ଷେପର ସମୀକ୍ଷା, କାର୍ଯ୍ୟକ୍ରମ ଓ ଯୋଜନାଗୁଡ଼ିକ ତା’ର ଉଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିଛି କି ନାହିଁ, ସେଥିରେ ସୁଧାରର ସମ୍ଭାବ୍ୟ ଆବଶ୍ୟକତା ଓ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ, ତଥ୍ୟଆଧାରିତ ନିଷ୍ପତ୍ତି ନେବା, କାର୍ଯ୍ୟକ୍ରମ ପ୍ରସ୍ତୁତିରେ ସୁଧାର ଓ କାର୍ଯ୍ୟାନ୍ୱୟନରେ ଉନ୍ନତି,  ନିର୍ଦ୍ଧାରିତ ଜନସଂଖ୍ୟାକୁ ପ୍ରଭାବୀ ସେବା ପ୍ରଦାନ, ଲୋକଙ୍କ ଭଲ ପାଇଁ ନୀତିଗତ ନିଷ୍ପତ୍ତି ନେବା ଆଦି ପ୍ରସଙ୍ଗରେ ଏହି ଥାର୍ଡ ପାର୍ଟି ଏଜେନ୍ସୀ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି ।

ରାଜ୍ୟ ସରକାର କୃଷି, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ଓ ପରିଚ୍ଛନ୍ନତା, ସାମାଜିକ କଲ୍ୟାଣ ଓ ପୃଷ୍ଟିକର, ବିପର୍ଯ୍ୟୟ ପରିଚାଳନା, ନିଯୁକ୍ତି ସୃଷ୍ଟି ଆଦି କ୍ଷେତ୍ରକୁ ପ୍ରାଥମିକତା ଦେଇ ସ୍ଥାୟୀ ଅର୍ଥନୀତିକ ଓ ସାମାଜିକ ବିକାଶ ସହ ସାମଗ୍ରିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ଏସବୁ କ୍ଷେତ୍ରରେ ବଜେଟ୍ ବ୍ୟୟବରାଦ ମଧ୍ୟ ବୃଦ୍ଧି ପାଇଛି ।

ତେଣୁ ରାଜ୍ୟ ସରକାର ଏହି ଥାର୍ଡ ପାର୍ଟି ଏଜେନ୍ସୀ ଦ୍ୱାରା ମୂଲ୍ୟାୟନ ମାଧ୍ୟମରେ ଉଭୟ କେନ୍ଦ୍ର ଓ ରାଜ୍ୟ ପାଣ୍ଠିରେ ପରିଚାଳିତ ଯୋଜନାଗୁଡ଼ିକର ତ୍ୱରିତ୍  ପ୍ରଭାବ ଆକଳନ କରିବା ସହ କେଉଁ ଯୋଜନାରେ କ’ଣ ତ୍ରୁଟି ରହିଛି, କାହିଁକି ଲକ୍ଷ୍ୟ ହାସଲ ହୋଇପାରୁନି ଓ କ’ଣ ସୁଧାରର ଆବଶ୍ୟକତା ରହିଛି ସେ ନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରିବ ବୋଲି ଜଣାପଡ଼ିଛି ।

Also Read

ଏହାସହିତ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ୪ଟି ବର୍ଗ ଯଥା ସାଧାରଣ ସେବା କ୍ଷେତ୍ର, ସାମାଜିକ ସେବା କ୍ଷେତ୍ର, ଆର୍ଥିକ ସେବା କ୍ଷେତ୍ର ଓ ଏସବୁକ୍ଷେତ୍ର ବ୍ୟତୀତ ଯେକୌଣସି  ଯୋଜନା ବା କାର୍ଯ୍ୟକ୍ରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟାନ୍ୱୟ, ସାମାଜିକ ଉତ୍ତରଦାୟିତ୍ୱ ସ୍ଥିର ଆଦିର ଯାଂଚ କରି ମତାମତ ଦେବାକୁ କୁହାଯାଇଥିବା ଜଣାପଡ଼ିଛି ।

ଏବେ ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିବା ପରେ ଏସବୁ ସ୍କିମ୍ ଗୁଡ଼ିକର ସମୀକ୍ଷା ଓ ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଜେଡି ସରକାରର କୌଣସି ସ୍କିମକୁ ଅଚାନକ ବନ୍ଦ ନକରି ତୃତୀୟ ପକ୍ଷ ଏଜେନ୍ସୀର ମତାମତ ଆଧାରରେ ତା’ଉପରେ ନିଷ୍ପତ୍ତି ନେବାକୁ ବିଜେପି ସରକାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି । କେବଳ ଏହି ସ୍କିମ ଓ କାର୍ଯ୍ୟକ୍ରମଗୁଡ଼ିକର ମୂଲ୍ୟାୟନ ନୁହେଁ ବରଂ ଜନସେବା ଅଧିକାର ଆଇନ, ସୂଚନା ଅଧିକାର ଆଇନ,ସିଟିଜେନ ଚାର୍ଟର, ଭିଜିଲାନ୍ସ,ପୁଲିସ ଓ ଆଇନଶୃଙ୍ଖଳା ଆଦିର ପ୍ରଭାବୀ ମୂଲ୍ୟାୟନ କରିବାକୁ ମଧ୍ୟ ଏହି ତୃତୀୟ ପକ୍ଷ ସଂସ୍ଥାକୁ ଦାୟିତ୍ୱ ଦିଆଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଦୀର୍ଘ ୨୪ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାର ଅମଳରେ କାର୍ଯ୍ୟକାରୀ ଯୋଜନାଗୁଡ଼ିକ ମଧ୍ୟରେ ଏବେ ପ୍ରାୟ ୬୫ଟି କାର୍ଯ୍ୟକ୍ରମ ଓ ଯୋଜନା ବଳବତ୍ତର ରହିଛି । ଏହି ଯୋଜନାଗୁଡ଼ିକ ମଧ୍ୟରୁ କିଛି ଯୋଜନାକୁ ନେଇ ରାଜ୍ୟର ବିଜେଡି ଓ ବିଜେପି ମଧ୍ୟରେ ଦୀର୍ଘଦିନ ଧରି ମୁହାଁମୁହିଁ ସ୍ଥିତି ଲାଗି ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story