Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଭାବୀ ମୁଖ୍ୟମନ୍ତ୍ରୀ, କହିଲେ- ଆମକୁ ଆଶୀର୍ବାଦ ଦିଅନ୍ତୁ

ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ଆମନ୍ତ୍ରୀତ କରିଛନ୍ତି ଭାବୀ ମୁଖ୍ୟମନ୍ତ୍ରୀ।

author-image
Niharika Rout
Naveen Patnaik & Mohan Majhi

Naveen Patnaik & Mohan Majhi

ଆଜି ଅପରାହ୍ନରେ ଓଡ଼ିଶା ରାଜନୀତିରେ ଆରମ୍ଭ ହେବ ନୂଆ ଅଧ୍ୟାୟ । ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟରେ ଆରମ୍ଭ ହେବ ମୋହନ ଯୁଗ । ଏଥିନିମନ୍ତେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଖୋଦ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନ ନିବାସରେ ପହଞ୍ଚି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି।

Advertisment

ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ଆମନ୍ତ୍ରୀତ କରିଛନ୍ତି ଭାବୀ ମୁଖ୍ୟମନ୍ତ୍ରୀ। ନବୀନ ନିବାସରୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଶପଥ ସମାରୋହରେ ଯୋଗ ଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛି। ସେ ନୂଆ ସରକାରକୁ ଆର୍ଶିବାଦ କରନ୍ତୁ ବୋଲି ଚାହୁଁଛି। ସେ ମଧ୍ୟ ଆମ ନିମନ୍ତ୍ରଣକୁ ସାଦରେ ଗ୍ରହଣ କରି ଯଥା ସମୟରେ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏହା ପୂର୍ବରୁ ଗତକାଲି ବିଜେପିର ଏକ ଟିମ୍‌ ନବୀନ ନିବାସରେ ପହଞ୍ଚି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଜଣାଇଥିଲେ। ବିଜେପିର ୫ ବରିଷ୍ଠ ନେତା ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ। ସେମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ ଏବଂ ସମୀର ମହାନ୍ତି ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ। ନବୀନ ପଟ୍ଟନାୟକ ମଧ୍ୟ ନିମନ୍ତ୍ରଣ ରକ୍ଷା କରି ନିଶ୍ଚିତ ଭାବେ ପହଞ୍ଚିବେ ବୋଲି ପ୍ରତିଶ୍ରୁତି ଦେଇଥିବା କହିଥିଲେ ବିଜେପି ନେତା।

Advertisment

ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାଁ ଘୋଷଣା ହେବା ପରେ ତାଙ୍କୁ ଅର୍ଡର ଅଫ୍ ଆପଏଣ୍ଟମେଣ୍ଟ ପ୍ରଦାନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ଏଥିସହ ତାଙ୍କୁ ରାଜ୍ୟରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଛନ୍ତି। ଆଜି ଜନତା ମଇଦାନରେ ଶପଥ ସମାରୋହ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ତଥା ୯ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ଉପସ୍ଥିତିରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ। ଏଥିନିମନ୍ତେ ରାଜଧାନୀ ଏକ ପ୍ରକାର ପୁଲିସ୍‌ ଛାଉଣୀରେ ପରିଣତ ହୋଇଥିବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

BjD Bjp Naveen Patnaik Mohan Majhi