Advertisment

Nuapada Politics: ‘ବେଇମାନ’ ପ୍ରସଙ୍ଗରେ ନବୀନଙ୍କୁ ବାଣ ମାରିଲେ ମୋହନ

ଗତ ୩ ତାରିଖରେ ନୂଆପଡ଼ାକୁ ପ୍ରଚାର କରିବାକୁ ଯାଇଥିବା ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କୋମନାରେ ଅନୁଷ୍ଠିତ ସଭାରେ ନୂଆପଡ଼ା, ବିଜେଡି ଓ ତାଙ୍କ ସହିତ ବେଇମାନୀ କରାଯାଇଥିବା କହିଥିଲେ।

author-image
Jitendra Garnayak
CM

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଗତ ୩ ତାରିଖରେ ନୂଆପଡ଼ାକୁ ପ୍ରଚାର କରିବାକୁ ଯାଇଥିବା ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କୋମନାରେ ଅନୁଷ୍ଠିତ ସଭାରେ ନୂଆପଡ଼ା, ବିଜେଡି ଓ ତାଙ୍କ ସହିତ ବେଇମାନୀ କରାଯାଇଥିବା କହିଥିଲେ। ବିଜେପି ପ୍ରଥମେ ଭୋଟ୍ ଚୋରି କରୁଥିଲା, ଏବେ ପ୍ରାର୍ଥୀ ଚୋରି କରୁଛି ବୋଲି ସେ କହିଥିଲେ। ଇଭିଏମ୍‌ରେ ଏହି ବେଇମାନୀର ପ୍ରତିଶୋଧ ନେବାକୁ ନବୀନ ନୂଆପଡ଼ାବାସୀଙ୍କୁ ଆହ୍ୱାନ ଦେଇଥିଲେ। ଆଉ ଆଜି ନୂଆପଡ଼ାରେ ନିର୍ବାଚନ ପ୍ରଚାର କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେହି କୋମନାରେ ଏକ ଜନସଭାକୁ ସମ୍ବୋଧିତ କଲା ବେଳେ କିଏ ବେଇମାନ ବୋଲି କହି ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୟ ଢୋଲକିଆଙ୍କୁ ବେଇମାନ କହି ସମ୍ବୋଧନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା । ଏ ବେଇମାନର ସଂଜ୍ଞା କ’ଣ? ବେଇମାନ କାହାକୁ କୁହାଯାଏ? ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତା କୁଆଡ଼େ ବହୁତ ଶାଳୀନତା ରକ୍ଷା କରନ୍ତି। କେବେ ହେଲେ ତାଙ୍କ ମୁହଁରୁ ବେଇମାନ ଶବ୍ଦ ବାହାରେ ନାହିଁ। ତା’ହେଲେ କୋମନାରେ ତାଙ୍କ ମୁହଁରୁ ବେଇମାନ ଶବ୍ଦ ବାହାରିଲା କିପରି? ମୋତେ ଲାଗୁଛି, ବୋଧହୁଏ ତାଙ୍କ ସ୍କ୍ରିପ୍ଟ ରାଇଟର ବେଇମାନର ସଂଜ୍ଞା କ’ଣ, ତାହା ବୁଝାଇ ନାହାନ୍ତି। ପ୍ରକୃତରେ କିଏ ବେଇମାନ? ମୁଁ ଏହାର ଗୋଟିଏ ଉଦାହରଣ ଦେଇପାରେ। ବିଜେପୁରରେ କଂଗ୍ରେସ ପ୍ରାର୍ଥୀଙ୍କୁ ଆଣି ବିଜେଡି ପ୍ରାର୍ଥୀ କରିଥିଲା। ସେତେବେଳେ ବିଜୁ ଜନତା ଦଳ ବେଇମାନୀ କରିଥିଲା କି ନାହିଁ? କାକଟପୁରରେ ଯେତେବେଳେ ଆମେ ଜଣଙ୍କୁ ପ୍ରାର୍ଥୀ କରିସାରିଥିଲୁ ସେତେବେଳେ ତାଙ୍କୁ ମନ୍ତ୍ରୀ ପଦର ଲୋଭ ଦେଖାଇ ଚୋରି କରିଥିଲା କିଏ? ବିଜୁ ଜନତା ଦଳ ଏହାର ଜବାବ ଦେଉ। ସେହିପରି କଂଗ୍ରେସର ପୂର୍ବତନ ବିରୋଧୀ ଦଳ ନେତାଙ୍କୁ ଯେତେବେଳେ ବିଜୁ ଜନତା ଦଳ ନେଇଯାଇଥିଲା, ସେତେବେଳେ ବେଇମାନୀ କରିଥିଲା କିଏ? ଜୟ ଢୋଲକିଆକୁ ବିଜେଡି ସଭାପତି କହିବେ ବେଇମାନ? ଏହା କ’ଣ ବିରୋଧୀ ଦଳ ନେତାଙ୍କ ମୁହଁରେ ଶୋଭା ପାଏ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ବେଇମାନ ପ୍ରକୃତରେ କିଏ ଓ କେତେ ଥର ବେଇମାନୀ କରିଛନ୍ତି?  ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ କରି ନଳିନୀ ମହାନ୍ତି, କାହାକୁ ଛାଡ଼ି ନାହାନ୍ତି। ବେଇମାନୀ କରି କରି ଜଣେ ନେତାଙ୍କୁ ଧକ୍କା ମାରି ଦଳରୁ ବାହାର କରି ଦେଇଥିଲେ। ତା’ହେଲେ କିଏ ବେଇମାନ? ତା’ର ଜବାବ ତାଙ୍କୁ ଦେବାକୁ ପଡ଼ିବ।

Advertisment

ନୂଆପଡ଼ା ଉପ-ନିର୍ବାଚନ ପାଇଁ ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏହାକୁ ନେଇ ମଧ୍ୟ ନବୀନ ଓ ବିଜେଡି ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ ଜିଲ୍ଲା ଭିତରେ କ’ଣ ବିଜେଡିକୁ ନେତା ମିଳିଲେ ନାହିଁ। ଶେଷରେ ବରଗଡ଼ରୁ ଆଣି ଜଣଙ୍କୁ ପ୍ରାର୍ଥୀ କଲେ। ଫଳରେ ଜିଲ୍ଲାର ଆଶାୟୀଙ୍କୁ ପ୍ରାର୍ଥିତ୍ୱରୁ ବଞ୍ଚିତ କଲେ। ନୂଆପଡ଼ାକୁ ପ୍ରତିନିଧିତ୍ୱ କରିବା ପାଇଁ ଜୟ ଢୋଲକିଆ ହିଁ ଯୋଗ୍ୟ ପ୍ରାର୍ଥୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।