Advertisment

ପଛରେ ଥିବା ମହମ୍ମଦ ଆଝାରୁଦ୍ଦିନ ଏବେ ଆଗରେ

ପୂର୍ବତନ କ୍ରିକେଟର ତଥା କଂଗ୍ରେସ ପ୍ରାର୍ଥୀ ମହମ୍ମଦ ଆଝାରୁଦ୍ଦିନଙ୍କ ପାଇଁ ଭଲ ଖବର।

Mohd. Azharuddin

Mohd. Azharuddin

Advertisment

ପୂର୍ବତନ କ୍ରିକେଟର ତଥା କଂଗ୍ରେସ ପ୍ରାର୍ଥୀ ମହମ୍ମଦ ଆଝାରୁଦ୍ଦିନଙ୍କ ପାଇଁ ଭଲ ଖବର। ତେଲେଙ୍ଗାନାର ଜୁବିଲ୍ଲୀ ହିଲ୍ସରୁ ପ୍ରାର୍ଥୀ ହୋଇଥିବା ଆଝାରୁଦ୍ଦିନ ଏବେ ଲିଡ କରିବା ଆରମ୍ଭ କରିଛନ୍ତି। ପ୍ରାଥମିକ ଭାବେ ଆଝାରୁଦ୍ଦିନ ବିଆରଏସର ମାଗାନ୍ତି ଗୋପିନାଥଙ୍କ ଠାରୁ ପଛରେ ଥିଲେ। କିନ୍ତୁ ୫ ରାଉଣ୍ଡ ଗଣତି ପରେ ଆଝାରୁଦ୍ଦିନ ଏବେ ତାଙ୍କୁ ପଛରେ ପକାଇ ଦେଇଛନ୍ତି।

Advertisment

ଆଝାରୁଦ୍ଦିନ ୧୦୯୨ ଖଣ୍ଡ ଭୋଟ ଆଗରେ ଅଛନ୍ତି। ଗୋପିନାଥ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବିଜେପିର ଲଙ୍କାଲା ଦୀପକ ରେଡ୍ଡୀ ତୃତୀୟ ସ୍ଥାନରେ ରହିଛନ୍ତି। ସେ ଆଝାରୁଦ୍ଦିନ ଠାରୁ ୭ ହଜାରରୁ ଅଧିକ ଭୋଟରେ ପଛରେ ଅଛନ୍ତି।

୨୦୦୯ରେ ଆଝାରୁଦ୍ଦିନ କଂଗ୍ରେସରେ ଯୋଗ ଦେଇଥିଲେ। ଏକଦା ସେ ତେଲେଙ୍ଗାନା କଂଗ୍ରେସର ମୁଖ୍ୟ ଭାବେ କାର୍ଯ୍ୟ ମଧ୍ୟ କରିଥିଲେ। ସେ ମୋରାଦାବାଦରୁ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଥିଲେ। ଏବେ ସେ ବିଧାୟକ ଭାବେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ୁଛନ୍ତି। ବିଜୟ ଦିଗରେ ମଧ୍ୟ ଆଝାରୁଦ୍ଦିନ ବଢ଼ିବା ଆରମ୍ଭ କରିଛନ୍ତି। 

Advertisment

ଗୋପିନାଥ ଏବେ ଜୁବିଲ୍ଲୀ ହିଲ୍ସର ବିଧାୟକ ରହିଛନ୍ତି। ତାଙ୍କୁ ହରାଇବା ସହଜ ହୋଇ ନଥିବା ବେଳେ ଆଝାରୁଦ୍ଦିନ ଏବେ ସୁଦ୍ଧା ଭଲ ପ୍ରଦର୍ଶନ କରିଛନ୍ତି।

ଅନ୍ୟପକ୍ଷରେ ତେଲାଙ୍ଗାନାରେ କ୍ରମାଗତ ୨ ଥର ସରକାର ଗଠନ କରିଥିବା ବିଆରଏସ୍‌କୁ ଏଥର କଂଗ୍ରେସ ଝଟକା ଦେଇପାରେ। କଂଗ୍ରେସ ଏଠାରେ କ୍ଷମତା ଦଖଲ କରିବାକୁ ଯାଉଥିବା ଗଣତି ଟ୍ରେଣ୍ଡରୁ ଏକପ୍ରକାରର ସ୍ପଷ୍ଟ ହୋଇଯାଇଛି।

Mohammed Azharuddin Bjp Brs Election Results Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe