ଧାନକିଣାରେ ବିଜେଡିର ଦଳୀୟ ପାଣ୍ଠିକୁ ଯାଉଛି ହଜାରେ କୋଟି ଟଙ୍କା: ବିଜେପି

ମସ୍ତଙ୍କ ମିଳିତ ମଧୁଚନ୍ଦ୍ରିକାରେ ବିଜେଡିକୁ ଦଳୀୟ ପାଣ୍ଠି ଆକାରରେ ବର୍ଷକୁ ପ୍ରାୟ ଏକ ହଜାର କୋଟି ଟଙ୍କା ମିଳୁଛି।

BJD,BJP

ଧାନ ବସ୍ତା (file photo)

Ordigital Desk
  • Published: Tuesday, 26 December 2023
  • Updated: 26 December 2023, 09:09 PM IST

Sports

Latest News

ରାଜ୍ୟରେ ଚାଷୀଙ୍କଠୁ ଯେଉଁ ଧାନକିଣା ହେଉଛି ତା’ପଛରେ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏକ ବଡ଼ ସିଣ୍ଡିକେଟ୍ କାମ କରୁଛି । ସମସ୍ତଙ୍କ ମିଳିତ ମଧୁଚନ୍ଦ୍ରିକାରେ ବିଜେଡିକୁ ଦଳୀୟ ପାଣ୍ଠି ଆକାରରେ ବର୍ଷକୁ ପ୍ରାୟ ଏକ ହଜାର କୋଟି ଟଙ୍କା ମିଳୁଛି । ଏଭଳି ସଙ୍ଗୀନ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ବାସ୍ତବରେ ରାଜ୍ୟର ଚାଷୀକୂଳର କାଳ ସାଜିଛି ଶାସକ ବିଜେଡି । ଓଡିଶାର ଚାଷୀଙ୍କର କୌଣସି ଅର୍ଥନୈତିକ ଉନ୍ନତି ହୋଇନାହିଁ । ବିଜେଡିର ୨୪ ବର୍ଷର ଶାସନରେ ଚାଷୀଙ୍କ ମୁଣ୍ଡ ପିଛା ଆୟ ମାତ୍ର ୨୭ ଟଙ୍କା ବଢ଼ିଛି । ବିଜେଡି ଶାସନକୁ ଆସିବା ସମୟରେ ଚାଷୀଙ୍କ ଆୟ ମାତ୍ର ୫୦୮୫ ଟଙ୍କା ଥିଲା, ଏବେ ୨୪ ବର୍ଷ ପରେ ଏହା ବୃଦ୍ଧି ପାଇ ମାତ୍ର ୫୧୧୨ ଟଙ୍କାରେ ପହଂଚିଛି । ଓଡ଼ିଶାରେ ଚାଷୀଙ୍କ ଆୟ ସର୍ବଭାରତୀୟ ସ୍ତରର ଆୟଠାରୁ ସବୁଠାରୁ କମ୍ ଏବଂ ବ୍ୟୟରେ ମଧ୍ୟ କମ୍ । ଏହା ଓଡ଼ିଶାର ଚାଷୀଙ୍କୁ ବିଜେଡି ସରକାରର ସବୁଠୁ ବଡ଼ ଉପହାର କି ବୋଲି ଶ୍ରୀ ମହାପାତ୍ର କଟାକ୍ଷ କରିଛନ୍ତି ।

ରାଜରେ ଧାନକଟା କାର୍ଯ୍ୟ ଆରମ୍ଭ ହୋଇସାରିଲାଣି । ପଶ୍ଚିମଓଡ଼ିଶାରେ ଧାନକଟା ଜୋରସୋରରେ ଚାଲିଛି । ମହା ଆଡ଼ମ୍ବରରେ ଲଘୁକ୍ରିୟା ସଦୃଶ ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଓ ଅବ୍ୟବସ୍ଥିତ ମଣ୍ଡି ବ୍ୟବସ୍ଥା । ଘୋଷଣା ସର୍ବସ୍ୱ ବିଜେଡି ସରକାର ଆଜି ପର୍ଯ୍ୟନ୍ତ ସୁବ୍ୟବସ୍ଥିତ ମଣ୍ଡି କାର୍ଯ୍ୟକାରୀ କରିବାରେ ଅକ୍ଷମ ବୋଲି ପ୍ରମାଣିତ ହୋଇଛି । କଟନୀ ଛଟନୀର ଶିକାର ହେଉଥିବା ଚାଷୀକୁଳ ଆଜି ବି ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ବାହାର ରାଜ୍ୟର ବେପାରୀଙ୍କ କବ୍‌ଜାରେ ଚାଷୀକୂଳ । ଗତକାଲି ରାଜ୍ୟ ଯୋଗାଣ ମନ୍ତ୍ରୀ ରାଜ୍ୟ ସରକାରଙ୍କ ଅସହାୟତାକୁ ସ୍ୱୀକାର ମଧ୍ୟ କରିଛନ୍ତି । ରାଜ୍ୟରେ ଧାନକିଣାରେ ଏକ ବଡ଼ ସିଣ୍ଡକେଟ୍ କାମ କରୁଛି । ରାଜ୍ୟ ସରକାରଙ୍କ କୃଷି, ଯୋଗାଣ ଏବଂ ସମବାୟ ବିଭାଗର ମିଳିତ ମଧୁଚନ୍ଦ୍ରିକାରେ ମିଲର୍ସମାନେ ସାମିଲ ଅଛନ୍ତ । ଯେଉଁଥିପାଇଁ ଧାନ କିଣାରେ ବର୍ଷକୁ ୧୦୦୦ କୋଟି ଟଙ୍କାର ଦଳୀୟ ପାଣ୍ଠି ବିଜେଡି ସଂଗ୍ରହ କରୁଛି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ।

Also Read

ଚାଷୀଙ୍କ ସବୁ ଧାନ ସରକାର କିଣିବେ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଲେ । କିନ୍ତୁ ପରେ ଜଳସେଚିତ ଓ ଅଣଜଳସେଚିତର ବର୍ଗୀକରଣ କରିବାରୁ ବହୁ ଧାନ ବିକ୍ରି ନହୋଇ ପଡ଼ିରହୁଛି । ଚାଷୀ ବିପୁଳ କ୍ଷତି ସହୁଛି । ଭୁବନେଶ୍ୱରରୁ ଟୋକେନ୍ ଇସ୍ୟୁ କରାଯାଉଛି,ତେଣୁ ବହୁ ସଂଖ୍ୟାରେ ଭୂତ ହିତାଧିକାରୀ ଲାଭବାନ ହେଉଛନ୍ତି । ଆଉ ମିଲରମାନଙ୍କ ଜରିଆରେ ବିଜେଡି ନିଜ ଦଳୀୟ ପାଣ୍ଠି ସଂଗ୍ରହ କରିବାରେ ସକ୍ଷମ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟପାଳ ରଘୁବର ଦାସ ସମ୍ବଲପୁର ଗସ୍ତରେ ଯାଇଥିବାବେଳେ ଚାଷୀମାନେ କିଭଳି ଶୋଷଣର ଶିକାର ହେଉଛନ୍ତି ତାହା ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।ଏପଟେ ଯୋଗାଣ ମନ୍ତ୍ରୀ କହିଲେ, ଆମେ ସୀମା ସିଲ୍ କରିଦେବୁ କେହି ପ୍ରବେଶ କରିପାରିବେ ନାହିଁ । ଯଦି ପଡ଼ୋଶୀ ରାଜ୍ୟରେ ଚାଷୀଙ୍କୁ ଧାନ କ୍ୱିଂଟାଲ ପିଛା ୩୦୦୦ ଟଙ୍କା ଦିଆଯାଉଛି ତା’ହେଲେ ଓଡ଼ିଶାର ଚାଷୀ କାହିଁକି ମାତ୍ର ୧୫୦୦-୧୬୦୦ଟଙ୍କା କ୍ୱିଣ୍ଟାଲରେ ଧାନ ବିକ୍ରି କରୁଛି । ସୁତୁଲି, ଅଖା, ପରିବହନ ପାଇଁ ଆସୁଥିବା ଟଙ୍କାକୁ ବିଜେଡିର ନେତା ଓ ମନ୍ତ୍ରୀ ମିଳିମିଶି ଖାଇଯାଉଛନ୍ତି । ଆଉ ଚାଷୀ ବିଚରା ନିଜର ପ୍ରାପ୍ୟ ବି ଠିକସେ ପାଉନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ବିଜେଡି ସରକାର ନିଜର ଚାଷୀମାରଣ ନୀତି ଛାଡ଼ୁ । ଚାଷୀଙ୍କ ଶୋଷଣ ବହୁତ ହୋଇଗଲା । ଯଦି ସରକାର ନସୁଧୁରିବେ ତା’ହେଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story