Advertisment

5T ଅଧ୍ୟକ୍ଷଙ୍କ ସଭାରେ ଯୋଗ ଦେବାକୁ ବଣ୍ଟା ଯାଉଛି ଟଙ୍କା !

ହାତରେ ଟଙ୍କା ଧରିଛନ୍ତି ଆଉ ନିଜେ କହୁଛନ୍ତି, ଖାଇବା, ପିଇବା ଦେଇ ୪ ହଜାର ଟଙ୍କା ଦେଇଛନ୍ତି।

author-image
Manoj Swain

ଏ ହେଉଛି ଜୟପୁର ସହର ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆର ଦୃଶ୍ୟ। କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିଲେ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ଯୋଗ ଦେଇଥିଲେ 10ଟି ନିର୍ବାଚନମଣ୍ଡଳୀର ଲୋକେ। କିନ୍ତୁ କାର୍ଯ୍ୟକ୍ରମ ସରିବା ପରେ ଦେଖିବାକୁ ମିଳିଥିଲା ଭିନ୍ନ ଚିତ୍ର। ଯାହାର ଏକ ଭିଡିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ସଭା ସ୍ଥଳଠୁ ଆରମ୍ଭ କରି ପାର୍କିଂ ପ୍ଲେସ୍, ସବୁଠି ଲୋକଙ୍କୁ ବଣ୍ଟା ଯାଉଛି ଟଙ୍କା। ଭଲକରି ଦେଖି ନିଅନ୍ତୁ ଏ ଦୃଶ୍ୟକୁ, ହାତରେ ଟଙ୍କା ଧରିଛନ୍ତି ଆଉ ନିଜେ କହୁଛନ୍ତି, ଖାଇବା, ପିଇବା ଦେଇ ୪ ହଜାର ଟଙ୍କା ଦେଇଛନ୍ତି।

Advertisment
Vk Pandian BjD Odisha