Advertisment

କଂଗ୍ରେସ ଟିକଟ ପାଇଁ ଟଙ୍କା କାରବାର!

ଶରତ ପଟ୍ଟନାୟକଙ୍କ ନଜରକୁ ଆସିଛି ଯେ, ଆଶାୟୀଙ୍କୁ ସିଧାସଳଖ ପ୍ରାର୍ଥୀ ହେଲେ ବୋଲି ଘୋଷଣା କରି ସେମାନଙ୍କଠାରୁ କେତେକ ବ୍ୟକ୍ତି ଅର୍ଥ ଆଦାୟ କରୁଛନ୍ତି। ଏପରି ଘୋଷଣା ପୁରା ମିଛ

author-image
Biswajit Samal
Congress

Congress

କଂଗ୍ରେସରେ ଟିକଟ ପାଇଁ ଟଙ୍କା କାରବାର ହେଉଛି କି? ଏମପି, ଏମଏଲଏ ଟିକଟ ପାଇବାକୁ ଟଙ୍କା ଦେବାକୁ ପଡୁଛି କି? ଦଳର ଏକ ଚିଠିରୁ ଏପରି ଚର୍ଚ୍ଚା ସାମ୍ନାକୁ ଆସିଛି।

Advertisment

ସବୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ ବିଭିନ୍ନ ସାମ୍ମୁଖ୍ୟର ମୁଖ୍ୟଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଠିକ୍ ସମୟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ। ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବ। କିନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନଜରକୁ ଆସିଛି ଯେ, ଆଶାୟୀଙ୍କୁ ସିଧାସଳଖ ପ୍ରାର୍ଥୀ ହେଲେ ବୋଲି ଘୋଷଣା କରି ସେମାନଙ୍କଠାରୁ କେତେକ ବ୍ୟକ୍ତି ଅର୍ଥ ଆଦାୟ କରୁଛନ୍ତି। ଏପରି ଘୋଷଣା ପୁରା ମିଛ। ଏଥିରେ କେହି ପ୍ରଭାବିତ ନ ହେବାକୁ କହିଛନ୍ତି ପିସିସି ସଭାପତି।
ଏହାକୁ ନେଇ ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ଡିମାଣ୍ଡ ଥାଇ ସପ୍ଲାଏ କମ୍ ହେଲେ ଟଙ୍କା କାରବାର ହୁଏ। ହେଲେ କଂଗ୍ରେସର ଏଭଳି ଅବସ୍ଥା ଆସିନି। ଯଦି କିଏ ଟଙ୍କା ଦେଉଥିବ। ସେ ଠକାମିରେ ପଡ଼ିବ।

ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, ଏହା କଂଗ୍ରେସର ଏକ ପଲିଟିକାର ଗିମିକ୍। ରାଜନୀତିରେ ସାମାନ୍ୟଜ୍ଞାନ ଥିବା ବ୍ୟକ୍ତି ଏହି ଚିଠିର ସତ୍ୟତାକୁ ଗ୍ରହଣ କରିବନି। ପଲିଟିକାଲ ଷ୍ଟକ୍ ମାର୍କେଟରେ ନିଜ ମୂଲ୍ୟ ବଢ଼ାଇବାକୁ।

Advertisment
Congress Election